କୋରାପୁଟ ଆନ୍ଧ୍ର ସିମାନ୍ତରେ ଏନ୍ କାଉଣ୍ଟରରେ ୫ ମାଓବାଦୀ ନିହତ

Spread the love

କୋରାପୁଟ ୮/୫ (ସନ୍ଧାନ ନିୟୁଜ) ଆଜି ଡିଭିଏଫ୍ ,ଏସଓଜି ପକ୍ଷରୁ କୋରାପୁଟ ଆନ୍ଧ୍ର ସିମାନ୍ତ କିଟୁଆକାନ୍ତି ଜଙ୍ଗଲରେ କମ୍ବିଂ ବେଳେ ସୁରକ୍ଷା କର୍ମି ଏନ୍ କାଉଣ୍ଟରରେ ୫ ଜଣ ମାଓବାଦୀ ନିହତ ହୋଇଥିବା ପୁଲିସ ନିକଟରୁ ସୁଚନା ମିଳିଛି ।ଆନ୍ଧ୍ର ସୀମା ପାଡ଼ୁଆ ଥାନା କିଟୁଆକାନ୍ତି ଜଙ୍ଗଲରେ ଏନ୍‌କାଉଣ୍ଟର ହୋଇଛି। ଏଥିରେ ୫ ଜଣ ମାଓବାଦୀ ନିହତ ହୋଇଛନ୍ତି।ମୃତ ମାଓବାଦୀଙ୍କ ମଧ୍ୟରେ ୩ ଜଣ ମହିଳା ଥିବା ବେଳେ୨ ଜଣ ପୁରୁଷ ଅଛନ୍ତି। ଡିଭିଏଫ୍, ଏସ୍ଓଜି ପକ୍ଷରୁ କିଟୁଆକାନ୍ତି ଜଙ୍ଗଲରେ କମ୍ବିଂ ବେଳେ ଏନ୍‌କାଉଣ୍ଟର ହୋଇଥିଲା। ମୃତ ମାଓବାଦୀଙ୍କ ଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଥିବା କୋରାପୁଟ ଏସ୍‌ପି କନୱାର ବିଶାଲ ସିଂହ ସୂଚନା ଦେଇଛନ୍ତି।

Related Posts

About The Author

Add Comment