କୋରୋନା ସଂକ୍ରମଣ ଆଶଙ୍କା: ସ୍ବେଚ୍ଛାସେବୀ ସଂଗଠନ ଦ୍ବାରା ଖାଦ୍ୟ ପଦାର୍ଥ ବଣ୍ଟନ ରଦ୍ଦ

Spread the love
ରାଉରକେଲା, ୦୨/୦୪ (ସନ୍ଧାନ ନିୟୁଜ): ଖାଦ୍ୟ ପଦାର୍ଥ ବାଣ୍ଟି ପାରିବେ ନାହିଁ ସ୍ବେଚ୍ଛାସେବୀ ସଂଗଠନ । ଲକଡାଉନ ସମୟ ରାଉରକେଲାରେ ଗରିବ, ନିରାଶ୍ରୟ,ଫସି ରହିଥିବା ଶତାଧିକ ଲୋକଙ୍କ ସହାୟତା ପାଇଁ ବିଭିନ୍ନ ସ୍ବେଛାସେବୀ ସଂଗଠନ ଆଗକୁ ଆସି ଲୋକଙ୍କୁ ଖାଦ୍ୟ ପ୍ରଦାନ କରୁଥିଲେ । ତେଣୁ ସେମାନଙ୍କୁ ଖାଦ୍ୟର କୌଣସି ଅସୁବିଧା ହେଉ ନ ଥିଲ । ମହାମାରୀ କୋରୋନା ଆତଙ୍କ ଯୋଗୁଁ ସାରା ଭାରତକୁ 21 ଦିନ ପର୍ଯ୍ୟନ୍ତ ଲକଡାଉନ କରାଯାଇଛି । ଦେଶରେ ଲୋକମାନେ ଲକଡାଉନ ସମୟରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଗରିବ ତଥା ଶ୍ରମିକ ଶ୍ରେଣୀର ଲୋକଙ୍କୁ ଖାଦ୍ୟ ପାଇପାରୁନାହାନ୍ତି । ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ଦ୍ବାରା ଖାଦ୍ୟ ପଦାର୍ଥ ଯୋଗାଇ ଦିଆଯାଉଥିଲା । ସାମାଜିକ ଦୂରତାର ପାଳନ ହୋଇ ପାରୁ ନ ଥିବାରୁ କୋରୋନାର ସଂକ୍ରମଣ ଆଶଙ୍କାର ସମ୍ଭାବନା ରହିଛି। ଏହାକୁ ନେଇ ରାଉରକେଲା ମହାନଗର ନିଗମ ସ୍ବେଚ୍ଛାସେବୀ ସଂଗଠନ ମାନଙ୍କୁ ଖାଦ୍ୟ ବାଣ୍ଟିବା ଅନୁମତିକୁ ରଦ୍ଦ କରିଛି।

Related Posts

About The Author

Add Comment