କୋଲାବ ଡ୍ୟାମରେ ବୁଡି ତିନିବନ୍ଧୁଙ୍କ ଅକାଳ ବିୟୋଗ

Spread the love

ମାଲକାନଗିରି, ୨୯/୨/୨୦ (ସନ୍ଧାନ ନିଉଜ) : ଆଜି ସକାଳେ କୋଲାବ ଡ୍ୟାମ ନିକଟକୁ ଜନ୍ମଦିନ ପାଳନ କରିବାକୁ ଯାଇଥିବା ବେଳେ ଡ୍ୟାମରେ ଗୋଡଖସି ତିନି ବନ୍ଧୁଙ୍କ ମୃତ୍ୟୁଘଟିଛି ,ସେମାନଙ୍କ ମଧ୍ୟରୁ କୋରାପୁଟ କଲେଜରେ  ପଢୁଥିବା ମାଲକାନଗିରି ଜିଲ୍ଲା ମାଥିଲି ଥାନାସ୍ଥ ମହୁପଦର ଗ୍ରାମର ସୁଧିର ପଟନାୟକ ଙ୍କ ପୁତ୍ର ରମାକାନ୍ତ ପଟନାୟକ ଓ କିଆଙ୍ଗ ଗ୍ରାମର ସୁନାଧରପୂଜାରୀ ଙ୍କ ପୁତ୍ର ସନ୍ଦୀପପୂଜାରୀ ଆଜି କୋରାପୁଟ କୋଲାବ ଡ୍ୟାମରେ ବୁଡି ମୃତ୍ୟୁଘଟିଛି । ଆଜି ସକାଳେ କିଛି ଛାତ୍ର ଓ ଛାତ୍ରୀ କୋଲାବ ଡ୍ୟାମ ନିକଟକୁ ଜନ୍ମଦିନ ପାଳନ କରିବାକୁ ଯାଇଥିଲେ । ସେହି ଡ୍ୟାମରେ ହାତଧୋଇବାକୁ ଯାଇ ୩ଜଣଛାତ୍ର ଙ୍କର ଗୋଡ ପାଣିରେ ଖସି ଯାଇଥିଲା ,ଡ୍ୟାମର ଅଥଳ ଜଳରେ ସେମାନେ ବୁଡି ଯିବାର ଦେଖି ନିକଟରେ ଥିବା ଅନ୍ୟ ଛାତ୍ର ଓ ଛାତ୍ରୀ ମାନେ ଚିତ୍କାର କରି ଡାକ ପକାଇବାରୁ ପାଖରେ ଥିବା କିଛି ଲୋକ ଆସି ସେମାନଙ୍କୁ ଉଦ୍ଧାର କରି କୋରାପୁଟ ହସପିଟାଲକୁ ଚିକିତ୍ସା ନିମନ୍ତେ ନେଇଯାଇଥିଲେ । ସେଠାରେ ଡାକ୍ତର ସେ ତନିଜଣ ଛାତ୍ରଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ଏହି ମୃତ ଛାତ୍ରଙ୍କ ମଧ୍ୟରେ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ମହୁପଦର ଗ୍ରାମର ରମାକାନ୍ତପଟନାୟକ, କିଆଙ୍ଗ ଗ୍ରାମର ସନ୍ଦୀପପୂଜାରୀ ଓ ଅନ୍ୟଜଣେ ମନ୍ନମଥ ସାମଲ ବୋଲି ଜଣାପଡିଛି । ଏହି ତିନିଜଣ ଛାତ୍ର ଅନ୍ତରଙ୍ଗ ବନ୍ଧୁଥିଲେ ,ସେମାନେ କୋରାପୁଟ ସରକାରୀ ମହାବିଦ୍ୟାଳୟ ଯୁକ୍ତ ତିନି ଦ୍ୱିତୀୟ ବର୍ଷର ଛାତ୍ର ବୋଲି ଜଣାଯାଇଛି । ଏହି ଦୁଃଖଦ ଘଟଣାରେ କୋରାପୁଟ ମହାବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯିବା ସହିତ ମାଲକାନଗିରି ଜିଲ୍ଲାର ମହୁପଦର ଓ କିଆଙ୍ଗ ଗ୍ରାମରେ କାନ୍ଦବୋବାଳି ପଡିଯାଇ ଶୋକର ଛାୟା ଖେଳି ଯାଇଛି, ଦୁଇମୃତ ପରିବାର କୋରାପୁଟ ଯାଇ ସେମାନଙ୍କ ପୁତ୍ରର ଶବବ୍ୟବଛେଦ କରି ନିଜଗାଁକୁ ଆଣିଥିବାର ଜଣାପଡିଛି । ଦୁଇ ଭେଣ୍ଡିଆ ପୁଅଙ୍କୁ ହରାଇ ଦୁଇପରିବାର ଙ୍କ ଅଖିରୁ ଲୁହଶୁଖୁନାହିଁ,ଦୁଇଟି ଗାଁରେ ଶୋକାକୁଳପରିବେଶ ସୃଷ୍ଟି ହୋଇଯାଇଛି ।

Related Posts

About The Author

Add Comment