ବଲାଙ୍ଗୀର, ୦୨.୦୨.୨୦୨୧(ସନ୍ଧାନ ନିଉଜ୍):- କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତା ରୋକ କଲେ ସ୍ଥାନୀୟ ଲୋକେ। ସଇଁତଳା ବଙ୍ଗଳା ଚକର ୨୬ ନମ୍ବର ଜାତୀୟ ପଥକୁ ଅବରୋଧ କରିଛନ୍ତି ଉତ୍ତ୍ୟକ୍ତ ଲୋକେ। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତା ରୋକ କରାଯାଇଛି। ସୋମବାର ସକାଳେ ଦେଉଳଗୁଡି ଛକରେ କାର ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି। ମୃତ ଯୁବକ ହେଲେ ସଇଁତଳାର ଶ୍ରୀକାନ୍ତ ଭୋଇ। ମଦ ପିଇ ଗାଡି ଚଳାଇବା ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଛି। ସେପଟେ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଛନ୍ତି। ଯାହାଫଳରେ ଯାତାୟତ ଠପ୍ ହୋଇଯାଇଛି।
କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ
|
February 2, 2021 |
