ଗଛରୁ ନଡ଼ିଆ ପଡି ମହିଳାଙ୍କ ମୃତ୍ୟୁ

Spread the love

ରସୁଲପୁର, ୨୨/୯ (ସନ୍ଧାନ ନିୟୁଜ) ରସୁଲପୁର ବ୍ଲକ ସିଂହା ପୁର ପଞ୍ଚାୟତ ସିଂହାପୁରର ଲୋଚନ ମଳିକଙ୍କ ଧର୍ମପତ୍ନୀ ବିଦୁତ ମଳିକ(45)ଙ୍କ ମୁଣ୍ଡରେ ନଡ଼ିଆ ପଡି ଗୁରୁତର ହୋଇଥିବା ବେଳେ ମଧୁବନ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଦୁଇ ଦିନ ତଳେ ସନ୍ଧ୍ୟାସମୟରେ ଘର ପାଖରେ ମହିଳା ଜଣଙ୍କ ଏପଟ ସେପଟ ହେଉଥିବା ବେଳେ ପାଖରେ ଥିବା ନଡ଼ିଆ ଗଛରୁ ଏକ ନଡ଼ିଆ ତାଙ୍କ ମୁଣ୍ଡ ଉପରେ ପଡିଥିଲା ଗୁରୁତର ଅବସ୍ଥାରେ ତାଙ୍କୁ ମଧୁବନ ମେଡିକାଲରେ ଭର୍ତ୍ତିକରାଯାଇଥିଲା । ସେଠାରେ ଚିକିତ୍ସା ପରେ ପରିବାରଲୋକେ ତାଙ୍କୁ ଘରକୁ ନେଇଯାଇ ଥିଲେ । ଗତକାଲି ରାତିରେ ସେ ଅସୁସ୍ଥ ଅନୁଭବ କରିବାରୁ ପୁନର୍ବାର ତାଙ୍କୁ ମଧୁବନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

REPORT- NARAYAN RATHA

Related Posts

About The Author

Add Comment