ଖେଳ ପଡିଆରେ ଖେଳ ପରି ଦୁର୍ନିତି ବିରୋଧରେ ଯୁବ ସମ ।ଜ ପ୍ରାଣମୂର୍ଚ୍ଚା ଲଢେଇ କରୁ

Spread the love

ଯାଜପୁର,୦୭/୦୨/୨୦୨୧  (ସନ୍ଧାନନିଉଜ) ଗୋଟିଏ ଜନମଙ୍ଗଳ ରାଷ୍ଟ୍ରରେ କେବଳ ଦୁର୍ନିତି ହିଁ ଦେଶର ବିକାଶରେ ଏକମାତ୍ର ବାଧକ । ଖେଳ ପଡିଆରେ ଖେଳାଳୀଟିଏ ନିଜ ଟିମର ବିଜୟ ପାଇଁ ଯେଭଳି ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥାଏ, ସେହିପରି ଦୁର୍ନିତି, ଭ୍ରଷ୍ଟାଚାର ଏବଂ ଗରୀବ ଶୋଷଣ ବିରୋଧରେ ମଧ୍ୟ ଯୁବ ସମାଜ ପ୍ରାଣମୂର୍ଚ୍ଛା ଲଢେଇ କରିବାକୁ ବି.ଜେ.ଡି ଯୁବନେତା ତଥା ବରିଷ୍ଠ ସାମ୍ବାଦିକ ସତୀଶ ବିଶ୍ୱାଳ ଆହ୍ୱାନ ଦେଇଛନ୍ତି । ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ ଅନ୍ତର୍ଗତ ଆରୁହା ପଂଚାୟତର କୋହ୍ଲାରେ ଅନୁଷ୍ଠିତ ମଣ୍ଣିଂଷ୍ଟାର କ୍ରିକେଟ ଟୁର୍ଣ୍ଣାମେଂଟରେ ଉଦଯାପନୀ ଉତ୍ସବରେ ମୁ୍‌ଖ୍ୟ ଅତିଥି ଭାବେ ଯୋଗଦେଇ ସତୀଶ ଏହି ମତ ପ୍ରକାଶ କରିଛନ୍ତି । ଏହି ଅବସରରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ କୋହ୍ଲାସାହି କ୍ରିକେଟ ଟିମକୁ ହରାଇ ବନ୍ଦାଳ ଟିମ ଚମ୍ପିୟନ ଟ୍ରଫି ହାସଲ କରିଥିଲା । ପ୍ରଥମେ ଟସ ଜିଣି କୋହ୍ଲାସାହି ୧୮ ଓଭରରେ ୮ ଉଇକେଟ ହରାଇ ୧୭୩ ରନ ସଂଗ୍ରହ କରିଥିଲେ । କୋହ୍ଲସାହିର ପ୍ରଶାନ୍ତ ଏବଂ ବିଷ୍ଣୁ ପ୍ରସାଦ ଯଥାକ୍ରମେ ୫୪ ରନ ଏବଂ ୨୬ ରନ ସଂଗ୍ରହ କରିଥିଲେ । ଏହାର ଜବାବରେ ବନ୍ଦାଳ ଟିମ ୭ ଉଇକେଟ ହରାଇ ବିଜୟ ଲକ୍ଷ ହାସଲ କରିଥିଲା । ବନ୍ଦାଳର ଆନନ୍ଦ ଏବଂ ପ୍ରକାଶ ଯଥାକ୍ରମେ ୫୭ ଏବଂ ୪୨ ରନ ସଂଗ୍ରହ କରି ଦଳର ସ୍ଥିତିକୁ ମଝବୁତ କରିଥିଲେ । ହରମୋହନ ସାହାଣୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନ ଉତ୍ସବରେ ସତୀଶଙ୍କ ସହ ଗୋବିନ୍ଦ ସାହାଣୀ, ସାଉଁଟି ଖିଲାର, ସାମ୍ବାଦିକ ସଂଜୟ ମିଶ୍ର, କାର୍ତିକ ସ୍ୱାଇଁ ପ୍ରମୁଖ ଯୋଗଦେଇ ବିଭିନ୍ନ ପୁରସ୍କାର ବିତରଣ କରିଥିଲେ । କୁମାର ଆନନ୍ଦ ଏବଂ ବିଷ୍ଣୁ ପ୍ରସାଦ ଯଥାକ୍ରମେ ମ୍ୟାନ ଅଫ ଦି ମ୍ୟାଚ ଏବଂ ମ୍ୟାନ ଅଫ ଦି ସିରିଜ ପୁରସ୍କାର ପାଇଥିଲେ । ରାଜେଶ ସାହାଣୀ ଓ କାଳନ୍ଦି ଓଝା ଅମ୍ପେୟାର ଭାବେ ଖେଳ ପରିଚାଳନା କରିଥିବା ବେଳେ ହିମାଂଶୁ ଏବଂ ଲି ପ୍ରମୁଖ ଧାରାବିବରଣୀ ପ୍ରଦାନ କରିଥିଲେ । ସୁନାକର ସାହାଣୀ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ଅବସରରେ ଏକ ବଡ ଧରଣର ଶୋଭାଯାତ୍ରାରେ ସତୀଶଙ୍କୁ ସଭାସ୍ଥଳକୁ ଅଣାଯାଇଥିବା ବେଳେ ଖେଳ ପଡିଆରେ ପ୍ରାୟ ୫ ହଜାର ଦର୍ଶକ ଉପସ୍ଥିତି ଥିଲେ ।

Related Posts

About The Author

Add Comment