ଗଞ୍ଜାମ ୧୯/୧୨ (ସନ୍ଧାନ ନିୟୁଜ) ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସୋମବାର ଭଞ୍ଜନଗର ଠାରେ ଉପଖଣ୍ଡର ୨୦୦ ଅଭିଯୋଗ ଶୁଣାଣି କରିଛନ୍ତି। ଏଥିସହ ୧୩ ଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ଏବଂ ଜିଲା ରେଡ଼କ୍ରସ ଫଣ୍ଡରୁ ୭୬ ହଜାର ଟଙ୍କାର ସହାୟତା ପ୍ରଦାନ କରିଛନ୍ତି। ଅନ୍ୟପକ୍ଷରେ ଗଞ୍ଜାମ ଜିଲା ଆଖୁ ଚାଷୀ ସଂଘ ପକ୍ଷରୁ ଏକ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରାଯାଇଛି। ସଂଘର ଦାବି ଯେ, ତୁରନ୍ତ ଆସିକା ଚିନି କାରଖାନାରେ ଆଖୁପେଡ଼ା ଆରମ୍ଭ
କରାଯାଉ । ବିଳମ୍ବ ହେଲେ ଚାଷୀମାନେ କ୍ଷତିଗ୍ରସ୍ତ ହେବେ। ବର୍ତ୍ତମାନ ଚିନି କଳର କର୍ମଚାରୀମାନେ ବିଭିନ୍ନ ଦାବି ନେଇ ଆନ୍ଦୋଳନ ଚଳାଇଛନ୍ତି। ସରକାର ଏ ନେଇ ତୁରନ୍ତ କିଛି ପଦକ୍ଷେପ ନିଅନ୍ତୁ । ଚିନି କାରଖାନା ବନ୍ଦ ହେବା ଦ୍ୱାରା ମଦ ଉପତ୍ାଦନ ମଧ୍ୟ ବନ୍ଦ ହୋଇଯାଇଛି । କାରଖାନା ବନ୍ଦ ଯୋଗୁ ସରକାରଙ୍କୁ ଦୈନନ୍ଦିନ ଲକ୍ଷାଧିକ ଟଙ୍କାର ରାଜସ୍ବ କ୍ଷତି ସହିବାକୁ ପଡ଼ୁଛି । ତେଣୁ ସରକାର ତୁରନ୍ତ କାରଖାନା ଖୋଲି ଆଖୁପେଡ଼ା ଆରମ୍ଭ କରିବା ପାଇଁ ସଂଘର ଜିଲା କାର୍ଯ୍ୟକାରୀ ସଭାପତି ଲଳିତ ମୋହନ ଦାସ ଦାବି କରିଛନ୍ତି । ଏଥିସହ ସରକାର ପୂର୍ବରୁ ଆଖୁ ଟନ ପିଛା ୨,୬୬୦ ଟଙ୍କା ଦେଉଥିଲେ। ତିତ୍ଲି ଯୋଗୁ ଚାଷୀମାନେ ବିଶେଷ କ୍ଷତିଗ୍ରସ୍ତ ହୋଇଛନ୍ତି । ତେଣୁ ଆଖୁ ଦର ଟନ ପିଛା ୩୨ଶହ ଟଙ୍କା କରାଯାଉ ବୋଲି ଦାବି ହୋଇଛି। ସୂଚନାଯୋଗ୍ୟ, ଆସିକା ଚିନି କାରଖାନାକୁ ୩ହଜାର ଚାଷୀ ଆଖୁ ଯୋଗାଇ ଦେଉଛନ୍ତି ।