ଜେନାପୁର (ସନ୍ଧାନ ନିୟୁଜ୍) ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଧୀନରେ ଅନେକ ଖଣି ଓ କ୍ରସର କୁ ପରିବେଶ ମଞ୍ଜୁରୀ ପଦ୍ରୁଷଣ ବିଭାଗ ପକ୍ଷରୁ ଦିଆଯାଇଛି। ସରକାର ଲଘୁ ଖଣିଜ ପଦାର୍ଥ ରେ ସ୍ୱଛତା ଆଣିବା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି ବୋଲି କାହୁଛନ୍ତି। ଦେଖିବାକୁ ଗଲେ ତୃଣମୂଳ ସ୍ତରରେ ସରକାରୀ ନୀତି ନିୟମର ଧଜିଆ ଉଡାଉଛନ୍ତି। ସରକାରୀ ବାବୁମାନଙ୍କର ନିର୍ଦେଶ କୁ ଫୁ କରି ଉଡାଇ ଦେଉଛନ୍ତି। ସରକାରଙ୍କ ସମସ୍ତ ନୀତିନିୟମ ଅନୁଯାୟୀ ପରିବେଶ ମଞ୍ଜୁରୀ ପାଳନ କରିନଥାନ୍ତି କ୍ରସର ଓ ଖଣି ବ୍ୟବସାୟୀ। ଅନେକ ସମୟରେ ଅଭିଯୋଗ ହେଉଥିଲେ ମଧ୍ୟ ବିଭାଗୀୟ କର୍ମଚାରୀ ଚୁପ ରହିଥାନ୍ତି।ଧର୍ମଶାଳାର ଚଡେଇଧରା,ଲୁଣିବେର,ବରଡ଼ା,ବାଜବାଟୀ ବିଛାଖଣ୍ଡି,କୁସୁନପୁର,ମାଣ୍ଡିଆଗଡା,ଡଙ୍କାରୀ,ରାହାଡ଼ପୁର,ଆରୁହା ଭଳି ଅନେକ କ୍ରସର ଛତୁ ପୁଟିଲା ପରି ଗଢି ଉଠିଛି। ନିର୍ଦ୍ଧିଷ୍ଟ କେତେ କ୍ରସର କୁ ଛାଡିଦେଲେ ବାକି ସମସ୍ତ କ୍ରସର ନିୟମ ବାହାରେ ରହି କାମ କରୁଥିବା ଅଭିଯୋଗ ହୁଏ। ସେମାନେ ପୂର୍ବରୁ ଆଇନ କାନୁନ କୁ ଫାଙ୍କିଦେଇ ଦୀର୍ଘ ବର୍ଷ ହେବ ନିଜର ସାମ୍ରାଜ୍ୟ ଚଳାଇ ଆସୁଛନ୍ତି। ବଡ ବଡ଼ିଆ ଅଧିକାରୀଙ୍କ ଚତୁରତା ଯୋଗୁ ଧର୍ମଶାଳା ତହସିଲ ଅଂଚଳରେ କୋଟି କୋଟି ଟଙ୍କାର ଲୁଟ ବଢ଼ି ବଢ଼ି ଚାଲିଛି।ଯେଉଁଥିପାଇଁ ପୂର୍ବରୁ ପ୍ରଶାସନ ଅନେକ କ୍ରସରକୁ କାରଣ ଦର୍ଶାଅ ନୋଟିସ ଦେବା ସହିତ ବଳପ୍ରୟୋଗ କରି ଭାଙ୍ଗି ଦେଇଥିଲା। ପଦ୍ରୁଷଣର ସମସ୍ତ ନିୟମ କାନୁନ କୁ ଫୁ କରି ଦୀର୍ଘ ବର୍ଷ ଧରୀ ଏହି ଅଂଚଳର କ୍ରସରମାନ ଚାଲୁଛି। ଏହି କିଛି ଦିନ ହେବ ରାଜସ୍ବ ବିଭାଗ ହାତରୁ ଖଣି ବିଭାଗ ହାତକୁ ଲଘୁ ଖଣିଜ ପଦାର୍ଥ ହାତକୁ ହସ୍ତାନ୍ତର ହୋଇଛି। ଖଣି ବିଭାଗ କ୍ରସର ମାନଙ୍କରେ ଆବଶ୍ୟକତା ଠାରୁ ଅଧିକ କଳାପଥର ଗଛିତ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଅଣ୍ଟା ଭିଡିଛି ହେଲେ ପଦ୍ରୁଷଣ ବିଭାଗ ଚୁପ କାହିଁକି ବୋଲି ପ୍ରଶ୍ନ ଉଠିଛି। ଅନେକ ସମୟ ରେ କ୍ରସର ଧୂଳି,ଧୂଆଁରେ ପରିବେଶ ପଦ୍ରୁଷଣ ବଢ଼ିବାରେ ଲାଗିଛି। ଜଣେ ସରକାରୀ କର୍ମଚାରୀ ତିନି ବର୍ଷ ଗୋଟିଏ ଜାଗାକୁ ଅନ୍ୟତ୍ର ବଦଳି ଆଦେଶ ଆସିଥାଏ ବୋଲି ସରକାରୀ ନିୟମ ରହିଛି।କିନ୍ତୁ ହେଲେ ଯାଜପୁର ଜିଲ୍ଲା ପଦ୍ରୁଷଣ ବିଭାଗ ର ଅଧିକାରୀ ୬ବର୍ଷ ହେବ ଗୋଟିଏ ସ୍ଥାନ ରେ ରହି ଆସୁଛନ୍ତି। ଏହି ଜିଲ୍ଲାରେ ଦୀର୍ଘ ଦିନ ରହିବା ପରେ ଧର୍ମଶାଳା ତହସିଲ ଅଧୀନରେ ଦିଆଯାଇଥିବା ପରିବେଶ ମଞ୍ଜୁରୀ ଉପରେ ସେଭଳି କିଛି ନିୟମ ଉଲ୍ଲଂଘନକାରୀ ଉପରେ ଆଖିଦୁଷ୍ଟିଆ ପଦକ୍ଷେପ ଗ୍ରହଣ କାହିଁକି କରୁନାହାଁନ୍ତି,ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। କେବଳ ଧର୍ମକୁ ଆଖିଠାର ମାରି କାମ ସମ୍ପାଦନ କରିଦେଇଥାନ୍ତି।ଦିନ କେଇଟା ପରେ ସ୍ଥିତି ତଥା ପୂର୍ବଂ ତଥା ପରଂ ହୋଇଥାଏ।ଅନେକ କ୍ରସରକୁ ପରିବେଶ ମଂଜୁର ଦିଆଯାଇଛି। କ୍ରସର ଚାଲିବାପାଇଁ ଅନେକ ସର୍ତ୍ତ ପାଳନ କରିବାକୁ କାଗଜ ରେ ଉଲ୍ଲେଖ ରହିଛି। ବାସ୍ତବରେ ତାହା କରାଯାଉନାହିଁ। ଯେପରି କ୍ରସର ଚାଲିବା ପାଇଁ ବୃକ୍ଷ ରୋପଣ,ଚତୃପାର୍ଶ୍ଵ ୱାଲ,ପାଣି ସିଞ୍ଚନ ଭଳି ଅନେକ ପରିବେଶ ନିୟମ ରହିଛି। ଧୂଳି ଧୂଆଁରେ ଜଳ,ସ୍ଥଳ,ଆକାଶ ଦୂଷିତ ହେଉଛି। ଅନେକ ଜୀବନ ମୃତ୍ୟୁ ମୁଖରେ ପଡି ଜୀବନ ଚାଲିଯାଉଛି କିନ୍ତୁ ନିୟମ ସଠିକ ପାଳନ କରାଯାଉଛି କି ନାହିଁ କେବେହେଲେ ପଦ୍ରୁଷଣ ବିଭାଗ ତଦାରଖ କରନ୍ତିନାହିଁ। ଯାହା ଫଳରେ ନିୟମକୁ ଉଲ୍ଲଂଘନ କରିବାକୁ ଭୟ କରିନଥାନ୍ତି ବ୍ୟବସାୟୀ। ଅଧିକାରୀଙ୍କୁ ଅଭିଯୋଗ କରିବାପରେ ବି କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତି ନାହିଁ।