ଖତ ଖାଉଛି ସାମୁଦାୟିକ ଶୌଚାଳୟ,ଜିଲ୍ଲାପରିଷଦ ପାଣ୍ଠିର ଅପବ୍ୟବହାର

Spread the love

ସୁନ୍ଦରଗଡ ତା:୧୩/୧୨/୨୦୨୫(ସନ୍ଧାନ ନ୍ୟୁଜ/ରାଜୁ ପଟେଲ) ଗତ ୨୦୨୧-୨୨ ବର୍ଷ   ବାଲିସଙ୍କରା ବ୍ଲକରେ ଜିଲ୍ଲା ପରିଷଦ ପାଣ୍ଠିରୁ ୫ଲକ୍ଷ୍ୟ ଟଙ୍କା ବ୍ୟୟ ଅଟକଳ ର ସାମୁଦାୟିକ  ଶୌଚାଳୟ ଶିକାଯୋର ର ରେ ଭିତ୍ତିପ୍ରସ୍ତର କରାଯାଇଥିଲା । ସୂଚନା ଅନୁସାରେ ବିଗତ ଦୁଇ ବର୍ଷ ହେବ ଶୌଚାଳୟ ତାଲା ବନ୍ଦ ହୋଇ ରହିଥିବା  ଦେଖିବାକୁ ମିଳିଛି।  ତା ସହିତ ତାର ପରିପାର୍ଶ୍ୱରେ ଅନେକ ଗଛ ହେବା ଫଳରେ ଅଞ୍ଚଳ ର ପରିବେଶ ରେ ଭୟ ର ବାତାବରଣ ସୃଷ୍ଟି କରୁଥିବା ସୂତ୍ରରୁ ଜଣାପଡିଛି ।  ଏହି ଶୌଚାଳୟ ମୁଖ୍ୟ ରାସ୍ତାରେ ଥିବା ବେଳେ ରୀତିମତ ଭାବରେ ବିଭାଗୀୟ ଅଧିକାରୀଙ୍କ ନଜର ନ ପଡ଼ିବା ପ୍ରଶାସନର ଅପାରଗତା କୁ ଦର୍ଶାଉଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଏପରି ଭାବରେ ତାଲା ବନ୍ଦ ହୋଇ ରହିବା   ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଥିବା ସୂଚନା ରହିଛି । ଅଞ୍ଚଳବାସୀଙ୍କ କହିବା ଅନୁସାରେ ବାହାର ସବୁ ଚାକଚକ୍ କରିଥିବା ବେଳେ ଭିତରେ କାର୍ଯ୍ୟ ପୁରା ନ ହୋଇଥିବା କାରଣରୁ ତାହା ବନ୍ଦ ହୋଇ ରହିଥିବା  ପ୍ରକାଶ ପାଉଛି । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଗୋଚର କରିବାକୁ ସାଧାରଣରେ ଦାବି ହେଉଛି ।

Related Posts

About The Author

Add Comment