ରାଉରକେଲା, ୧୧/୦୯/୨୦ (ସନ୍ଧାନ ନିଉଜ) : ଲକଡାଉନ,ସଟଡାଉନକୁ ସାମୟିକ ଭାବେ ପ୍ରଶାସନ ପକ୍ଷରୁ କିଛି ଦିନ ପୂର୍ବରୁ ହଟାଇ ଦିଆଯାଇ କଟକଣାକୁ କୋହଳ କରାଯାଇଛି । ଅପରପକ୍ଷରେ ସୁନ୍ଦରଗଡ଼ ଜିଲା ସମେତ ରାଉରକେଲାରେ କରୋନା କାୟା ବିସ୍ତାର କରିବାରେ ଲାଗିଛି । ଯାହକୁ ନେଇ ଜନସାଧାରଣଙ୍କ ମନରେ ଭୀତସଂଚାର ହୋଇଛି!
ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ସେହି ଅନୁପାତରେ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି । ଫଳରେ ସମଗ୍ର ଜିଲାରେ ଭୟର ବାତାବରଣ ଖେଳି ଯାଇଛି । କରୋନା ଯୋଗୁ ଲୋକେ ଜୀବନ ଜୀବିକା ହରାଇଛନ୍ତି । କରୋନା କଟକଣା କୋହଳ ପରେ ବି କରୋନା ଡର ଲୋକଙ୍କୁ ଗ୍ରାସ କରିଛି । କୋର୍ଟ, କଚେରୀ, ଦୋକାନ ବଜାର, ବ୍ୟବସାୟ ପ୍ରତିଷ୍ଠାନ, ହୋଟେଲ ରେଷ୍ଟୁରାଂଟ ଆଦି ଯିବାକୁ ଲୋକେ ଭୟ କରୁଛନ୍ତି । ସ୍କୁଲ, କଲେଜ, କୋଚିଙ୍ଗ ସେଂଟର ଗୁଡ଼ିକ ଦୀର୍ଘଦୀନ ହେବ ବନ୍ଦ ହୋଇ ପଡ଼ିଥିବାରୁ ଏହାର ସିଧାସଳଖ ପ୍ରଭାବ ଛାତ୍ର, ଶିକ୍ଷକ, ଅଭିଭାବକଙ୍କୁ ବହୁଳ ଭାବେ ଆଘାତ ଦେଉଛି । ସମାଜର ସମସ୍ତ ବର୍ଗର ବ୍ୟକ୍ତି ବିଶେଷ କରୋନାର ଭୟାବହ ପରିସ୍ଥିତିରେ ଦୀର୍ଘଦୀନ ହେବ ନୟାନ୍ତ ହୋଇ ପଡ଼ିଥିବା ବେଳେ ଜୀବନ ଜୀବିକା ଠପ ହୋଇ ପଡ଼ିଛି । ସେହିପରି କଟକଣା କୋହଳ ପରେ ବସ ପରିବହନ ସେବା ସଂପୂର୍ଣ୍ଣ ଭାବେ ସ୍ୱାଭାବିକ ହୋଇ ପାରୁନି । ଯେଉଁଠି କେତେ ଖଣ୍ଡ ବସ ଗଡ଼ୁଛି ସେଥିରେ ଲୋକେ ଯିବାକୁ ଭୟ କରୁଛନ୍ତି । ଏହା ଉପରେ ନିର୍ଭର କରୁଥିବା ବସ କର୍ମଚାରୀ, ଖଲାସି, କୁଲି ସମସ୍ତେ ଏକପ୍ରକାର ହାତ ବାନ୍ଧି ବସିଛନ୍ତି । ପ୍ରବାସୀ ଶ୍ରମିକ ସେମାନଙ୍କ କର୍ମସ୍ଥଳୀକୁ ଫେରିବାକୁ ଚାହୁଁଥିଲେ ମଧ୍ୟ ଫେରି ପାରୁ ନାହାନ୍ତି । ଅପରପକ୍ଷରେ ମନରେଗା ଯୋଜନାରେ ସେମାନଙ୍କୁ କାମ ଯୋଗାଇ ଦେବାକୁ ସରକାର କହୁଥିଲେ ମଧ୍ୟ ଯେତିକି କାମ ଚାଲୁଛି ତାହା ସେମାନଙ୍କ ପାଇଁ ପର୍ଯ୍ୟାପ୍ତ ହେଉନାହିଁ । ଅପରପକ୍ଷରେ ପଂଚାୟତସ୍ତରରେ ମନରେଗା ଯୋଜନା କାର୍ଯ୍ୟ ଜୋର ଧରି ନଥିବାରୁ ଜବକାର୍ଡଧାରୀ, ପ୍ରବାସୀ ଶ୍ରମିକଙ୍କ ଆର୍ଥିକ ସ୍ଥିତି ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ସମାଜର ପ୍ରତ୍ୟେକ ସ୍ତରର ବ୍ୟକ୍ତି ବର୍ତମାନ ଉପାର୍ଜନ ହରାଇ ନିରାଶା ମଧ୍ୟରେ ଗତି କରୁଛନ୍ତି । ଆର୍ଥିକ ଦୁଶ୍ଚିନ୍ତା ଯୋଗୁ ଘରେ ଘରେ ପାରିବାରିକ ହିଂସା ବୃଦ୍ଧି ପାଇବାରେ ଲାଗିଛି । ଏହି ମାରାତ୍ମକ ଭୂତାଣୁର ସଂକ୍ରମଣ ମଣିଷ ସମାଜର ସମଗ୍ର ଗତିିବିଧିକୁ ଧକ୍କା ଦେଇଛି । ସୁନ୍ଦରଗଡ଼ ଜିଲାବାସୀ ସଂକ୍ରମଣ ଭୟରେ ସମୟ କଟାଉଥିବାରୁ ଜିଲାର ସମସ୍ତ ସ୍ତରରେ ଏକ ପ୍ରକାର ନିରାଶାର ଭାବ ଦେଖିବାକୁ ମିଳୁଛି ।