ଗଜପତି ଜିଲ୍ଲାର କାଶୀନଗର ଅଞ୍ଚଳରେ ପୁଣି ୪ ଟିକିଆ ହାତୀପଲର ଆତଙ୍କ, ଧାନ ଓ ପନିପରିବା ଫସଲ ନଷ୍ଟ

Spread the love

ପାରଳାଖେମୁଣ୍ଡି: ୨୫/୧/୨୬  (ସନ୍ଧାନ ନ୍ୟୁଜ)  ଗଜପତି ଜିଲ୍ଲାର କାଶୀନଗର ତହସିଲ ଅଞ୍ଚଳରେ ପୁଣି ୪ ଟିକିଆ ହାତୀ ଉପଦ୍ରଵ ଯୋଗୁଁ ବ୍ୟାପକ ଫସଲ ସହ ପନିପରିବା ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି. କାଶୀନଗର ତହସିଲର ବଂଶଧାରା ଉପକୂଳ ଇଦୁଡି ଅଞ୍ଚଳରେ ୪ଟିକିଆ ହାତୀପଲ ଗତକାଲି ସନ୍ଧ୍ୟାରେ ଫସଲ ନଷ୍ଟ କରିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି. ଗତ କିଛିମାସ ଧରି 4 ଟିକିଆ ହାତୀପଲ ଏହି ଅଞ୍ଚଳରେ ବିଭିନ୍ନ ଭାବେ ଉପଦ୍ରବ କରୁଥିବା ଲୋକେ ସୂଚନା ପ୍ରଦାନ କରି କହିଛନ୍ତିଯେ, କାଶୀନଗର ଅଞ୍ଚଳରେ କିଛି ଘରକୁ ଏହି ଚାରିଟିକିଆ ହାତୀପଲ ଭାଙ୍ଗି ଦେଇଥିବା ବେଳେ ଧାନ ଫସଲ, ଆଖୁ, ମକା, କଦଳୀ ବାଡ଼ ଆଦି ସହ ବିଭିନ୍ନ ଆମ୍ବ ତୋଟାରେ ଏହି ହାତୀପଲଙ୍କ ଦ୍ୱାରା ବହୁ କିଛି ନଷ୍ଟ ହୋଇଯାଇଛି. ଚାଷୀମାନେ ଅମଳ ଧାନକୁ ମଣ୍ଡିକୁ ନେବା ପାଇଁ ରାସ୍ତା କଡ଼ରେ ଗଦା କରି ରଖିଛନ୍ତି. ବର୍ତ୍ତମାନ ଏହି ଅଞ୍ଚଳରେ ହାତୀ ବୁଲୁଥିବା ଯୋଗୁଁ ଲୋକେ ଦିବାରାତି ଧାନକୁ ଜଗି ରହୁଛନ୍ତି. ଅପରପକ୍ଷରେ ପରିବା ଚାଷୀମାନେ ନା ହାତୀକୁ ଜଗି ପାରୁଛନ୍ତି ନା’ ପରିବା ଆଦାୟ କରି ପାରୁଛନ୍ତି। ପରିବା ଅମଳ ପୂର୍ବରୁ ଶହଶହ ଏକରର କଦଳୀ, ଟମାଟ, ବାଇଗଣ, କୋବି ଫସଲରେ ପଶି ହାତୀପଲ ନଷ୍ଟ କରି ଦେଉଛନ୍ତି ବୋଲି ଅଞ୍ଚଳବାସୀ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ପ୍ରଦାନ କରି କହିଛନ୍ତି ଯେ, ସନ୍ଧ୍ୟା ହେଲେ ମାଡ଼ି ଆସୁଛନ୍ତି ହାତୀପଲ। ସେମାନଙ୍କ ନଜରକୁ ଯାହା ଆସୁଛି ତାକୁ ଖାଇବା ସହ ଦଳିଚକଟି ଦେଉଛନ୍ତି। ଅନ୍ଧାର ଏବଂ ହାତୀଙ୍କ ଭୟରେ ପରିବା ଚାଷୀମାନେ ପରିବା ଜମିରେ ପାଦ ଦେଇ ପାରୁନାହାନ୍ତି । ବନ କର୍ମଚାରୀମାନେ ବାଣ ଫୁଟାଇ ହାତୀକୁ ଘଉଡ଼ାଇବା ପାଇଁ ଉଦ୍ୟମ କରୁଥିଲେ ମଧ୍ୟ ଏହି ଚାରିଟିକିଆ ହାତୀପଲ ଏହି ଅଞ୍ଚଳ ଛାଡ଼ି ଯାଉନାହାନ୍ତି। ଏଠାକାର ବନ ଅଧିକାରୀ ବଳରାମ ଶବରଙ୍କ ନେତୃତ୍ୱରେ ୯ ଜଣିଆ ଟିମ୍ ଏହି ଅଞ୍ଚଳରେ ସଜାଗ ରହିବା ସହ ହାତୀର ଗତିବିଧ‌ି ଉପରେ ନଜର ରଖୁଥିବା ସୂଚନା ମିଳିଛି.

Related Posts

About The Author

Add Comment