ବେତନଟୀ, 17/10 (ସନ୍ଧାନ ନ୍ୟୁଜ୍/ ଲିଙ୍ଗରାଜ ପଣ୍ଡା) :- ବେତନଟୀ ପ୍ରେସକ୍ଲବ ଆନୁକୂଲ୍ୟରେ କୋଭିଡ ଯୋଦ୍ଧାଙ୍କ ନିମନ୍ତେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଶୁକ୍ରବାର ପ୍ରେସକ ସଭାପତି ହରିଶ୍ଚନ୍ଦ୍ର ନନ୍ଦଗୋସ୍ୱାମୀଙ୍କ ଆବାହକତ୍ବରେ ଏକ ଭରଚୁଆଲ ବୈଠକ ହୋଇଥିଲା । ଏଥିରେ ରୋନା ଯୁଦ୍ଧରେ ପରାଜିତ ହୋଇଥିବା ଶୁଳିଆପଦା ବ୍ଳକର ସାମ୍ବାଦିକ ପରମାନନ୍ଦ ଦାସ(୬୪)ଙ୍କ ଅମରଆତ୍ମାର ସଦଗତି କାମନା କରାଯାଇ ଶୋକବ୍ୟକ୍ତ କରାଯାଇଥିଲା । ଶୁଳିଆପଦା ବ୍ଳକ କୋଷ୍ଠା ଗ୍ରାମର ସାମ୍ବାଦିକ ପରମାନନ୍ଦ ଦାସ କରୋନାରେ ଆକ୍ରାନ୍ତ ହୋଇ ଗତ ମଙ୍ଗଳବାର ବାଙ୍କିଶୋଳସ୍ଥିତ କୋଭିଡ ହସପିଟାଲରେ ଭର୍ତ୍ତି ହୋଇଥିଲେ । ସେଠାରେ ତାଙ୍କର ଉପଯୁକ୍ତ ଚିକିତ୍ସା ନହେବା ଫଳରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ କିମସ କୋଭିଡ ହସପିଟାଲକୁ ନିଆଯାଉଥିଲା । ମାତ୍ର ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ପ୍ରେସକ୍ଲବ ପକ୍ଷରୁ ଶୋକ ପ୍ରକାଶ କରାଯିବା ସହିତ ତାଙ୍କର ଆତ୍ମାର ସଦଗତି ନିମନ୍ତେ ୧ମିନିଟ ନିରବ ପ୍ରାର୍ଥନା କରାଯାଇଥୁଲା । ଏଥିରେ ସଞ୍ଜୟ ମିଶ୍ର, ବିମଳେନ୍ଦୁ ମହାପାତ୍ର, ମନୋଜ ପଣ୍ଡା, ରଣଜିତ ସାହୁ, ନିଳାଦ୍ରୀ ବିହାରୀ ଦଣ୍ଡପାଟ, ଭବାନୀ ଶଙ୍କର ମିଶ୍ର, ସୀତାନାଥ ବେହେରା, ସଞ୍ଜିତ ଦାସ, ଦୀପକ ବୁଗୁଡି, ତପନ ପତି, ଅଜିତ କୁମାର ସେନାପତି, ଡମ୍ବରୁଧର ରାଉତ, ଶାନ୍ତନୁ କୁମାର ପଣ୍ଡା, ସମାଜସେବୀ ପ୍ରକାଶ ବେହେରା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଜିଲା ସାମ୍ବାଦିକ ସଂଘର ସଭାପତି ଅରୁଣ କୁମାର ଓତା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।
କୋଭିତ ଯୁଦ୍ଧରେ ହାରିଯାଇଥିବା ସାମ୍ବାଦିକଙ୍କ ନିମନ୍ତେ ଶୋକସଭା
|
October 17, 2020 |