ଯାଜପୁର,୧୨/୦୯/୨୦୧୧ (ସନ୍ଧାନ ନିଉଜ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗରୀବ ଲୋକ ମାନଙ୍କୁ ତୁରନ୍ତ ଚିକିତ୍ସା ସେବା ପ୍ରଦାନ କ୍ଷେତ୍ରରେ ଯଥେଷ୍ଟ ଗୁରୁତ୍ୱାରୋପ କରୁଛନ୍ତି । ଓଡିଶାରେ ମୁଖ୍ୟତ କ୍ୟାନସର ରୋଗରେ ଲୋକେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି । ଏଥିପାଇଁ ଆଚାର୍ଯ୍ୟ ହରିହର କ୍ୟାନସର ପ୍ରତିଷ୍ଠାନର ବିକାଶକୁ ମଧ୍ୟ ସରକାର ଗୁରୁତ୍ୱାରୋପ କରୁଛନ୍ତି । ହେଲେ ଏଠାରେ ଅତ୍ୟଧିକ ରୋଗୀ ହେଉଥିବାରୁ ଅନେକ ଗରୀବ ରୋଗୀ ତୁରନ୍ତ ଆବଶ୍ୟକ ଚିବିତ୍ସା ସେବା ନପାଇ ବ୍ୟାପକ ଦୁର୍ଦ୍ଦଶା ଭୋଗୁ ଥିବା ବେଳେ ଅନେକ ଅକାଳରେ ମୃତ୍ୟୁ ବରଣ କରୁଛନ୍ତି । ଏ କ୍ଷେତ୍ରରେ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଶ୍ରୀବନ୍ତପୁର ପଂଚାୟତର ବାଉଁସଅଂଟା ଗ୍ରାମର ନାରାୟଣ ଦାସଙ୍କ ପତ୍ନୀ ତାରା ଦାସ ଜଣେ ଦୃଷ୍ଟାନ୍ତ । ତାରାଙ୍କ ପରିବାର ନିହାତି ଗରୀବ । ତାଙ୍କର ବି.ପି.ଏଲ କାର୍ଡ, ଜବକାର୍ଡ, ରାସନକାର୍ଡ ଆଦି ଥିବା ବେଳେ ସେ ମଧ୍ୟ ନିହାତି ଗରୀବ ଲୋକ । ତାଙ୍କୁ ପାଟିରେ ଏକ ମାଂସ ବଢି କ୍ୟାନସର ହୋଇଥିବା ବେଳେ ତାଙ୍କୁ ଏବେ ତ୍ୱରିତ ଏବଂ ତୁରନ୍ତ ଅସ୍ତ୍ରୋପଚାରର ଆବଶ୍ୟକ ହେଉଛି । ହେଲେ ଏଠାରେ ତାଙ୍କୁ ବେଡ ମଧ୍ୟ ମିଳୁନାହିଁ । ଏଥିପାଇଁ ସେ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ତାଙ୍କର ପରିବାର ନିହାତି ଗରୀବ ହୋଇଥିବାରୁ କୌଣସି ବେସରକାରୀ ହସ୍ପିଟାଲକୁ ମଧ୍ୟ ଚିକିତ୍ସା ପାଇଁ ଯାଇ ପାରୁ ନାହାନ୍ତି । ରାଜ୍ୟ ସରକାର ଗରୀବଙ୍କୁ ଉନ୍ନତ ମାନର ଚିବିତ୍ସା ମାଗଣାରେ ପ୍ରଦାନ ନେଇ ଯେତେ ସବୁ ପ୍ରତିଶୃତି ତାରାଙ୍କ ପାଇଁ ସାତସପନ ହୋଇପଡିଛି । ଏଥିପାଇଁ ତାରାଙ୍କୁ ତୁରନ୍ତ ଚିକିତ୍ସା ସେବା ପ୍ରଦାନ ସହ ପ୍ରଶାଶନ ତରଫରୁ ତାଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଗରୀବ କଲ୍ୟାଣ ଯୋଜନାର ସଫଳ ରୂପାୟନ ପାଇଁ ଅଭିଯାନ ଚଲାଇଥିବା ଧର୍ମଶାଳାର ବି.ଜେ.ଡି ନେତା ତଥା ସ୍ୱୀକୃତିପ୍ରାପ୍ତ ସମ୍ବାଦିକ ସତୀଶ ବିଶ୍ୱାଳ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି
କ୍ୟାନସର ଯନ୍ତ୍ରଣାରେ ଛଟପଟ ହେଉଥିବା ମହିଳାଙ୍କୁ ମିଳୁନି ତୁରନ୍ତ ଚିକିତ୍ସାସେବା
|
December 10, 2021 |
