କୋଭିଡ-୧୯ ଆଇନ ଖିଲାପକାରୀ ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ

Spread the love

ବାରିପଦା, ୧୧/୦୭ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- କୋରାନ ଭାଇରସର ପ୍ରାଦୁର୍ଭାବକୁ ଦୃଷ୍ଟି ରଖି ବାରିପଦା ପୈରାଂଚଳ ପ୍ରଶାସନ ପକ୍ଷରୁ ଆଜି ପ୍ରଥମ ଥର ପାଇଁ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ କୋରାନ ଭୂତାଣୁ ପ୍ରତିକ୍ରିୟାରର ସତର୍କତା ସଂପର୍କରେ ପୈରାଞ୍ଚଳର ସମସ୍ତ ବ୍ୟବସାୟୀଙ୍କୁ ସଚେତନ କରାଯାଇଥିବା ସହିତ କୋଭିଡ-୧୯ ଖିଲାପକାରୀଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଓ ଆବଶ୍ୟକ ଜୋରିମାନା ଅସୁଲ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

     ଜାରୀ କରାଯାଇଥିଲା ଘୋଷଣା ଅନୁଯାୟୀ ବାରିପଦା ପୌରଚଂଳର ସମସ୍ତ ବ୍ୟବସାୟୀମାନେ ପ୍ରତିଷ୍ଠା ଯଥା ସ୍ଥାୟୀ ଦୋକାନ ଓ ରାସ୍ତାପାର୍ଶ୍ଵ ଉଠାଇ ଦୋକାନ ଚାଲୁ ରଖିଥିବା ସମୟ ମଧ୍ୟରେ ପ୍ରତିଷ୍ଠାନର ସମସ୍ତ କର୍ମଚାରୀ ମାସ୍କ ପିନ୍ଧି ଦୋକାନ କାର୍ଯ୍ୟ କରିବେ । କିନ୍ତୁ ଏଥିରେ ଖିଲାପ କରାଗଲେ ସେମାନଙ୍କ ବିରୋଧରେ କୋରନା ଭୂତାଣୁ (କୋଭିଡ-୧୯)ର ପ୍ରଚଳିତ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତତ୍ ସହିତ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନମାନେ ନିଜ ନିଜର ଦୋକାନ ସମ୍ମୁଖରେ ସାମାଜିକ ଦୂରତା ବଜାୟ ରଖିବା ଏବଂ ଜିନିଷ କିଣିବା ସକାଶେ ଯାଉଥିବା ଗ୍ରାହକମାନଙ୍କୁ ଧାଡ଼ି କରି ଛିଡ଼ା କରାଯିବା ନିମନ୍ତେ ଦୋକାନ ସମ୍ମୁଖରେ ପରିସରକୁ ନେଇ ଦଉଡି  ବାନ୍ଧିବା ସହ ଗ୍ରାହକମାନଙ୍କ ପାଇଁ ଅନ୍ୟୁନ ଦୁଇ ମିଟର ବ୍ୟବଧାନରେ ଗୋଲାକାର ଚିହ୍ନ ଅଙ୍କିତ କରିବାକୁ କୁହାଯାଇଛି ।

Related Posts

About The Author

Add Comment