ବାରିପଦା, 10.02.2021 (ସନ୍ଧାନ ନିଉଜ୍) :- ପଥର ଓ ମୋରମ ଖାଦାନ ନିଲାମକୁ ବିରୋଧ କରି ଆନ୍ଦୋଳନ । ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ଗ୍ରାମବାସୀ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କ ବୁଝାସୁଝା କରୁଛି । ଖବର ଅନୁଯାୟୀ, ଆନନ୍ଦପୁର ଉପଖଣ୍ଡ ଘଷିପୁରା ତହସିଲ ଅଧିନ ଜେନାପଦ ଗାଁ ନିକଟରେ ହେବାକୁ ଥିବା ମୋରମ ଖଣି ନିଲାମକୁ ଗ୍ରାମବାସୀ ବିରୋଧ କରୁଥିଲେ । ଗାଁର ପାଖ ଅଞ୍ଚଳରେ ପୂର୍ବରୁ ମୋରମ ଖଣି ଥିବାରୁ ବଡ ବଡ଼ ଗାତ ସୃଷ୍ଟି ହୋଇଛି । ଯାହାଫଳରେ କି ଅନେକ ଧନ ଜୀବନ ନଷ୍ଟ ହେଉଛି । ତହସିଲ ପକ୍ଷରୁ ହୋଇଥିବା ନିଲାମକୁ ବାତିଲ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ । ଗ୍ରାମବାସୀମାନେ ତହସିଲ ଅଫିସ ସମ୍ମୁଖରେ ଧାରଣାରେ ବସିଛନ୍ତି । ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନରତ ଲୋକଙ୍କୁ ବୁଝାସୁଝା କରୁଛି ।
ଖାଦାନ ନିଲାମକୁ ନେଇ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ଗ୍ରାମବାସୀ
|
February 10, 2021 |
