କୋରୋନା ପାଇଁ କୋଣାର୍କ ମନ୍ଦିରରେ ପ୍ରବେଶ ମନା

Spread the love

ପୁରୀ,  ୧୬/୦୩ (ସନ୍ଧାନ ନିୟୁଜ) : କୋରୋନା ପାଇଁ କୋଣାର୍କ ମନ୍ଦିରରେ ପ୍ରବେଶ ମନା । କୋରୋନାର ଭୟାବହତାକୁ ଦେଖି କୋଣାର୍କ ମନ୍ଦିର ଏକ ସପ୍ତାହ ପାଇଁ ବନ୍ଦ କରାଯାଇଛି। କୋରୋନା ଭାଇରସରୁ ପର୍ଯ୍ୟଟକଙ୍କୁ ସୁରକ୍ଷା ନେଇ ପୁରୀ ଜିଲ୍ଲାପ୍ରଶାସନ ରାଜ୍ୟ ସରକାରଙ୍କ ନିର୍ଦେଶ ଅନୁଯାୟୀ ନିର୍ଦେଶନାମା ଜାରି କରିଛନ୍ତି।  

ଓଡିଶାର ପ୍ରସିଦ୍ଧି ପର୍ଯ୍ୟଟନସ୍ଥଳୀ କୋଣାର୍କ ଦେଶ ବିଦେଶରୁ ଅନେକ ବିଦେଶୀ ପର୍ଯ୍ୟଟକ ବୁଲିବାକୁ ଆସିଥାନ୍ତି । ମାହାମାରୀ ରୋଗ କୋରୋନା ଭୁତାଣୁ ବ୍ୟାପିବାର ଆଶଙ୍କା ଥିବାରୁ କୋଣାର୍କ ମନ୍ଦିର ପ୍ରବେଶ ବନ୍ଦ କରଯାଇଛି। ଏହା ସହିତ ପୁରୀ ବେଳାଭୂମିରେ  କଟକଣା ଜାରି କରାଯାଇଛି। ଅଧିକ ଲୋକ ଯେଭଳି ବେଳାଭୂମିରେ ଏକାଠି ନ ହେବେ ସେ ନେଇ ନଜର ରଖାଯାଇଛି।

ସେହିପରି ବିଭିନ୍ନ ପଞ୍ଚାୟତ ସ୍ତରରେ କୋରୋନାର ସଂକ୍ରମଣ ଦାଉରୁ ରକ୍ଷା କରିବା ପାଇଁ ଲୋକଙ୍କୁ ସଚେତନତା କରାଯାଇଛି। ଲୋକଙ୍କ ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରିବା ସହ ବାରମ୍ବାର ହାତ ଧୋଇବା,ପରିଷ୍କାର ପରିଚ୍ଛନ୍ନ ରହିବା ପାଇଁ ସଚେତନ କରାଯାଉଛି ।

Related Posts

About The Author

Add Comment