କୋରାପୁଟର  ପ୍ରାକୃତିକ ସମ୍ପଦରେ ନାଲ୍ କୋ ଶୀର୍ଷକ ପାଠଚକ୍ର ଅନୁଷ୍ଠିତ

Spread the love
କୋରାପୁଟ,୨୨/୦୫/୨୦୨୨ (ସନ୍ଧାନ ନିଉଜ) : ସ୍ୱାମୀ ବିବେକାନନ୍ଦ ଲୋକସଂସଦ କୋରାପୁଟ ଜିଲ୍ଲା ବିଚାରଧାର‍ ଶାଖା ଦ୍ୱାରା ସପ୍ତଦଶ ଇ-ପାଠଚକ୍ର ଅନୁଷ୍ଠିତ ହେଇଯାଇଅଛି। ଶୁକ୍ରବାର ସଂଧ୍ୟା ୭.୦୦-୮.୦୦ ମଧ୍ୟରେ ଗୁଗଲ୍ ମିଟ୍ ଆପ୍ ମାଧ୍ୟମରେ ଏହି ସଭାଟି ଅନୁଷ୍ଠିତ ହେଇଥିଲା । ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ ନାଲ୍ କୋ ର ସହ ମହାପ୍ରବନ୍ଧକ ଡ. ପ୍ରଦୀପ କୁମାର ପାଟ୍ଟଯୋଶୀ ସେ ନିଜ ଅଭିଭାଷଣ ରେ ନାଲ୍ କୋର ସ୍ଥାପନା,କାର୍ଯ୍ୟଶୈଳି ତଥା ପାରିପାର୍ଶ୍ୱିକ ଉନ୍ନୟନ ସମୂହ ଆଲୋଚନା କରିଥିଲେ  ।ସଭାଧ୍ୟକ୍ଷା ଋପେ ଯୋଗଦେଇଥିଲେ ସେମିଳିଗୁଡା ମହାବିଦ୍ୟାଳର ରାଜନୀତି ବିଭାଗର ମୁଖ୍ୟା ତଥ‍ା ସ୍ୱାମୀ ବିବେକାନନ୍ଦ ଲୋକସଂସଦ କୋରାପୁଟର ସମ୍ପାଦିକା ଡ. ଝାନସୀ ସିଂହ  ।ଓଡିଶା ତଥା ରାଜ୍ୟବାହାରୁ  ଜ୍ଞାନପିପାସୁ ଗଣ ଏହି ଅନ୍ ଲାଇନ୍ ପାଠଚକ୍ରରେ ଯୋଗଦେଇ ଜ୍ଞାନଯଜ୍ଞଟିକୁ ସଫଳ କରେଇଥିଲେ।ପ୍ରାରମ୍ଭରେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ ସୁଶ୍ରୀ ପ୍ରିୟଙ୍କା ଡାକୁଆ ଏବଂ ବିବେକବାଣୀ ପାଠ କରିଥିଲେ ସୁଶ୍ରୀ ରୋଜାଲିନ୍ ମହାପାତ୍ର ।
ସଭାରେ ଆଜୀବନ ସଦସ୍ୟ ତଥା ଅଧ୍ୟାପିକା ମାନସୀ ଆଚାର୍ଯ୍ୟ ସଂଯୋଜନା କରିଥିବା ସ୍ଥଳେ ଧନ୍ୟବାଦ ଅର୍ପଣ କରିଥିଲେ ସଦସ୍ୟ ସୁଶ୍ରୀ ଅର୍ଣ୍ଣପୂର୍ଣ୍ଣା ଭତ୍ରା । କାର୍ଯ୍ୟକ୍ରମର ଆଲୋଚନାକୁ ଦୃଶ୍ୟଚିତ୍ର ମାଧ୍ୟମରେ ପରିବେଷଣ କରିଥିଲେ ରାଜ୍ୟକାର୍ଯ୍ୟକାରିଣି ସଦସ୍ୟ ଅରୁଣ କୁମାର ତ୍ରିପାଠୀ  ।ପ୍ରତିମାସ ୨୦ ତାରିଖରେ କୋରାପୁଟର ବିକାଶ କୁ ନେଇ ଏଭଳି ଆଲୋଚନା ଚକ୍ର ଜାରି ରହିବ ବୋଲି ଅନୁଷ୍ଠାନ ତରଫରୁ ସୂଚନା ମିଳିଛି ।

Related Posts

About The Author

Add Comment