କ୍ଷତିଗ୍ରସ୍ତ ଚାଷୀଙ୍କୁ ଶୀଘ୍ର ଥଇଥାନ କରାଯାଉ: ସାଂସଦ

Spread the love

ବାରିପଦା ୨୭/୯ (ସନ୍ଧାନ ନ୍ୟୁଜ/ ଲିଙ୍ଗରାଜ ପଣ୍ଡା): ମୟୂରଭଞ୍ଜ ଓ ବାଲେଶ୍ବର ଜିଲ୍ଲା ଦେଇ ଯାଇଥିବା ବୃହତ ଜଳ ସେଚନ ପ୍ରକଳ୍ପ ସୂବର୍ଷ ରେଖା ଜଳସେଚନ ପ୍ରକଳ୍ପ ଦୀର୍ଘ ବର୍ଷ ହେଲା ମୟୂରଭ ଜିଲ୍ଲାରେ କାର୍ଯ୍ୟକାରୀ ହୋଇ ଆସୁଥିବା ବେଳେ ଅଦ୍ୟାବଧୂ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ପାରୁ ନାହିଁ । ଲକ୍ଷ୍ୟ ଧାର୍ଯ୍ୟ ମୁତାବକ ଜମି ରେ ଜଳସେଚନର ବନ୍ଦୋବସ୍ତ ହୋଇପାରୁ ନଥିବା ନେଇ ବହୁ ଅଭିଯୋଗ ହୋଇଛି । ଏ ବାବଦରେ ବିଭିନ୍ନ ସମୟରେ ପ୍ରତିବାଦ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରୁ ନାହିଁ । ମୟୂରଭଞ୍ଜ ତଥା ବାଲେଶ୍ବର ଜିଲ୍ଲାର ବିଭିନ୍ନ ବ୍ଲକ୍‌ର ଚାଷ ଜମିକୁ ଜଳସେଚନ ହେବାର ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ଅଦ୍ୟାବଧୂ ଅସମ୍ପୂର୍ଣ୍ଣ ହୋଇ ରହିବା ନେଇ ଚାଷୀମହଲରେ ଅସନ୍ତୋଷ ଦେଖାଦେଇଛି । ତେବେ ବହୁ ସ୍ଥାନରେ କେନାଲ ଆଦି ନିର୍ମାଣ କାର୍ଯ୍ୟ ସରିଥିଲେ ମଧ୍ୟ ବାସ୍ତବରେ ଜଳସେଚନ ସୁବିଧା ଉପଲବ୍ଧ ହୋଇପାରି ନାହିଁ । ଅନ୍ୟପକ୍ଷରେ ଏତେସବୁ ବ୍ୟବସ୍ଥା ହୋଇବି କାହିଁକି କାର୍ଯ୍ୟକାରୀ ହେବାରେ ବିଳମ୍ବ ହେଉଛି ସେ ନେଇ ମୟୂରଭଞ୍ଜ ସାଂସଦ ବିଶେଶ୍ଵର ଟୁଡ଼ୁ। ସଂସଦରେ ପ୍ରଶ୍ନ ଉପସ୍ଥାପନ କରିଛନ୍ତି । ଜିଲ୍ଲାର ସୁବର୍ଣ୍ଣରେଖା ଜଳଭଣ୍ଡାରରୁ ଉପକୃତ ହେବାକୁ ଥିବା ଚାଷୀ ଓ ଚାଷକୂଳଙ୍କ ପାଇଁ ବହୁ ଦିନରୁ ଚାଲି ଥିବା ସୁବର୍ଣ୍ଣରେଖା ଜଳ ପ୍ରକଳ୍ପର କାର୍ଯ୍ୟ କେବେ ସମାପ୍ତି ହେବା ସେନେଇ ସଂସଦରେ ଶ୍ରୀ ଟୁଡ଼ୁ ପ୍ରଶ୍ନ କରିଛନ୍ତି । ସୁବର୍ଣ୍ଣରେଖା ପ୍ରକଳ୍ପ ପାଇଁ ବହୁ ଲୋକ ନିଜ ଜମି ଓ ଭିଟାମାଟି ହରାଇ ଥିଲେ ମଧ୍ୟ ତାଙ୍କୁ ଠିକ୍ ଭାବରେ ଥଇଥାନ ଓ ପୁନର୍ବାସ କରାଯାଇ ନାହିଁ । ତେଣୁ ବୃହତ ଜଳସେଚନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଦୂରାନ୍ତ କରିବା ପାଇଁ ଏଥିପ୍ରତି ସ୍ଵତନ୍ତ୍ର ଧାନ ଦେଲେ ବହୁ ଚାଷୀ ଉପକୃତ ହୋଇପାରନ୍ତେ । ବୋଲି ସାଂସଦ ଶ୍ରୀ ଟୁଡୁ କହିଛନ୍ତି ।

Related Posts

About The Author

Add Comment