ରାଉରକେଲା, ୨୧/୦୩ (ସନ୍ଧାନ ନିୟୁଜ) : ଖରାଦିନ ଆସିନି, ହେେଏ ଏବେଠାରୁ ଫର୍ଟିଲାଇଜର ଟାଉନସିପବାସୀଙ୍କୁ ଘାରିଲାଣି ପାଣି ଚିନ୍ତା । ପାଣି ପାଇଁ ଟଙ୍କା ଦେଉଛନ୍ତି, ହେଲେ ଠିକ ସମୟରେ ପାଣି ଆସୁନି । ଏପରି ଅଭିଯୋଗ ଆଣିଛନ୍ତି ସେକ୍ଟର-୨୨ ଅଂଚଳର କିଛି ଆରଏସପି କର୍ମଚାରୀ । ସାରନଗରୀର ମୋଟ ୧୪୫୦ ଆରଏସପି କ୍ୱାର୍ଟରକୁ ପାଣି ଆରଏସପି ପକ୍ଷରୁ ବଂଟନ କରାଯାଉଛି । ଏଥିପାଇଁ ଆରଏସପି ମାସିକ ୫୦ ଟଙ୍କା ଦେୟ ନେଉଛି । ମାତ୍ର ଠିକ ସମୟରେ ପାଣି ଆସୁନି । ପୂର୍ବରୁ ସକାଳ ଓ ସଂଧ୍ୟାରେ ପାଣି ଆସୁଥିବା ବେଳେ, ବର୍ତମାନ ସଂଧ୍ୟାରେ ପାଣି ଆସୁ ନଥିବା ଅଭିଯୋଗ ହୋଇଛି । ବର୍ତମାନ କୋରେନା ଭାଇରସ ଯୋଗୁ ସ୍କୁଲ, କଲେଜ ଛୁଟି ହୋଇଯିବା କାରଣରୁ ପ୍ରତି ପରିବାରରେ ସଦସ୍ୟ ମାନଙ୍କ ଦ୍ୱାରା ପାଣି ବହୁଳ ଭାବରେ ବ୍ୟବହାର ହେଉଛି । ଏପରି ସ୍ଥଳେ ଆରଏସପି କ୍ୱାର୍ଟର ଗୁଡ଼ିକରେ ପାଣି ବଂଟନରେ ଅବ୍ୟବସ୍ଥା ବୁଦ୍ଧିଜିବୀ ମହଲରେ ତ୍ରୀବ ପ୍ରତିକ୍ରୀୟା ସୃଷ୍ଟି କରିଛି । ଏନେଇ ଆରଏସପି ମେଟେଂନାସ କର୍ମଚାରୀ ମାନଙ୍କୁ ଅଭିଯୋଗ କଲେ ତରକେରା ଡ୍ୟାମରେ ପାଣିର ଅଭାବ ଥିବା ପ୍ରକାଶ କରିଛନ୍ତି ଶିଳ୍ପ ଶୋଷୁଛି ପାଣି । ଫଟୟିଲାଇଜର ଟାଉନସିପରେ ପାଣି ସମସ୍ୟା ବଢିବାରେ ଲାଗିଛି । ଗତ ଶୁକ୍ରବାର ଠାରୁ ଲାଗି ରହିଛି ପାନୀୟ ଜଳ ସମସ୍ୟା । ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ତରକେରା ପମ୍ପ ହାଉସରୁ ବାଇପାସ କରି ପାଣି ଯୋଗାଣ ଏକ ଶିଳ୍ପ ସଂସ୍ଥାକୁ କରାଯାଉଛି । ଅଂଚଳବାସୀ ଅଭିଯୋଗ କରିଛନ୍ତିଯେ, ୮.୩୩ କ୍ୟୁବ ଜାଗାରେ ୨.୩୩ କ୍ୟୁବ ପାଣି ଆସୁଛି । ପମ୍ପିଙ୍ଗ ମଧ୍ୟ ହେଉନି । ଏପରିସ୍ଥଳେ ପାନୀୟ ଜଳ ଯୋଗାଣ ସ୍ୱାଭାବିକ କରିବାକୁ ଅଂଚଳବାସୀ ଦାବି କରିଛନ୍ତି । ପ୍ରକାଶଯୋଗ୍ୟ, ସାରନଗରୀର ମୋଟ ୬ଟି ବ୍ଲକ ମଧ୍ୟରୁ କିଛି ବ୍ଲକରେ ୨୦ ମିନିଟ ପାଣି ଦିଆଯାଉଛି । ପାଣିର ପ୍ରେସର ମଧ୍ୟ କମ ରହୁଛି । ସମୟ ସମୟରେ ପାଣି ଗୋଳିଆ ମଧ୍ୟ ଆସୁଛି ।
ଖରାଦିନ ଆସିନି, ଘାରିଲାଣି ପାଣି ଚିନ୍ତା
|
March 21, 2020 |
REPORT-SUBODH NAYAK, JOURNALIST, ROURKELA