ରାଉରକେଲା,୨୨/୦୪ (ସନ୍ଧାନ ନିଉଜ) : କୋରୋନା ମୁକାବିଲା ପାଇଁ ବର୍ତ୍ତମାନସୁଦ୍ଧା ବୈଜ୍ଞାନିକମାନେ ମଧ୍ୟ କୌଣସି ସମାଧାନ ପାଇନାହାଁନ୍ତି । କିନ୍ତୁ ବିଶ୍ରା ବ୍ଲକର ଭାଲୁଳତା ପଞ୍ଚାୟତର କପ୍ରଣ୍ଡା ଗାଁର ଲୋକ ମାନେ କୋରୋନାକୁ ତାଙ୍କ ଗାଁ ବାହାରକୁ ଫୋପାଡ଼ି ଆସିବ ପାଇଁ ପୂଜା ଅର୍ଚ୍ଚନା କରି ଥିଲେ। ବଡ଼ କଥା ହେଉଛି ଏହି ପୂଜା ସମୟରେ ସାମାଜିକ ଦୂରତ୍ୱର ପାଳନ କରାଯାଇଥିଲା। ଗାଁରେ ଘରୁ ଝାଡୁ ଲଗାଇ ସବୁ ପ୍ରକାରର ମଇଳା ଏକ ହାଣ୍ଡିରେ ନେଇ ଗ୍ରାମବାସୀ ଗାଁ ସୀମା ବାହାରକୁ ଯାଇଥିଲେ। ସେଠାରେ ଘରର ମଇଳା ସହିତ ରୋଗକୁ ଫୋପାଡ଼ି ଆସିଥିଲେ।
କୋରୋନାକୁ ଗାଁରୁ ବିଦା କରିଦେବା ପାଇଁ ପୂଜା !
|
April 22, 2020 |
![](https://sandhannews.com/wp-content/uploads/2020/04/image-2020-04-22T222705.169.png)