ଅସ୍ତରଙ୍ଗ (ସନ୍ଧାନ ନ୍ୟୁଜ୍)୧୦/୦୭-: କାକଟପୁର ଠାରୁ ଅସ୍ତରଙ୍ଗ ପର୍ଯ୍ୟନ୍ତ ସଂଯୋଗ କରୁଥିବା ମୁଖ୍ୟ କେନାଲ ଯେକି କାକଟପୁର ଜଳ ସଂପଦ ବିଭାଗ ଅଧିନରେ ରହିଅଛି ସେ ଏବେ ଅଳିଆ ଆବର୍ଜନାରେ ଭର୍ତ୍ତି ହେବା ସହ ଖତଗଦା ପାଲଟି ଅଛି । ଅସ୍ତରଙ୍ଗ ବଜାରର ଯେତେ ସବୁ ଅଳିଆ ଆବର୍ଜନା ଶହ : ଛେଳି ମେଣ୍ଡା କୁକୁଡ଼ା ଆଦିଙ୍କର ଶରିର ର ଆଦରକାରୀ ମଲା ଅଂଶ ସବୁ କେନାଲ ରେ ମଧ୍ୟ ପକାଯାଇ କେନାଲକୁ ଅଶୋଧିତ କରାଯିବା ଶହ କେନାଲଟି ରାସ୍ତାକଡ଼ ତଥା ବଜାର ସଂଲଗ୍ନ ହୋଇ ଥିବାରୁ ପୂତ୍ତି ଦୁର୍ଗନ୍ଧମୟ ସୃଷ୍ଟି ହେଉଅଛି । ଅପର ପକ୍ଷରେ :ବର୍ତ୍ତମାନ ବର୍ଷର ଅଭାବ ପରି ଲକ୍ଷିତ ହୋଇଥିବାରୁ , କେନାଲ ବର୍ତ୍ତମାନ ସୁଧା ସଫେଇ ହେବାର ଥିଲେ ବି.ଏ ପର୍ଯନ୍ତ ସଫା ହୋଇ ପାରିନାହିଁ ଓ ନିମାପଡ଼ା ଠାରୁ ଅସ୍ତରଙ୍ଗ ପର୍ଯ୍ୟନ୍ତ ମୁଖ୍ୟ ସଡ଼କ ସଂପ୍ରସାରଣ କାର୍ଯ୍ୟ ଚାଲୁ ଥିବାରୁ କେତେକ ସ୍ଥାନରେ କେନାଲ ଉପରେ ରାସ୍ତା ପାଶ କରିଥିବା ନେଇ ବ୍ରିଜ ସଂପ୍ରସାରଣ ରେ କେନାଲ ପାଣି ବାଧକ ସାଜିଛି ବୋଲି ଜଳସଂପଦ ବିଭାଗର ଜୈନିକ ଅଧିକାରୀ ମତବ୍ୟକ୍ତ କରିଛନ୍ତି । କେନାଲରେ ପାଣି ନ ଆସିବା ସାଙ୍ଗକୁ ବର୍ଷାର ଅଭାବ ଦେଖା ଦେବାରୁ ଚାଷି ପ୍ରଥମ ବର୍ଷାରେ ଯେଉଁ ଦଳି ପକାଇ ଚାଷ କାର୍ଯ୍ୟ ଆରମ୍ଭ କରିଥିଲା ତାହା ଏବେ ପାଣିର ଅଭାବ ନେଇ ବିଲ ସବୁ ଶୁଖି ବାକୁ ବସିଥିବା ସ୍ଥଳେ : ରାଜ୍ୟ ସରକାରଙ୍କର ଜଳସଂପଦ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ଅସ୍ତରଙ୍ଗ ବଜାର ସହ୍ନିକଟ କେନାଲ ରେ ଜମା ହେଉଥିବା କୁଢ଼କୃଢ଼ ଅଳିଆ ଆବର୍ଜନା ହଟାଇ କେନାଲରେ ପାଣି ଜୋଗାଇ ଦେବାପାଇଁ ଅସ୍ତରଙ୍ଗ ବ୍ଳକର ଚାଷି ସଂଗଠନ ଦାବି କରିଅଛି ।
ଖତଗଦା ପାଲଟିଛି ଅସ୍ତରଙ୍ଗ ମୁଖ୍ୟ କେନାଲ |
|
July 10, 2021 |
![](https://sandhannews.com/wp-content/uploads/2021/07/bcba9bc1-c296-46f6-a03d-02d3c86696a9.jpg)