ଖଣ୍ଡଗିରି ଥାନାର ଇନ୍ସପେକ୍ଟର ପରିଚୟ ଦେଇ ଫୋନ୍‌ରେ ଜଣେ ବଳାତ୍କାର ପୀଡ଼ିତା ନାବାଳିକାଙ୍କୁ ପ୍ରେମ ନିବେଦନ; ୨ ଯୁବକ ଗିରଫ

Spread the love

ଭୁବନେଶ୍ୱର, ୨୬/୦୪ (ସନ୍ଧାନ ନିଉଜ) ନିଜକୁ ଖଣ୍ଡଗିରି ଥାନାର ଇନ୍ସପେକ୍ଟର ପରିଚୟ ଦେଇ ଫୋନ୍‌ରେ ଜଣେ ବଳାତ୍କାର ପୀଡ଼ିତା ନାବାଳିକାଙ୍କୁ ପ୍ରେମ ନିବେଦନ କରୁଥିଲେ। ଯୁବକଙ୍କ କଥାବାର୍ତ୍ତାରୁ ପୋଲିସ ହୋଇନଥିବା ଜାଣି ସେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ। କେସ୍‌ ନଂ-୨୫୧/୨୦ରେ ମାମଲା ରୁଜୁ କରି ପୋଲିସ ୨ ଯୁବକଙ୍କୁ ଗିରଫ କରିଛି। ସେମାନେ ହେଲେ ବଡ଼ଗଡ଼ କେନାଲରୋଡ଼ରେ ରହୁଥିବା ମନୋଜ ମହାନ୍ତି ଓ ଲକ୍ଷ୍ମୀସାଗରର ରବୀନ୍ଦ୍ର କୁମାର ସାହୁ। ପୋଲିସ ସେମାନଙ୍କଠାରୁ କାର୍‌,ଏକ ଗଣମାଧ୍ୟମର ଆଇକାର୍ଡ ଓ ମୋବାଇଲ୍‌ ଫୋନ୍‌ ଜବତ କରିଛି। ମନୋଜ ନିଜକୁ ଖବରଦାତାର ପରିଚୟ ଦେଇ ପୋଲିସକୁ ନାଲି ଆଖି ଦେଖାଉଥିଲେ। ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି।

Related Posts

About The Author

Add Comment