କୋରାପୁଟ ଜିଲ୍ଲା ପ୍ରଶାସନ , ନାଲକୋ ପ୍ରଶାସନ ଓ ନାଲକୋ ଏଲଏପି ଜମିହରା ସଂଘ ମଧ୍ୟରେ ତ୍ରୀପାକ୍ଷିକ ବୈଠକ
କୋରାପୁଟ, ୩/୭ (ସନ୍ଧାନ ନିୟୁଜ) କୋରାପୁଟ ଜିଲ୍ଲାପାଳ କେ .ସୁଦର୍ଶନ ଚକ୍ରବର୍ତୀଙ୍କ ଅଧ୍ୟକ୍ଷତାରେ ଗତକାଲି ରାତ୍ରୀରେ ଜିଲ୍ଲାପାଳଙ୍କ ସଭାଗୃହଠାରେ କୋରାପୁଟ ଜିଲ୍ଲା ପ୍ରଶାସନ , ନାଲକୋ ପ୍ରଶାସନ ଓ ନାଲକୋ ଦାମଯୋଡିସ୍ଥ ଏଲଏପି ଜମିହରା ସଂଘ ମଧ୍ୟରେ ତ୍ରୀପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି ।ସଂଘ ଦେଇଥିବା ୫ ଗୋଟି ଦାବି ଉପରେ ଆଲୋଚନା କରାଯାଇଥିଲା ।ଯଦି କୋଣସି ଜମିହରା ପରିବାର ଚାକିରୀ କରିବାକୁ ଅନିଛା ପ୍ରକାଶ କରି ତାଙ୍କର ଗୋଟିଏ ସନ୍ତାନଙ୍କୁ ପାଠ ପଢାଇସାରି ସନ୍ତାନର ଚାକିରୀ ଚାହାନ୍ତି ତା ହେଲେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିବା ପାଇଁ ମାସିକ ୬ ହଜାର ଟଙ୍କା ବୃତି ଆକାରରେ ନାଲକୋ ଯୋଗଇଦେବା ସହଆଇଟିଆଇ ଟ୍ରେନିଂ ଦେଇ ଚାକିରୀ ପ୍ରଦାନ କରିବ ବୋଲି ବୈଠକରେ ନାଲକୋ ରାଜି ହୋଇଥିବା ଜଣାପଡିଛି ।୨ ୟ ଦାବି ଯେଉଁ ପରିବାରର ସହମତି ଆସୁନାହିଁ କିମ୍ଭା କୈାଣସି ବ୍ୟକ୍ତି ଚାକିରୀ କରିବାକୁ ଅନିଛା ପ୍ରକାଶ କଲେ ମାସିକ ଭତା ୧୨ ହଜାରରୁ ୧୮ ହଜାର ଟଙ୍କା ୩୦ ବର୍ଷ ପର୍ଯ୍ୟନ୍ତ ଜମି ଅନୁପାତରେ ନେଇପାରିବ ବୋଲି ଜଣାପଡିଛି । ୩ ୟ ଦାବି ଅନୁସାରେ ଯେଉଁ ପରିବାରର ସହମତି ଆସୁନାହିଁ କିମ୍ଭା କୈାଣସି ବ୍ୟକ୍ତି ଚାକିରୀ କରିବାକୁ ଅନିଛା ପ୍ରକାଶ କଲେ ଏକକାଳୀନ ଭତା ୫ ଲକ୍ଷରୁ ୩୦ ଲକ୍ଷ ଟଙ୍କା ପାଇପାରିବ ବୋଲି ଜଣାପଡିଛି । ୪ ର୍ଥ ଦାବି ପ୍ରକାରେ ଶିକ୍ଷାଗତ ଯୋଗ୍ୟତା ସର୍ବନିମ୍ନ ଦଶମ ଶ୍ରେଣୀକୁ କୋହଳ କରି ଅଷ୍ଟମ ଶ୍ରେଣୀ କରାଯାଇଥିବା ଜଣାପଡିଛି ।ପରିବାରରୁ ଜଣେ ଚାକିରୀ କରିବାକୁ ଚାହୁଁଥିବା ଜମିହରା ବ୍ୟକ୍ତି ଅଷ୍ଟମ ଶ୍ରେଣୀ ସହ ଆଇଟିଆଇ ଓ ଦଶମ ଶ୍ରେଣୀ ସହ ଆଇଟିଆଇ ଶିକ୍ଷାଲାଭ କରିଛନ୍ତି ତାହା ହେଲେ ତାଙ୍କୁ ଏକ ବର୍ଷ ଏସ.ୟୁ.ପି.ଟି ଟ୍ରେନିଂ ସହ ଦେଢ ବର୍ଷ ଜେ.ଓ.ଟି ଟ୍ରେନିଂ କରିବାକୁ ପଡିବ ବୋଲି ବୈଠକରେ ନିଷ୍ପତି ହୋଇଥିବା ଜଣାପଡିଛି ।ଯଦି ଅଷ୍ଟମ ଶ୍ରେଣୀ ଓ ଦଶମ ଶ୍ରେଣୀ ପଢିଛନ୍ତି କିନ୍ତୁ ଆଇଟିଆଇ ଶିକ୍ଷାଲାଭ କରି ନାହାନ୍ତି ତେବେ ତାଙ୍କୁ ଏକ ବର୍ଷ ଆଇଟିଆଇ ସହ ଏସ.ୟୁ.ପି.ଟି ଟ୍ରେନିଂ ଓ ଦେଢ ବର୍ଷ ଜେ.ଓ.ଟି. ଟ୍ରେନିଂ ନେବାକୁ ପଡିବ ତା ହେଲେ ଯାଇ ଚାକିରୀ ନିୟମିତ ହେବ ବୋଲି ଜଣାପଡିଛି ।୫ ମ ଦାବି ଅନୁସାରେ ୧ ବର୍ଷ ଆଇଟିଆଇ ଟ୍ରେନିଂ ସମୟରେ ଦରମା ଭତା ମାସକୁ ୧୨ ହଜାର ଓ ୨ ବର୍ଷ ଏସ.ୟୁ.ପି.ଟି ଟ୍ରେନିଂ ସମୟରେ ମାସକୁ ୧୩ ହଜାର ଟଙ୍କା ପ୍ରଦାନ କରାଯିବା ସହ ଜେ.ଓ.ଟି.ଟ୍ରେନିଂର ୧ ବର୍ଷରେ ମାସକୁ ୧୫ ହଜାର ଟଙ୍କା ଆଉ ବଳକା ୬ ମାସ ଜେ.ଓ.ଟି.ଟ୍ରେନିଂରେ ୧୫ ହଜାର ୫୦୦ ଟଙ୍କା ଭତା ମିଳିବ ବୋଲି ନାଲକୋ କର୍ତୂପକ୍ଷ ରାଜି ହୋଇଥିବା ଜଣାପଡିଛି ।ନାଲକୋ ପ୍ରଶାସନ ଉପରୋକ୍ତ ପ୍ରତିଶୃତି ଦେଇଥିବା ଜଣାପଡିଛି ।ଏହି ବୈଠକରେ କୋରାପୁଟ ସାଂସଦ ଝିନ୍ନ ହିକକା , କୋରାପୁଟ ଏସପି ଡାକ୍ତର କନଓାର ବିଶାଳ ସିଂ , କୋରାପୁଟ ଉପ-ଜିଲ୍ଲାପାଳ ଲଲିତ କୁମାର କହଁର ,କୋରାପୁଟ ତହସିଲଦାର ନେହେରୁ ମାଝି , ନାଲକୋର କାର୍ଯ୍ୟନିର୍ବାହୀ ନିଦେ୍ର୍ଦଶକ ଡି.କେ.ମହାନ୍ତି , ମାନବ ସମ୍ବଳ ଓପ୍ରଶାସନର ମହାପ୍ରବନ୍ଧକ ଆର .କେ.ମିଶ୍ର , ଏଲଏପି ସଂଘ ସଭାପତି ଭିମଧର ଖିଲ ,ସାଧାରଣ ସଂପାଦକ ଭବାନୀ ଶଙ୍କର ନାୟକ . ସଂଘର ଉପଦେଷ୍ଟା ପ୍ରୀତମ ପାଢୀ , ବିଜେଡି ନେତା ଶଙ୍କର ପ୍ରସାଦ ଦୁରିଆ , କେତନ ଚୋଧୁରୀ ପ୍ରମୁଖ ଉପସ୍ଥିତ ଥିଲେ ।
Report by Ranjan Das koraput