ବେତନଟୀ, ୨୩/୯ (ସନ୍ଧାନ ନ୍ୟୁଜ୍/ଲିଙ୍ଗରାଜ ପଣ୍ଡା):- ବୈଶିଙ୍ଗା ଥାନା ନଡପୁର ପଞ୍ଚାୟତର ଶିଳପୁରିଆ ଗ୍ରାମର କରୁଣାକର ସାମଲ ଘରେ ପୁଲିସ ଅଚାନକ ଚଢାଉ କରି୧୭ ୫୦ଗ୍ରାମ ଗଞ୍ଜଇଁ ଜବତ ‘ କରିବା ସହିତ ଅଭିଯୁକ୍ତ କରୁଣାକର ସାମଲକୁ ଗିରଫ କରିଛି । ଘଟଣାରୁ ପ୍ରକାଶ ବୈଶିଙ୍ଗାଥାନା ଇଲାକା ଏବେ ମାଦକଦ୍ରବ୍ୟ ଜୋନ ପାଲଟିଥୁବେଳେ ସବୁଦିନ ଏହାର କାରବାର ଚାଲିଛି। ଫଳରେ ଖୋଲାଖୋଲି ଭାବେ ଏହି ମାଦକଦ୍ରବ୍ୟ କାରବାର ଚାଲିଛି । ଯାହାର ଟେର ପାଇବାରେ ଅବକାରୀ ବିଭାଗ୍ୟ ଫେଲ ମାରିଛି । ଶିଳପୁରିଆ ଗ୍ରାମର କରୁଣାକର ସାମଲ ଏହି ଚୋରା ଗଞ୍ଜେଇ କାରବାର ଦୀର୍ଘଦିନ ଧରି କରିଚାଲିଥିଲା । କୌଣସି ସୁତ୍ରରୁ ଖବରପାଇ ଶନିବାର ଅପରାହ୍ମ ବୈଶିଙ୍ଗା ଥାନାଧିକାରୀ ଲକ୍ଷ୍ମୀଧର ସ୍ବାଇଁ ସଦଳବଳେ ଶିଳପୁରିଆ ଗ୍ରାମରେ ପହଞ୍ଚି ଅଭିଯୁକ୍ତ କରୁଣାକର ନିକଟରୁ ଗଞ୍ଜେଇ ଜବତ କରିବା ସହିତ ତାକୁ ଗିରଫ କରିଥିଲେ । ଏହି ଘଟଣାର ତଦନ୍ତ ପୂର୍ବକ ତଥା ଥାନାକାରୀ ଶ୍ରୀ ସ୍ୱାଇଁଙ୍କ ଅଭିଯୋଗ କ୍ରମ ବୈଶିଙ୍ଗାଥାନାରେ ଏକ ମାମଲା ରୁଜୁ କରିଥିଲେ । ଏହି ଘଟଣାର ତଦନ୍ତ ଦାୟିତ୍ । ଏସଆଇ ଲକ୍ଷ୍ମଣ ମୁର୍ମୁଙ୍କୁ ପ୍ରଦାନ କରିଥିଲେ । ଶ୍ରୀ ମୁର୍ମୁ ଏହି ଘଟଣାର ତଦନ୍ତ କରିବା ସହିତ ୨୧୮।୨୦ ମାମଲାରକୁ କରି କୋଟ ଚାଲାଣ କରିଥିଲେ । ତାର ଜାମିନ ନାମଞ୍ଜୁର ହେବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଅଭିଯୁକ୍ତ ଶ୍ରୀ ସାମଲ ଦୀର୍ଘଦିନ ଧରି ଏହି ବ୍ୟବସାୟ ଚଳାଇ ଆସିଥିବାବେଳେ ତା ସାମ୍ରାଜ୍ୟର ଅବସାନ ଘଟିଛି ।
୮ କେଜିରୁ ଅଧିକ ଗଞ୍ଜେଇ ଓ କାର୍ ଜବତ
ଯଶିପୁର, ୨୩/୯ (ସନ୍ଧାନ ନ୍ୟୁଜ୍/ଲିଙ୍ଗରାଜ ପଣ୍ଡା):- ଚୋରା ଗଞ୍ଜଇ ଚାଲାଣ ହେଉଥିବା ଏକ କାର୍ ସହ ୭ କେଜି ଗଞ୍ଜଇ ଜବତ କରିଛି ଯଶିପୁର ପୁଲିସ ଏଥିସହ ଗାଡ଼ି ଡ୍ରାଇଭରକୁ ଗିରଫ କରାଯାଇଛି। ଆସନ୍ତା କାଲି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବା ପୁଲିସର ସୂଚନା ଅନୁଯାୟୀ, ଗତକାଲି ୪୯ ନଂ ଜାତୀୟ ରାଜପଥରେ ଯଶିପୁର ବଜାର ଦେଇ ବିଶୋଇ ପଟକୁ ଏକ ସ୍ବଷ୍ଟ ଡିଜାୟର କାର୍(ଓଡି-୦୨ବିଜେ-୫୭୮୭)ରେ ଗଞ୍ଜେଇ ଚାଲାଣ ହେଉଥିବା ବିଶେଷ ସୂତ୍ରରୁ ଖବର ପାଇଥିଲା ପୁଲିସ । ଯଶିପୁର ଥାନା ଆଇଆଇସି ରଞ୍ଜନ କୁମାର ସେଠୀଙ୍କୁ ନେତୃତ୍ବରେ ପୁଲିସ ଟିମ୍ ଗାଡ଼ିଟିର ପିଛା କରିଥିଲା ଦ୍ରୁତ ଗତିରେ ଫେରାର୍ ହୋଇଯାଉଥିବା ଗାଡ଼ିଟିକୁ ପଦ୍ମପୁର ନିକଟ ହୀରା ଢାବା ଆଗରେ ଧରିବାରେ ସଫଳ ହୋଇଥିଲା ପୁଲିସ କାର୍ ଭିତରୁ ୭ କେଜି ଗଞ୍ଜେଇ ଜବତ ହୋଇଥିଲା। ଏଥିସହ ଗାଡ଼ିରୁ ଡେଇଁ ଫେରାର୍ ହେବାକୁ ଉଦ୍ୟମ କରୁଥିବା ଅଭିଯୁକ୍ତ ଡ୍ରାଇଭର କେନ୍ଦୁଝର ୨ ଟି ଜିଲ୍ଲା ବାରିଆ ଥାନା ଅନ୍ତର୍ଗତ ବଳା ଗ୍ରାମର ମଣ୍ଟୁ ବେହରାକୁ ପୁଲିସ କାବୁ କରି ନେଇଥିଲା। ଆସନ୍ତା କାଲି ଅଭିଯୁକ୍ତକୁ କରଂଜିଆ କୋର୍ଟରେ ହାଜର କରାଯିବା ଏହି ଘଟଣାରେ ଯଶିପୁର ଥାନାରେ କେସ୍ ନଂ ୧୨୬|୨୦ରେ ମାମଲା ରୁଜୁ ହୋଇଛି। ଏହି ଚଢ଼ଉରେ ଏସ୍ଆଇ ଜେନା, ଏଆଇ ପାର୍ବତୀ ମଲ୍ଲିକଙ୍କ ସମେତ ଅନ୍ୟ କର୍ମଚାରୀ ସାମିଲ ଥିଲେ।



