ଧର୍ମଶାଳା, (ସନ୍ଧାନ ନିୟୁଜ/ମାନସ ରାଉତ) ଧର୍ମଶାଳା ବ୍ଲକ ଅନ୍ତର୍ଗତ ଗଡମଧୁପୁରରୁ ଆଜି ଏକ ବିରଳ ଧଳା ପେଚା ଉଦ୍ଧାର କରାଯାଇଛି । ଏକ ଧଳା ପେଚାକୁ ଗ୍ରାମବାସୀ ଧରି ରଖିଥିବା ବେଳେ ସୂଚନା ପାଇ ଗଡମଧୁପୁର ବନପାଳ ରଞ୍ଜନ ମିଶ୍ର, ପରେଷ୍ଟଗାର୍ଡ ସତ୍ୟ ବାହାଲିଆ, କୌଳାସ ବେହେରା, ପ୍ରମୁଖ ପଂହଚି ପେଚାକୁ ଉଦ୍ଧାର କରିଥିଲେ । ପେଚାଟି ଆନୁମାନିକ ୨କେଜି ହେବ ବୋଲି ଜଣାପଡିଛି । ପରେ ପେଚାଟିକୁ ଗଡମଧୁପୁର ଜଙ୍ଗଲରେ ଛାଡି ଦିଆଯାଇଥିବା ବନପାଳ ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି । ତେବେ ପେଚାଟିକୁ କେଉଁ ପରସ୍ଥିତିରେ ଏବଂ କିଏ କେମିତି ଉଦ୍ଧାର କଲା ତାହାର ସବିଶେଷ ବିବରଣୀ ପ୍ରଦାନ ଗଲାନାହିଁ । ତେବେ ପ୍ରଶ୍ନ ଉଠିୁଛି ଏହି ଅଂଚଳରେ ବହୁ ସଂଖ୍ୟାର ଧଳା ଏବଂ ଅନ୍ୟାନ ବିରଳ ପେଚା ରହୁଥିବା ବେଳେ ଶିକାରୀ ମାନେ ଏହାକୁ ଧଳି ବିଦେଶକୁ ଚାଲାଣ କରୁଛନ୍ତି । କିଛି ବର୍ଷ ତଳେ ହରିଦାସପୁର ଅଂଚଳରୁ ୩ଜଣ ପେଚା ଧରବାକୁ ଆସିଥିବା ବେଳେ ଗ୍ରାମବାସୀ ତାଙ୍କୁ ଧରି ପୋଲିସକୁ ଜିମା ଦେଇଥିଲେ । ଧର୍ମଶାଳା ପୋଲିସ ତାଙ୍କୁ ଛାଡିଦେବାକୁ ମସୁଧା କରୁଥିବା ବେଳେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଯାଇଥିଲା । ତେବେ ଏହି ଅଂଚଳର ବହୁ ପେଚାକୁ ବାହାରକୁ ଚାଲାଣ କରି ଏଭଳି ଏକ ର୍ୟାକେଟ କାର୍ଯ୍ୟ କରୁଥିବା ବେଳେ ଆଜି ଏଭଳି ଏକ ବିରଳ ପେଚା ଉଦ୍ଧାର ହେବା ଘଟଣା ଏହି ଅଂଚଳରେ ଚର୍ଚ୍ଚା ଚାଲିଛି ।
ଗଡମଧୁପୁରରୁ ବିରଳ ଧଳା ପେଚା ଉଦ୍ଧାର
|
November 10, 2019 |