ଖଣି ଚୋରି ରୋକିବା ପାଇଁ ଜିଲ୍ଲ୍‌ପାଳ, ଏସପିଙ୍କ ଅଚାନକ ଅନୁଧ୍ୟାନ: ଧର୍ମଶାଳା ଖଣି ଚୋରି ରୋକିବା ପାଇଁ ହେଉଛି ନୂଆ ପ୍ଲାନ

Spread the love

ଧର୍ମଶାଳା, ୧୨/୦୫(ସନ୍ଧାନ ନିୟୁଜ) ଯାଜପୁର ଜିଲ୍ଲାର ଧର୍ମଶାଳା ତହସିଲ ଅଂଚଳରେ ଦୀର୍ଘଦିନ ହେବ ବିଭିନ୍ନ ଖଣି ଅଂଚଳରେ ହଜାର ହଜାର କୋଟି ଟଙ୍କାର କଳାପଥର ଚୋରି ସାଙ୍ଗକୁ ବେଆଇନ୍ କ୍ରସରକୁ କଳାପଥର ଯୋଗାଣ ନେଇ ସରକାର ଶହଶହ କୋଟି ଟଙ୍କାର ରାଜସ୍ୱ ହରାଉଥିବା ଘଟଣା ଏବେ ରାଜ୍ୟରେମୁଖ୍ୟ ପ୍ରସଙ୍ଗ ହୋଇଛି । ଯେତେ ଯାହା ଅଭିଯୋଗ ହେଲେ ମଧ୍ୟ ମାଫିଆ ମାନଙ୍କ ଏହି ଲୁଟ୍ ପାଟକୁ ରୋକିବା ପ୍ରଶାସନ ପକ୍ଷେ ସମ୍ଭବ ହେଉନାହିଁ । ଗୋଟିଏ ପଟରେ ଖଣି ଲୁଟ କରି ନିର୍ଦ୍ଧିଷ୍ଟ କେତେକ ମାଫିଆ ଚାରି ଛଅ ବର୍ଷ ମଧ୍ୟରେ ହଜାର ହଜାର କୋଟି ଟଙ୍କାର ମାଲିକ ହୋଇଥିବା ବେଳେ ସରକାର ଲକ୍ଷାଧିକ କୋଟି ଟଙ୍କାର ରାଜସ୍ୱ ହରାଇଚାଲିଛନ୍ତି । ଅପର ପକ୍ଷେ ସମଗ୍ର ଅଂଚଳରେ ପରିବେଷ ଧଂସ୍ୱ ହେବା ସାଙ୍ଗକୁ ଜନଜୀବନ ବଂଚିବା ପାଇଁ ରାହା ଖୋଜୁଛି । ଇତି ମଧ୍ୟରେ ଖଣି ଚୋରିକୁ ବିରୋଧ କରି ଧର୍ମଶାଳା ତହସିଲର ଡଙ୍କାରୀ, ରାହାଡପୁର, ବରଡା, ଗଙ୍ଗେଇଡୁବୁରୀ, ଲୁଣିବର, ଅଞ୍ଜିରା ଓ ବିଛାଖଣ୍ଡି ପ୍ରଭୃତି ପାହାଡ ଓ ଖଣି ଗୁଡିକ ବିରୁଧ୍ୟରେ ଓଡିଶା ଉଚ୍ଚନ୍ୟାୟଳୟ, ଗ୍ରୀନ୍ ଟ୍ରିବୁନାଲ ଓ ଲୋକାୟୁକ୍ତଙ୍କ ନିକଟରେ ଶହେରୁ ଅଧିକ ମାମଲା ଦାୟର ହୋଇସାରିଲାଣି । ଯାହା ଏବେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି । ଖଣି ଲୁଟେରା ମାନେ ଦୌନିକ ସେମାନଙ୍କ ଚୋରିର ତରିକା ବଦଳାଉଥିବାରୁ ତାହାକୁ ସମ୍ପୁର୍ଣ୍ଣ ରୋକିବା ପାଇଁ ନୂଆ ପଦ୍ଧତ୍ତି ଓ ବୈଷୟିକ ଜ୍ଞାନକୌଶଳ ଲଗାଇବା ପାଇଁ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂହ ରାଠରୋ ଏବଂ ଏସପି ରାହୁଲ ପି.ଆର. ବୁଧବାର ଦିନ ଅଚାନକ ଧର୍ମଶାଳା ତହସିଲର ରାହାଡପୁର, ଡଙ୍କାରୀ ଓ ବିଛାଖଣ୍ଡି ପାହାଡର ପ୍ରାୟ ୩୬ରୁ ଉର୍ଧ ଖଣି ଅଂଚଳକୁ ପରିଦର୍ଶନରେ ଆସି ଅନୁଧ୍ୟାନ କରିଛନ୍ତି । ଏପରକି ଗତ ଡେିସେମ୍ବର ୩ରୁ ୧୫ତାରିଖ ମଧ୍ୟରେ କ୍ରସର ଉଚ୍ଛେଦ ସମୟରେ ବିଛାଖଣ୍ଡି ଅଂଚଳରେ ରହିଥିବା ବଡ ବଡ କ୍ରସରରେ ଗଚ୍ଛିତ ଥିବା ବୋଲଡର ଓ ଚିପ୍ସକୁ ଜବତ କରାଯାଇଥିଲା । ଏହି ସବୁ କୋଟି କୋଟି ଟଙ୍କାର ଜବତ ସମାଗ୍ରୀକୁ କ୍ରସର ମାଲିକ ମାନେ ଗାଏବ କରିନେବା ଘଟଣାର ମଧ୍ୟ ଜିଲ୍ଲାପାଳ ଓ ଏସପି ଅନୁଧ୍ୟାନ କରିଥିବା ଜଣାପଡିଛି । ନୂତନ ଜ୍ଞାନ କୌଶଳ ମାଧ୍ୟମ ଓ ଜିପିଏସ ଜରିଆରେ କସ୍ରର ଓ ଖଣି ଅଂଚଳକୁ ଜଗିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଭାବେ ଯୋଜନା ପ୍ରସ୍ତୁତ କରାଯିବ ଓ ଆବଶ୍ୟକ ପଡିଲେ କସ୍ରର ଗୁଡିକ ପାଖାପାଖି ଅଂଚଳରେ ସିସି କ୍ୟାମେରା ଲାଗାଯାଇ ପ୍ରତ୍ୟକ ଦିନର ବ୍ୟବସ୍ଥାୟକୁ ପୋଲିସ ଓ ପ୍ରଶାସନ ଅନୁଧ୍ୟାନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଜନା କରାଯାଉଥିବା ଜଣାପଡିଛି । ଜିଲ୍ଲାପାଳ ଓ ଏସପିଙ୍କ ଅଚାନକ ଅନୁଧ୍ୟାନ ସମ୍ପର୍କରେଖବର ପାଇ ସମଗ୍ର ଖଣି ଅଂଚଳରେ ମାଫିଆ ମାନ ଲୁଟ ପାଟକୁ ବନ୍ଦ କରିଦେଇଥିବା ଦେଖାଯାଇଛି । ଏହି ଅନୁଧ୍ୟାନ ସମୟରେ ଜେନାପୁର ପୋଲିସ ଏବଂ ଚଢ଼େଇଧଧରା ପାଣ୍ଡି ପୋଲିସ ଉପସ୍ଥିତ ରହିଥିଲେ ।

Related Posts

About The Author

Add Comment