ବାଲିଗୁଡା,06/02.(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ପୋଲିସ ଏସଆଇ ବିଭୁତି ଭୂଷଣ ମୁଦୁଲିଙ୍କ ନେତୃତ୍ୱରେ ଦିଣ୍ଡାବାଲି ଛକ ନିକଟ ପାବୁରିଆ –ଜି.ଉଦୟଗିରି ରାସ୍ତାରେ ପାଟ୍ରୋଲିଂ କରୁଥିବା ସମୟରେ ପ୍ରେସ୍ ଲେଖାଥିବା ଏକ ବାଇକ ନଂ. OD-07-AA-4666 ସହ ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରିବା ସହ 10କେଜି 400ଗ୍ରାମର ଏକ ଗଞ୍ଜେଇ ବସ୍ତାକୁ ଜବତ କରିଛି l ଅଭିଯୁକ୍ତ ଦୁଇଜଣ ଯୁବକ ହେଲେ ହେଲେ ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅନ୍ତର୍ଗତ ହୁମ୍ମା ଅଞ୍ଚଳର ସନ୍ତୋଷ ବେହେରା(20)ଓ ସୁନୀଲ ପଲେଇ(17) ସେମାନେ ଏହି ଗଞ୍ଜେଇ ସାରଙ୍ଗଗଡ଼ ଅଞ୍ଚଳରୁ ଛତ୍ରପୁର ଅଞ୍ଚଳକୁ ଚାଲାଣ କରୁଥିଲେ l ଏନେଇ କେଶ ନଂ.12/21 ପ୍ରକାରେ ଏକ ମକଦ୍ଦମା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ବିଷୟ ଜି.ଉଦୟଗିରି ଥାନା ଅଧିକାରୀ ନରେଶ କୁମାର ସାହୁ ପ୍ରକାଶ କରିଛନ୍ତି l
2 Attachments