ଯାଜପୁର, ୨୭/୦୨ (ସନ୍ଧାନ ନିୟୁଜ) କୋରାଇ ବ୍ଲକ କାର୍ଯ୍ୟାଳୟ ପରିସରରେ ଆଜି ଭୀମଭୋଇ ଭିନ୍ନକ୍ଷମ ଚିହ୍ନଟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମୋଟ ୨୧୩ ଜଣଙ୍କର ଡାକ୍ତରୀ ପରୀକ୍ଷା କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୧୭୨ଜଣଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର ପାଇଁ ଚିହ୍ନଟ ସହ ୧୨ଜଣଙ୍କୁ ବାଣୀଶ୍ରୀ ସ୍କଲାରସିପ ଓ ୨୯ ଜଣଙ୍କୁ ହୁଇଲ ଚେୟାର, ଟ୍ରାଏ ସାଇକେଲ ଆଦି ଯୋଗାଇଦେବାକୁ ସ୍ଥିର କରାଯାଇଥିଲା । ଭିନ୍ନକ୍ଷମ ମାନଙ୍କ ପାଇଁ ମଧ୍ୟାନ୍ନ ଭୋଜନର ବ୍ୟବସ୍ଥା କରାଯାଇଥିଲା । ଯେଉଁ ଭିନ୍ନକ୍ଷମମାନେ ପୂର୍ବରୁ ଅନଲାଇନରେ ନିଜ ନାମ ପଂଜୀକରଣ କରିଛନ୍ତି ସୋମନଙ୍କୁ ଚିହ୍ନଟ କରାଯାଇଥିଲା । ମାତ୍ର ଯେଉଁ ଭିନ୍ନକ୍ଷମ ମାନେ ନୂତନ କରି ଆସିଥିଲେ ସେମାନେ ଅନଲାଇନ ନାମ ପଂଜିକରଣ କରିନଥିବାରୁ ନିରାଶ ହୋଇ ଘରକୁ ଫେରିଥିଲେ । ଶିବିରରେ ଅନଲାଇନ ପଂଜୀକରଣ ବ୍ୟବସ୍ଥା କରିବାକୁ ଉଚିତ ବୋଲି ଆଲୋଚନା ହେବାକୁ ନେଇ ଚାପା ଗୁଜଂରଣ ହୋଇଥିଲା । ପୂର୍ବରୁ ପ୍ରସ୍ତୁତି ଓ ପ୍ରଚାର ପ୍ରସାର ଅଭାବରୁ ଅଧିକ ଭିନ୍ନକ୍ଷମ ଯୋଗଦେଇ ପାରିନଥିଲେ । ଜିଲ୍ଲା ମଙ୍ଗଳ ଅଧିକାରୀ ମନିଶ କୁମାର ରଥ, ବିଡିଓ ଶ୍ରୀମତୀ ଶେତ୍ୱା ସିଗ୍ଧା, ଡବ୍ଲୁଓ ହେମନ୍ତ କୁମାର ଜେନା, ବ୍ଲକ ଅଧ୍ୟକ୍ଷା ମାତଳୀ ଟୁଡୁ, ଉପାଧ୍ୟକ୍ଷ ଅନିଲ ମହାପାତ୍ର, ମୁଖ୍ୟ କିରାଣୀ ସୁନିଲ ସାହୁ, ରାଜେଶ ରଂଜନ ଦାସଙ୍କ ସମେତ ବ୍ଲକ କାର୍ଯ୍ୟାଳୟର ସମସ୍ତ ଅଧିକାରୀ/କର୍ମଚାରୀ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
କୋରାଇ ବ୍ଲକରେ ଭୀମଭୋଇ ଭିନ୍ନକ୍ଷମ ଚିହ୍ନଟ ଶିବିର
|
February 27, 2020 |



