କ୍ୟାନସର ରୋଗୀଙ୍କୁ ପାଟଣା ଫେରିବାକୁ ଜିଲ୍ଲାପାଳଙ୍କ ସହାୟତା

Spread the love

ଯାଜପୁର, ୨୨/୦୫/୨୦ (ସନ୍ଧାନ ନିଉଜ) :  ଜଣେ ୧୦ବର୍ଷ ବୟସର ବାଳକର ଚିକିତ୍ସା ଓ ଯାତାୟତ ଖର୍ଚ୍ଚ ପାଇଁ ଜିଲ୍ଲାପାଳ ରଂଜନ କୁମାର ଦାସ ପାଂଚହଜାର ଟଙ୍କା ମଞ୍ଜୁର କରିଛନ୍ତି । ବିହାର ରାଜ୍ୟ ଦରଭଙ୍ଗା ଜିଲ୍ଲା ନରକଟିୟା ଗ୍ରାମର ରାମାନନ୍ଦ ସାହାଣୀ ତାଙ୍କ ପରିବାର ସହ ଗୁପଚୁପ ବ୍ୟବସାୟ କରି ଯାଜପୁର ମୁ୍ୟନିସିପାଲିଟିରେ ଅମ୍ବିକାଇ ଠାରେ ରହି ଗୁଜୁରାଣ ମେଣ୍ଟାଉ ଥିଲେ । ତେବେ କରୋନା ଯୋଗୁଁ ସେ ଅସୁବିଧାରେ ଚଳୁଥିଲେ ଓ ତାଙ୍କୁ ପୌର ପ୍ରଶାସନ ପକ୍ଷରୁ ସହଯୋଗ କରାଯାଉଥିଲା । ରାମାନନ୍ଦ ଦୀର୍ଘ ୨୦ବର୍ଷ ଧରି ଏଠି ରହି ବ୍ୟବସାୟ କାମ କରୁଥିଲେ । ତେବେ ତାଙ୍କ ୧୦ବର୍ଷର ପୁଅ ମନସୁଖ ବ୍ଲଡ କ୍ୟାନସରରେ ପିଡ଼ୀତ ଥିବା ଜଣା ପଡିÿବା ପରେ ସେ ତାଙ୍କର ଗ୍ରାମକୁ ଫେରି ପାଟଣାସ୍ଥିତ କ୍ୟାନସର ହସପିଟାଲରେ ଚିକିତ୍ସା ପାଇଁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଜିଲ୍ଲାପାଳ ଶ୍ରୀ ଦାସ ତାଙ୍କର ଯାତାୟତ ଖର୍ଚ୍ଚ ପାଇଁ ପାଂଚହଜାର ଟଙ୍କାର ସହାୟତା ରେଡ଼କ୍ରସ ପାଣ୍ଠିରୁ ମଞ୍ଜୁର କରିଥିଲେ । ଶ୍ରୀ ଦାସ ରାମାନନ୍ଦ ଓ ସଂପୂର୍ଣ୍ଣ ପରିବାରକୁ ସେମାନଙ୍କ ଘରକୁ ଫେରିଯାଉଥିବାରୁ ଶୁଭେଚ୍ଛା ଜଣାଇବା ସହ ଅସୁସ୍ଥ ମନସୁଖର ଦ୍ରୃତ ଆରୋଗ୍ୟ ପାଇଁ ମା’ବିରଜାଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଏହି ସହାୟତା ପ୍ରଦାନ ସମୟରେ ଡେପୁଟୀ କଲେକ୍ଟର କୁଳମଣୀ ନାୟକ, ଅଜୟ କୁମାର ବେହେରା, ଗଙ୍ଗାଧର ଜେନା, ନିରଂଜନ ବେହେରା, ଅଶୋକ କୁମାର ନାୟକ, ସୁଧିର କୁମାର ଦୋରା, ଅକ୍ଷୟ କୁମାର ଦାସ, ଦାମୋଦର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Related Posts

About The Author

Add Comment