କ୍ରୀଡାବିତ୍ ଙ୍କ ପାଇଁ ସ୍ପୋର୍ଟସ୍ କଂପ୍ଲେକ୍ସ ସ୍ବପ୍ନ

Spread the love

ବାଲେଶ୍ଵର ୨/୮ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- ଉତ୍ତର ଓଡ଼ିଶାରେ କ୍ରୀଡ଼ା କ୍ଷେତ୍ରରେ ସବୁଠୁ ଆଗରେ ଥିଲା ବାଲେଶ୍ଵର ରାଜ୍ୟ ଆଥଲେଟିକ୍ ଆସୋସିଏସନ୍‌ର ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ ୩ଟି ସ୍ଥାନ ଭିତରେ ରହୁଥିଲା ବାଲେଶ୍ଵର ଏବେ ବି ଭଲିବଲରେ ରାଜ୍ୟ ଚାମ୍ପିଅନ୍ ଅଛି ବାଲେଶ୍ଵର ଏହି ସଫଳତା ବଜାୟ ରହିବା କଥା, ଭିତ୍ତିଭୂମି ବିକାଶ ପାଇଁ ବାଟ ଦେଖାଇବା କଥା ହେଲେ ସେମିତି କିଛି ହେଲାନି । ତେବେ ୪ ବର୍ଷ ତଳେ ରାଜ୍ୟ କ୍ରୀଡ଼ା ବିଭାଗ ବାଲେଶ୍ଵର ଜିଲ୍ଲାରେ ଅତ୍ୟାଧୁନିକ ଇଣ୍ଟିଗ୍ରେଟେଡ଼ ସ୍ପୋର୍ଟସ କଂପ୍ଲେକ୍ସ ନିର୍ମାଣ କରାଯିବ ବୋଲି ଯେତେବେଳେ ଘୋଷଣା କଲା, କ୍ରୀଡ଼ାବିତ୍‌ଙ୍କ ମଧ୍ୟରେ ନୂଆ ଆଶା ସଞ୍ଚାର ହୋଇଥିଲା । ସବୁ ପ୍ରକାର ଖେଳ ପାଇଁ ଏହି ସ୍ପୋର୍ଟସ କଂପ୍ଲେକ୍ସରେ ପ୍ରଶିକ୍ଷଣ ଦିଆଯିବା ସ୍ପୋର୍ଟସ ହଟ୍ ହେବ ବାଲେଶ୍ଵର ସହରର ମୁଖ୍ୟ ଖେଳ ପଡ଼ିଆ (ପରମିଟ୍ – ପଡ଼ିଆ)ର ଅବସ୍ଥାକୁ ନେଇ ବିମୁଖ ହେଉଥିବା କ୍ରୀଡ଼ାବିତଙ୍କ ପାଇଁ ଏହି କଂପ୍ଲେକ୍ସ ବହୁ ସହାୟକ ହୋଇଥାନ୍ତା । ରାଜ୍ୟ ସରକାରଙ୍କ ଘୋଷଣା ପରେ ଏମିତି କିଛି ସ୍ବପ୍ନ ଦେଖିଥିଲେ କ୍ରୀଡ଼ାପ୍ରେମୀ ।  ହେଲେ ସରକାରଙ୍କ ଏହି ଘୋଷଣା ବାସ୍ତବ ରୂପ ନେଲାନି । କାରଣ, ସ୍ପୋର୍ଟସ କଂପ୍ଲେକ୍ସ ନିର୍ମାଣ ପାଇଁ ଜାଗା ଖୋଜି ପାଉନି ଜିଲ୍ଲା କ୍ରୀଡ଼ା ବିଭାଗ ।

       ନୂଆ ସ୍ପୋର୍ଟସ କଂପ୍ଲେକ୍ସ ଭିତରେ ସୁଇମିଂପୁଲ୍, ଆଉଟ୍‌ଡୋର୍ ଓ ଇନ୍‌ଡୋର ଷ୍ଟାଡିୟମ୍, ଭଲିବଲ୍, ଫୁଟବଲ୍ ପାଇଁ ସ୍ବତନ୍ତ୍ର ପଡ଼ିଆ ସୁବିଧା ରହିବ, ଏହି କମ୍ପିକ୍ସ ନିର୍ମାଣ ପାଇଁ ଅତିକମ୍‌ରେ ୨୦ ଏକର ଜାଗା ଆବଶ୍ୟକ ବୋଲି କହିଥିଲା ରାଜ୍ୟ କ୍ରୀଡ଼ା ବିଭାଗ ଏହାପରେ ଜିଲ୍ଲା କ୍ରୀଡ଼ା ବିଭାଗ ବାଲେଶ୍ଵର ସହରରେ ଜମି ଖୋଜିବାରେ ଲାଗି ପଡ଼ିଥିଲା। କିନ୍ତୁ ସହର ଭିତରେ ଏତେ ପରିମାଣରେ ଜାଗା ନଥିବାରୁ ସହର ଉପକଣ୍ଠ ରେମୁଣା ବ୍ଲକ ନରହରିପୁର, ଶେରଗଡ଼ ନିକଟସ୍ଥ ବାଉଁଶଭିହା ଅଞ୍ଚଳରେ କମ୍ପ୍ଲେକ୍ସ ନିର୍ମାଣ ପାଇଁ ପ୍ରସ୍ତାବ ଦିଆଗଲା । ଜିଲ୍ଲା ଆଥଲେଟିକ୍ ଆସୋସିଏସନ୍ ବି ଜାଗା ଖୋଜିବାକୁ ଉଦ୍ୟମ କରିଥିଲା। ହେଲେ ଆଜି ପର୍ଯ୍ୟନ୍ତ କଂପ୍ଲେକ୍ସ ନିର୍ମାଣର ବାଟ ଫିଟିଲା ନାହିଁ। ୪ ବର୍ଷ ହେଲା ପ୍ରସ୍ତାବରେ ଅଟକିଛି ଏହି ପ୍ରକଳ୍ପ । କେବେ ଜାଗା ଚିହ୍ନଟ ହେବ ଓ କଂପ୍ଲେକ୍ସ ନିର୍ମାଣ ହେବ, ସେ । ଉତ୍ତର ବି ଜିଲ୍ଲା କ୍ରୀଡ଼ା ବିଭାଗ ପାଖରେ ନାହିଁ। ସ୍ପୋର୍ଟସ କଂପ୍ଲେକ୍ସ  ନିର୍ମାଣ ବିଳମ୍ବକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ଜିଲ୍ଲାର କ୍ରୀଡ଼ାବିତ୍ ଓ କ୍ରୀଡ଼ା ସଂଗଠକ କ୍ରୀଡ଼ା କ୍ଷେତ୍ରରେ । ଜାତୀୟସ୍ତରରେ ପରିଚୟ ସୃଷ୍ଟି କରିବା ଲାଗି ଏକ ସୁବର୍ଣ୍ଣ ସୁଯୋଗ ହାତଛଡ଼ା ହେବ ବୋଲି ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି । କାରଣ ଚଳିତବର୍ଷ ଶେଷ ଆଡକୁ କିମ୍ବା ଆସନ୍ତାବର୍ଷ ଆରମ୍ଭରୁ “ଖେଲୋ ଇଣ୍ଡିଆ” ଇଭେଣ୍ଟ ଏବଂ ଯୁବ ମହୋତ୍ସବ ଆୟୋଜନ ପାଇଁ ଯୋଜନା ରଖିଛି କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ।

      ୨୦୨୮ ଅଲିମ୍ପିକରେ ପ୍ରଥମ ୧୦ ରାଷ୍ଟ୍ରଙ୍କ । ମଧ୍ୟରେ ରହିବା ପାଇଁ ତୃଣମୂଳସ୍ତରରୁ କ୍ରୀଡ଼ାବିତଙ୍କୁ ସାମ୍ନାକୁ ଆଣିବାକୁ ଏଥିରେ ଗୁରୁତ୍ବ ଦିଆଯାଇଛି। ଏଥିପାଇଁ ନିକଟରେ ଭିଡିଓ  କନଫରେନ୍ସି ଜରିଆରେ ସବୁ ରାଜ୍ୟର କ୍ରୀଡ଼ାକ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ କେନ୍ଦ୍ର ଓ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଏହି କ୍ରମରେ କ୍ରୀଡ଼ା ମନ୍ତ୍ରଣାଳୟ ସବୁ ରାଜ୍ୟରେ ଖେଲୋ ଇଣ୍ଡିଆ ଷ୍ଟେଟ୍ ସେଣ୍ଟର ଅଫ୍ ଏକ୍ସଲେନ୍ସ (କେଆଇଏସ୍‌ସିଇ) ପ୍ରତିଷ୍ଠା କରିବ ଓ ଏଥିପାଇଁ ଓଡ଼ିଶାରେ  ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମ୍ବକୁ ଚୟନ କରାଯାଇଛି । ଏଥିସହ ଦେଶର ୧୦୦୦  ଜିଲ୍ଲାରେ ଖେଲୋ ଇଣ୍ଡିଆ କେନ୍ଦ୍ର (କେଆଇସି) ଖୋଲିବାକୁ ଯୋଜନା ରହିଛି। କେନ୍ଦ୍ର ସରକାରଙ୍କ ଏହି ଯୋଜନା ଯଦି କାର୍ଯ୍ୟକାରୀ ହୁଏ, ତେବେ ଓଡ଼ିଶାର ୩-୪ଟି ଜିଲ୍ଲାରେ କେଆଇସି ଖୋଲାଯିବା ।

         ଆଥଲେଟିକ୍ ମିଟରେ ରାଜ୍ୟସ୍ତରରେ ପ୍ରଥମ  ୩ଟି ସ୍ଥାନରେ ରହୁଥିବାରୁ ବାଲେଶ୍ଵର ଜିଲ୍ଲାରେ । କେଆଇସି ପ୍ରତିଷ୍ଠା ହେବାର ଦୃଢ଼ ସମ୍ଭାବନା ରହିଛି । ଏହାଦ୍ବାରା ପଡ଼ୋଶୀ ଭଦ୍ରକ ଓ ମୟୁରଭଞ୍ଜ ଜିଲ୍ଲାର କ୍ରୀଡ଼ାବିତ୍ ମଧ୍ୟ ଉପକୃତ ହୋଇ ପାରିବେ । ତେବେ ଦୁର୍ବଳ କ୍ରୀଡ଼ା ଭିତ୍ତିଭୂମି ଆଳରେ ଏହି ଯୋଜନାରୁ ବାଲେଶ୍ଵର ଜିଲ୍ଲା ବାଦ୍ ପଡ଼ିବାର ଆଶଙ୍କାକୁ ଏଡାଇ ଦିଆଯାଇନପାରେ । ଏମିତି ହେଲେ ଏକ ବଡ଼ ସୁଯୋଗ ହାତଛଡ଼ା କରିବା ବାଲେଶ୍ଵର ତେଣୁ ଜିଲ୍ଲା କ୍ରୀଡ଼ା ବିଭାଗ ନିଦରୁ ଉଠି କମ୍ପ୍ଲେକ୍ସ ନିର୍ମାଣ କଥା ଚିନ୍ତା କରୁ ଓ କେନ୍ଦ୍ରମନ୍ତ୍ରୀ ଥିବା ପ୍ରତାପ ଷଡ଼ଙ୍ଗା ବାଲେଶ୍ଵରରେ କେଆଇସି ନିର୍ମାଣ ପାଇଁ ଉଦ୍ୟମ ଜାରି ରଖନ୍ତୁ ବୋଲି ଦାବି ଜଣାଇଛନ୍ତି ବହୁ କ୍ରୀଡ଼ାବିତ୍ । । ଏ ବାବଦରେ ଆଥଲେଟିକ ଆସୋସିଏସର ସଂପାଦକ ଅଭୟ ମହାପାତ୍ର କହିଛନ୍ତି, ଶେରଗଡ଼ ଚେକଗେଟ୍ ପାଖରେ ଥିବା ବାଉଁଶଡିହା ଅଞ୍ଚଳରେ ୮୦ ଏକର ଜାଗା ରହିଛି । ଆସୋସିଏସର କର୍ମକର୍ତ୍ତା ବି ଏହି ଜାଗା ଦେଖି କମ୍ପ୍ଲେକ୍ସ ପାଇଁ ଉପଯୁକ୍ତ ହେବ ବୋଲି ବିବେଚନା କରିଛନ୍ତି । କିନ୍ତୁ ଆଜିକୁ ୪|୫ ବର୍ଷ ହେଲା ଜାଗା ନିରୂପଣ ହୋଇ । ପାରୁନାହିଁ । ଏ ନେଇ ପ୍ରଶାସନ, ରାଜନେତା ବି ଗୁରୁତ୍ୱ ଦେଉନାହାନ୍ତି। ଏହି କମ୍ପ୍ଲେକ୍ସ ହେଲେ ରାଜ୍ୟ ଓ କେନ୍ଦ୍ର ତରଫରୁ ଅନୁଦାନ ଆସନ୍ତା । କ୍ରୀଡ଼ା କ୍ଷେତ୍ରରେ ବାଲେଶ୍ଵର ଜିଲ୍ଲା ଆହୁରି ଆଗକୁ  ଯାଇପାରନ୍ତା । କିନ୍ତୁ ଇଛାଶକ୍ତିର ଅଭାବ ଏଥିରେ ଅନ୍ତରାୟ ସାଜିଛି ।

        ଜିଲ୍ଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା କହିଛନ୍ତି,ଜାଗା ଚିହ୍ନଟ ପାଇଁ ରେମୁଣା ତହସିଲଦାରଙ୍କୁ ଦାୟିତ୍ବ ଦିଆଯାଇଛି । ହେଲେ ଆଜିଯାଏ ଜାଗା ଚିହ୍ନଟ ହୋଇପାରିନାହିଁ । ଯେତେ ଶୀଘ୍ର ଜାଗା ଚିହ୍ନଟ ହେବ, ସେତେ ଶୀଘ୍ର କାମ ଆରମ୍ଭ ହେବା ।

Related Posts

About The Author

Add Comment