ଯାଜପୁର ସଦର, ୨୪ା୦୩: ଯାଜପୁର ଜିଲ୍ଲା କୁଆଖିଆ ଥାନା ନିକଟସ୍ଥ ଖରସ୍ରୋତା ନଦୀରେ କୁନୀ ମୁଣ୍ଡା ଦୁଇ ଛୁଆକୁ ନଦୀକୁ ଯାଇଥିବା ବେଳେ, ଖରସ୍ରୋତାର ପ୍ରଖର ସ୍ରୋତରେ ଭାସିଯାଉଥିବା ବେଳେ, ନଦୀ କୂଳରେ ଦୁଇ ଛୁଆ ବିକଳରେ ଡାକ ପକାଉଥିବା ମୋ ମା ବୁଡ଼ି ଯାଉଚି, ତାକୁ ଉଦ୍ଧାର କର ବୋଲି ପାଟି କରିବାରୁ ଘଟଣା ସ୍ଥଳରେ କିଛି ଲୋକ କୁନୀ ବୁଡ଼ିଯାଉଥିବା ଦେଖି ନିକଟସ୍ଥ ପାଣିକୋଇଲି ଥାନାକୁ ଖବର ଦେଇଥିଲେ । ପାଣିକୋଇଲି ଥାନା ଘଟଣା ସ୍ଥଳରେ ପହଁଞ୍ôଚ ତାଙ୍କ ଥାନା ଅଣ୍ଡରରେ ନୁହେଁ ବୋଲି ପାଣିକୋଇଲି ପୋଲିସ ଘଟଣା ସ୍ଥଳରୁ ଚାଲି ଯାଇଥିଲେ । ଏହାକୁ କୁଆଖିଆ ଥାନା ଅଣ୍ଡରରେ ଯାଉଥିବାରୁ କୁଆଖିଆ ଥାନା ପୋଲିସକୁ ଖବର ଦିଆଯାଇଥିଲା । ଦୁଇ ଥାନା ମଧ୍ୟରେ ବିବାଦ ଦେଖା ଦେବାରୁ କୁନୀକୁ ଉଦ୍ଧାର କରିବା ପାଇଁ ବିଳମ୍ବ ହୋଇଥିଲା । ଘଟଣା ସ୍ଥଳରେ କୁଆଖିଆ ଥାନା ପୋଲିସ ପହଁଞ୍ôଚବା ପରେ ବରୀ ଦମକଳ ବାହିନୀ ରସୁଲପୁର ଦମକଳ ବାହିନୀ ଘଟଣା ସ୍ଥଳରେ ପହଁଞ୍ôଚ ଖୋଜା ଖୋଜି କରାଯାଇଥିଲା । ଏଠାରେ ସୂଚନା ଯୋଗ୍ୟ ଯେ, କୁନୀ ମୁଣ୍ଡା ଅନ୍ୟ ଜିଲ୍ଲାରୁ ଆସି ପାଣିକୋଇଲି ନିକଟସ୍ଥା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ରହୁଥିଲେ । କୁନୀ ମୁଣ୍ଡା ଦିନ ମଜୁରୀଆ ଭାବରେ ଏହି ଥାନା ଅନ୍ତର୍ଗତ ଗ୍ରାମ ମାନଙ୍କରେ କାମ କରି ପରିବାର ପ୍ରତିପୋଷଣ କରୁଥିଲେ । ଦୁଇ ଛୁଆଙ୍କୁ ପାଳନ କରୁଥିଲା । କୁନୀ ଘରକୁ ଫେରୀ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ପ୍ରଖର ସ୍ରୋତରେ ଭାସି ଯାଇଥିଲେ । କୁନୀକୁ ଖୋଜିବା ପାଇଁ ଦମକଳ ବାହିନୀ ବହୁ ଚେଷ୍ଟା କରିବା ପରେ ଖରସ୍ରୋତା ନଦୀ ମଧ୍ୟରୁ କୁନୀର ଶବ ମିଳିଥିବା ସୂଚନା ମିଳିଚି । ଦୁଇ ଥାନା କୁନିକୁ ଉଦ୍ଧାର କରିବାରେ ବିଫଳ ହୋଇଥିବା ଦେଖିବାକୁ ମିଳିଚି । କୁନୀର ଶବକୁ ପୋଲିସ ଜବତ କରି ପୋଷ୍ଟବଟମ ପାଇଁ ଯାଜପୁର ପଠାଇଚି । କୁନୀର ଦୁଇଟି ଅନାଥ ପିଲାଙ୍କୁ ସରକାରୀ ସହାୟତା ଯୋଗଇ ଦେବାଲାଗି ଦାବି କରାଯାଇଚି ।
ଖରସ୍ରୋତା ନଦୀ ଗର୍ଭରୁ କୁନୀର ଶବ ଉଦ୍ଧାର
|
March 25, 2023 |