ଖତ ଖାଉଛି ତଲସରା ମିନି ଲ୍ୟାମ୍ପସ ,ଚାଷୀଙ୍କ ସୁବିଧା ନାଆଁ ରେ ହେଉଛି ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଲୁଟ

Spread the love

ସୁନ୍ଦରଗଡ ତା:0୪-0୧-୨0୨୬ରିଖ (ସନ୍ଧାନ ନ୍ୟୁଜ )ବାଲିଶଙ୍କରା ବ୍ଲକ ଅନ୍ତର୍ଗତ ତଲସରା ଛକ ଠାରେ   ମିନି  ଲ୍ୟାମ୍ପସ ଥିବା ବେଳେ ଏହି ଲ୍ୟାମ୍ପସ କୁ କେବେ ଖୋଲି ବାର କଥା ତ ଦୂର ର କଥା ଏଠାକୁ କେହି ଲ୍ୟାମ୍ପସ କର୍ମଚାରୀ ଆସୁ ନାହାନ୍ତି l ଘର ତିଆରି କରି ଆଜି ପର୍ଯ୍ୟନ୍ତ କାର୍ଯ୍ୟରେ ଲଗାଯାଇ ନାହିଁ । କାର୍ଯ୍ୟାଳୟ ର ଚାରିପାଖେ ଅନାବନା ର ଗଛ, ଘାସ ବାହାରି ଘରଟି ଭୁତ କୋଠୀ ପାଲଟିଥିବା ଅଞ୍ଚଲରେ ଚର୍ଚ୍ଚା ହେଉଛି ।ତଲସରା ଛକ ରେ ଲ୍ୟାମ୍ପସ ଖୋଲା ହୋଇଥିବା ବେଳେ  ତାର ସୁବିଧା ଚାଷୀ ପାଇ ପାରୁ ନ ଥିବା କାରଣରୁ ଅସନ୍ତୋଷ ବଢ଼ିବାରେ ଲାଗିଛି ।  ସାଧାରଣ ଜନତାଙ୍କ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି ହେଲେ ତାର ଉପଯୋଗ  ନ ହେବା ଏକ ପ୍ରଶ୍ନ ଘେରରେ ରହିଛି । ଏ ନେଇ ଜନ ସାଧାରଣ ଅସନ୍ତୋଷ ପ୍ରକାଶ କରିଥିବା ସୂଚନା ରହିଛି ।  ପ୍ରଥମେ ଏହି ଉପ ଲ୍ୟାମ୍ପସ ଟି କୃଷି ଗ୍ରାମ ସେବକଙ୍କ ବାସଗୃହ ପାଇଁ ଥିବା ବେଳେ ତାକୁ ରଙ୍ଗ ମାରି ଉପ ଲ୍ୟାମ୍ପସ କରିବା ପ୍ରଶ୍ନ ଘେରରେ ଥିବା ବେଳେ ତାହା ଉଚ୍ଚ  ସ୍ତରରେ ଫେର ବଦଳ ହୋଇ କାର୍ଯ୍ୟରେ ସଲା ସୁତୁରା କାର୍ଯ୍ୟ ହୋଇଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଏଥି ପ୍ରତି ଜିଲ୍ଲା ପ୍ରଶାସନ କୁ ଦୃଷ୍ଟି ଦେବା ସହ ଦୃଢ଼ କାର୍ଯ୍ୟାନୁଷଠାନ ଗ୍ରହଣ କରିବା ଓ ତାର ସ୍ଥାୟୀ ସମାଧାନ କରିବାକୁ ସାଧାରଣରେ ଦାବି  ହେଉଛି ।

Related Posts

About The Author

Add Comment