ଖାଦ୍ୟ ନିରାପତ୍ତା ମିଶନ ବୈଠକ ଅନୁଷ୍ଠିତ

Spread the love

ସୁନ୍ଦରଗଡ,୦୯/୦୨/୨୦୨୧ -(ସନ୍ଧାନନିଉଜ/ରାଜୁ ପଟେଲ) ସୁନ୍ଦରଗଡ ଜିଲ୍ଲା ସବଡେ଼ଗା ବ୍ଲକ ଅନ୍ତର୍ଗତ ଡମକୁଡI ଗ୍ରାମ ପଞ୍ଚାୟତ ପରିସର ରେ ମୁଗ ଚାଷ ପାଇଁ ଜାତୀୟ ଖାଦ୍ୟ ନିରାପତ୍ତା ମିଶନ ପକ୍ଷରୁ ମୁଖ୍ୟକରୀ  ମୁଗ ଚାଷୀ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ କରା ଯାଇଥିଲା I ଏହି ସଭାରେ ସୁନ୍ଦରଗଡ ର ସହକାରୀ କୃଷି ଅଧିକାରୀ ଶ୍ରୀଯୁକ୍ତ “ଉଦିତ କୁମାର ନାଏକ” ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଥିଲେ ଏବଂ ଡାଲି ଜାତୀୟ କୃଷି ଉପରେ ଚାଷୀମାନଙ୍କୁ ମାଗ ଦର୍ଶନ କରାଇଥିଲେ  l  ସମ୍ମାନୀୟ ଅତିଥି ରୂପେ ସବଡେ଼ଗା ସହକାରୀ କୃଷି ଅଧିକାରୀ ଶ୍ରୀଯୁକ୍ତ “ତରଣୀସେନ ପଟେଲ” କୃଷକ ମାନଙ୍କୁ ବିଭିନ୍ନ ସରକାରୀ ଯୋଜନା ବିଷୟରେ ଆଲୋକପାତ କରି ଥିଲେ ଏବଂ ଡ଼ାଲି ଜାତୀୟ ଚାଷ ଉପରେ କିପରି ଆତ୍ମ  ନିର୍ଭରଶିଳ ହୋଇ ପାରିବେ ସେଇ ବିଷୟରେ କହିଥିଲେ, ଏହି ବୈଠକରେ ସ୍ଥାନୀୟ କୃଷି ନିରୀକ୍ଷକ ଶ୍ରୀଯୁକ୍ତ “ଲିଓ କାଳିଆ ଡୁଙ୍ଗଡୁଙ୍ଗ” ,  ଜିଲ୍ଲା ପରିଷଦ ସଭ୍ୟ ଶ୍ରୀଯୁକ୍ତ “ଗ୍ରେଡୋ ଖେସ” , ସମିତି ସଭ୍ୟ ଶ୍ରୀଯୁକ୍ତ “ପରିକ୍ଷିତ ଭିତ୍ରିଆ”  ଓ ଡମକୁଡା ସରପଞ୍ଚ ଶ୍ରୀଯୁକ୍ତ  “ଦିଲୀପ ଟେଟେ” ପ୍ରମୁଖ ଯୋଗ ଦେଇ ଥିଲେ ଏବଂ ଚାଷୀ ମାନଙ୍କର ଖେତ କୁ ଯାଇ ମୁଗ ଚାଷ ପରିଦର୍ଶନ କରି ଚାଷୀ ମାନଙ୍କର ଉତ୍ସାହ ବଢାଇଥିଲେ  I

Related Posts

About The Author

Add Comment