କୋରାପୁଟ ହେଉଛି ସ୍ୱାଧିନତାର ପ୍ରାଣକେନ୍ଦ୍ର

Spread the love
କୋରାପୁଟ, ୨୦/୦୯/୨୦୨୧ (ସନ୍ଧାନ ନିଉଜ) : ସ୍ୱାମୀ ବିବେକାନନ୍ଦ ଲୋକସଂସଦ କୋରାପୁଟ ଜିଲ୍ଲା ବିଚାରଧାର‍ ଶାଖା ଦ୍ୱାରା ଆହୂତ ନବମ ଇ-ପାଠଚକ୍ର ରେ  ଆଜି ଏଭଳି ମତପ୍ରକାଶ ପାଇଅଛି।ସୋମବାର ସଂଧ୍ୟା ୭.୦୦-୮.୦୦ ମଧ୍ୟରେ ଗୁଗଲ୍ ମିଟ୍ ଆପ୍ ମାଧ୍ୟମରେ ଏହି ସଭାଟି ଅନୁଷ୍ଠିତ ହେଇଥିଲା ।ଏଥିରେ ମୁଖ୍ୟବକ୍ତା ଋପେ ଯୋଗଦେଇଥିଲେ ନବରଙ୍ଗପୁର ରୁ ରାଜନୀତି ବିଜ୍ଞ‍ାନ ପ୍ରଫେସର୍ ଡ. ବିଜୟ କୁମାର ମିଶ୍ର । ସେ ନିଜ ଅଭିଭାଷଣରେ କୋରାପୁଟ ଜିଲ୍ଲାରେ ଉନ୍ନବିଂଶ ଶତାବ୍ଦିରୁ ସ୍ୱାଧିନତା ନିମିତ୍ତ  ପର୍ଯ୍ୟାୟକ୍ରମେ ଘଟିଥିବା ବିଭିନ୍ନ ଘଟଣାବଳୀ ଆଲୋଚନା କରିଥିଲେ । ଏହି ଅଞ୍ଚଳରେ ସତୀନଦୀ ଏବଂ କୋଲାବ ନଦୀର ମିଳନ ସ୍ଥଳୀ ନୁଆପୁଟରେ ଅନୁଷ୍ଠାନିକ ସ୍ୱାଧିନତା ସଂଗ୍ର‍ମୀ ତ‍ାଲିମ ସ୍ଥାପନ, ଜଉଥିରେ ସାଢେଚାରିଶହ ସ୍ୱାଧିନତା ସଂଗ୍ରାମୀ ଯୋଗଦେଇ ସ୍ୱାଧିନତାର ବାର୍ତ୍ତା  ଅବିଭକ୍ତ କୋର‍ପୁଟ ର ପ୍ରତିଗ୍ର‍ମରେ ପହଁଚାଇଥିଲେ,ଲକ୍ଷ୍ମଣ ନାୟକ, ରାଧାକୃଷ୍ଣ ବିଶ୍ୱାସରାୟ, ରାଧାମୋହନ ସାହୁ, ମହମ୍ମଦ ବାଜି,ସଦାଶିବ ତ୍ରିପାଠୀ, ଲକ୍ଷ୍ମୀ  ପଣ୍ତା,  ନୀଳକଣ୍ଠ ପାତ୍ର(ନୀରବ ସଂଗ୍ରାମୀ) ପର୍ଶୁରାମ ମାଝି(ଚେରଗାଁ)  ପ୍ରମୁଖ ନେତୃବୃନ୍ଦଙ୍କ ଅବଦାନ ତଥା ସୁନାବେଡା, ସେମିଳିଗୁଡା, ବୈପାରିଗୁଡା, ବୋରିଗୁମ୍ମା ଆଦି ଅଞ୍ଚଳରେ ଘଟିଥିବା ସଂଗ୍ରାମ ତଥା ସ୍ୱାଧିନତାର ବୀଜବପନ କିଭଳି ହେଇଥିଲା ସେୟା ବଖାଣିଥିଲେ । ଅହିଂସା ଆନ୍ଦୋଳନର ମୂଳମନ୍ତ୍ର ଋପେ ସାମୂହିକ ଥାନା ଘେରାଉ, ଭାରତ ମାତାଙ୍କ ଜୟଗାନ ତଥା ସ୍ୱଦେଶୀ ଦ୍ରବ୍ୟର ବ୍ୟବହାର ତଥା ବ୍ରିଟିଶ ସରକାରଙ୍କ ପ୍ରତିରୋଧ ତଥା ଲାଠିଚାଳନାର ବିଷୟ ମାନ ଉପସ୍ଥିତ ଶ୍ରୋତାମଣ୍ତଳୀଙ୍କୁ ବର୍ଣ୍ଣନା କରିଥିଲେ । କୋରାପୁଟ ଜେଲ୍ କିଭଳି ଆଜି ସ୍ୱାଧିନତାର ସ୍ମାରକି ସାଜିଛି ତଥା କୋରାପୁଟ ଅଞ୍ଚଳରୁ କିଭଳି ସ୍ୱାଧିନତାର ବହ୍ନି ଅନ୍ୟ ଅଞ୍ଚଳକୁ ବ୍ୟାପିଥିଲା ସେହି ବିଷୟ ଉପସ୍ଥାପନ କରିଥିଲେ ।  ଓଡିଶା ତଥା ରାଜ୍ୟବାହାରୁ  ଜ୍ଞାନପିପାସୁ ଗଣ ଏହି ଅନ୍ ଲାଇନ୍ ପାଠଚକ୍ରରେ ଯୋଗଦେଇ ଜ୍ଞାନଯଜ୍ଞଟିକୁ ସଫଳ କରେଇଥିଲେ।”  କୋରାପୁଟ ଜିଲ୍ଲା ସ୍ୱରାଜର କେତୋଟି ଅକୁହା କଥା” ଶୀର୍ଷକରେ ଆୟୋଜିତ ଏହି ଉତ୍ସବରେ ଅଧ୍ୟକ୍ଷତା କରିଥିଲେ ସଂଗଠନର ଆଜୀବନ ସଦସ୍ୟା ତଥା ଅଧ୍ୟାପିକା ଡ. ଝାନସୀ ସିଂହ।ପ୍ରାରମ୍ଭରେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ ସୁଶ୍ରୀ ସୁନନ୍ଦା ପାଢି।ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ପରିଚାଳନା ତଥା ସଭା ସଂଯୋଜନା କରିଥିଲେ ବିବେକାନନ୍ଦ ଯୁବ ସଂସଦର ସଦସ୍ୟ ଶ୍ରୀ ମନୋରଂଜନ ପଣ୍ତା ।ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଅନୁଷ୍ଠାନର ମେଡିଆ ସେଲ୍ ସଂଯୋଜକ ତଥା ଅଧ୍ୟାପକ ଶ୍ରୀ ସରୋଜ ପ୍ରହରାଜ।ପ୍ରତିମାସ ୨୦ ତାରିଖରେ କୋରାପୁଟର ବିକାଶ କୁ ନେଇ ଏଭଳି ଆଲୋଚନା ଚକ୍ର ଜାରି ରହିବ ବୋଲି ଅନୁଷ୍ଠାନ ତରଫରୁ ସୂଚନା ମିଳିଛି ।

Related Posts

About The Author

Add Comment