ଖାଲି ପଡୁଛି ପିଣ୍ଡି, ରାସ୍ତା କଡ଼ରେ ପରିବା ବ୍ୟବସାୟୀ

Spread the love

ରାଉରକେଲା, ୧୦/୦୩/୨୧ (ସନ୍ଧାନ ନିଉଜ) : ନିଜ ପେଟ ତଥା ପରିବାର ପ୍ରତିପୋଷଣ ପାଇଁ ଦକ୍ଷିଣ ରାଉରକେଲା ନିକଟବର୍ତି ବିଭିନ୍ନ ଗ୍ରାମାଚଂଳ ଯେପରି ଜଲଦା, ରାମଯୋଡ଼ି, ଡଲାକୁଦର, ମନକୋ, ମୁଣ୍ଡାଯୋର ଓ ଅନ୍ୟ ଗ୍ରାମରୁ ବହୁ ଆଦିବାସୀ ପୁରୁଷ ଓ ମହିଳା ପନିପରିବା ବିକ୍ରି କରିବାକୁ ସାରନଗରୀ ସ୍ଥିତ ସୁପର ମାର୍କେଟକୁ ଆସିଥାନ୍ତି । କିଛି ବ୍ୟବସାୟୀ ତଟକା ମାଛ ସମେତ ଅନ୍ୟାନ ଜଙ୍ଗଲ ଜାତ ଦ୍ରବ୍ୟ ଓ ଅନ୍ୟ ଜିନିଷ ବିକ୍ରି କରିବା ଦେଖିବାକୁ ମିଳେ । ମାତ୍ର ବିଡ଼ମ୍ବନାର ବିଷୟ ଏହିକି ଯେ, ବ୍ୟବସାୟୀ ମାନେ ସେଠାରେ ବହୁ ବର୍ଷରୁ ନିର୍ମିତ ପିଣ୍ଡିରେ ବ୍ୟବସାୟ ନକରି, ନିକଟରେ ଥିବା ରାସ୍ତା କଡ଼ରେ ବ୍ୟବସାୟ କରୁଥିବା ଅଭିଯୋଗ ହୋଇଛି । ଯାହା ଫଳରେ ରାସ୍ତାରେ ଅଯଥାରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ରାସ୍ତାରେ ବସି ପରିବା ବ୍ୟବସାୟ କରୁଥିବା ବେଳେ, ଗୋରୁ ଗାଈ ମାନଙ୍କ ଅବାଧ ବିଚରଣ ଉଭୟ ଗ୍ରାହକ ଓ ବ୍ୟବସାୟୀ ମାନଙ୍କୁ ଅତିଷ୍ଠ କରୁଥିବା ଲକ୍ଷ୍ୟ କରାଯାଇଛି । ବ୍ୟବସାୟୀ ମାନଙ୍କ ସୁବିଧା ପାଇଁ ଆରଏସପି ପକ୍ଷରୁ ସୁପର ମାର୍କେଟରେ ପିଣ୍ଡି ନିର୍ମାଣ କରାଯାଇଛି, ଅପରପକ୍ଷରେ ବ୍ୟବସାୟୀ ମାନେ ରାସ୍ତା କଡ଼ରେ ନିଜର ବ୍ୟବସାୟ ଜାରି ରଖିଥିଲେହେଁ ଏଯାଏ ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ଅଭିଯୋଗ ଗ୍ରହଣ କରାଯାଇ ନଥିବାରୁ ଏହାକୁ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଏଣୁ ଯଥାଶ୍ରୀଘ୍ର ଏହି ସମସ୍ୟା ସମାଧାନ ପାଇଁ ସାଧାରଣରେ ଦାବି ହୋଇଛି ।

Related Posts

About The Author

Add Comment