ବୈପାରିଗୁଡା ବ୍ଲକ ପରିସରରେ ପଞ୍ଚୟତ ରାଜ ଦିବସ ପାଳିତ

Spread the love

ବୈପାରିଗୁଡା,୫/୩ (ସନ୍ଧାନ ନିୟୁଜ/ ସରୋଜ କୁମାର ଲେଙ୍କା) – କୋରାପୁଟ ଜିଲ୍ଲାର ବୈପାରିଗୁଡା ବ୍ଲକ ପରିସରରେ ପଞ୍ଚୟତ ରାଜ ଦିବସ ସମାରୋହ ପାଳିତ ହୋଇଯାଇଛି ।ଉକ୍ତ କାର୍ଯ୍ୟକ୍ରମରେ ବୈପାରିଗୁଡା ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ସରୋଜିନୀ କାଣ୍ଡିକି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଶ୍ରୀଯୁକ୍ତ ଭାଗୀରଥି ମୁର୍ଜିଆ, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଗୁପ୍ତା, ନବରଙ୍ଗପୁର ସାଂସଦ ପ୍ରତିନିଧି ଶ୍ରୀଯୁକ୍ତ ସାଥିରାମ ନାୟକ ଯୋଗ ଦାନ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ପଞ୍ଚୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ସରୋଜିନୀ କାଣ୍ଡିକି ପ୍ରଥମେ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରିଥିଲେ ।ଏହା ପରେ ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଭିଡ଼ିଓ କନ୍ଫରେନ୍ସ ମାଧ୍ୟମରେ ମହିଳା ମାନଙ୍କୁ ସିଧାସଳଖ କଥା ହୋଇଥିଲେ ।ଏହା ପରେ ଅତିଥି ମାନେ ଉପସ୍ଥିତ ଥିବା ମହିଳା ମାନଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଦ୍ଵାରା ବିଭିନ୍ନ ଉର୍ଣ୍ଣୟନ ମୂଳକ କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମ କୁ ବୈପାରିଗୁଡା ର ନୂତନ ବିଡିଓ ଶ୍ରୀଯୁକ୍ତ ରଜନୀକାନ୍ତ ଦାଶ୍ ସଭାପତିତ୍ୱ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ବୈପାରିଗୁଡା ସ୍ଥିତ ପୂଜା ସ୍ୱୟଂ ସହାୟକ ଗୋଷ୍ଠୀ ର ସମସ୍ତ ସଦସ୍ୟ ଙ୍କ ସମେତ ବ୍ଲକ ର ବିଭିନ୍ନ ପଞ୍ଚୟତ ରୁ ଆସିଥିବା ସ୍ୱୟଂ ସହାୟକ ଗୋଷ୍ଠୀ ର ୨ହଜାର ରୁ ଉର୍ଦ୍ଧ୍ବ ମହିଳା ଉପସ୍ଥିତ ଥିଲେ ।

Related Posts

About The Author

Add Comment