କାଲିମେଳା, ୩/୧/୨୦ (ସନ୍ଧାନ ନିଉଜ) : ମାଲକାନାଗିରି ଜିଲାର କାଲିମେଳା ବ୍ଳକ୍ ଓ ଥାନା ଅନ୍ତର୍ଗତ ଚିନ୍ତୱାଡା ଗ୍ରାମପଞ୍ଚାୟତର ବଟନୀ ଗୁନ୍ଧାର ଜେବା ମାଡକାମି(୭୦)କୁ ହତ୍ୟା କରାଯାଇଛି। ରାତି ୧୦ଟା ସମୟରେ ବଟନୀଗୁଡା ଗାଁରୁ ପ୍ରାୟ ୩୦୦ ମିଟର ଦୂରରେ ଜେବା ମାଡଗାଡୀ ଖଳାରେ ଶୋଇଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ତାଙ୍କୁ ହତ୍ୟା କରିଥିଲେ। ଗଛ କାଟିବା ଓ ବନ ବିଭାଗ ଦ୍ବାରା ପଟା ଜବତ ଘଟଣାକୁ କେନ୍ଦ୍ର କରି ହତ୍ୟା କରାଯାଇଛି ବୋଲି ସନ୍ଦେହ କରାଯାଉଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଘଟଣା ଘଟିଛି ବୋଲି ମୃତକଙ୍କ ପୁଅ ସୂଚନା ଦେଇଛନ୍ତି।
ଗଛ କଟା ଓ ପଟା ଜବତ ଘଟଣାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ସନ୍ଦେହ
|
January 3, 2020 |
