ବାରିପଦା ୨୧/୦୭ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- କୋଭିଡ ନିୟମକୁ ଏବେ କଡାକଡି କରାଯାଇଥିବା ବେଳେ ୧୮ ନଂ ଜାତୀୟ ରାଜପଥ ପାର୍ଶ୍ବରେ ଥିବା କେତେକ ଢ଼ାବା ଏହି ନିୟମକୁ ଖୋଲିଖୋଲି ଉଲଘଂନ କରୁଥିବା ପ୍ରଶାସନର ନଜରକୁ ଆସିବାରେ ପୁଣି ଏକ ଢାବାକୁ ଶୁକ୍ରବାର ବିଳମ୍ବିତ ରାତିରେ ପୋଲିସ ସିଲ୍ କରିଛି । ଶୁକ୍ରବାର ୧୮ ନଂ ଜାତୀୟ ରାଜପଥ ବୈଶିଙ୍ଗା ଥାନା ଇଲାକାରେ ୨ଟି ଓ ବେତନଟୀ ଥାନା ଇଲାକାରେ ଗୋଟିଏ ଢ଼ାବାକୁ ତହସିଲଦାର ଅନୀକ୍ଷା ଦାସଙ୍କ ନିର୍ଦ୍ଦେଶରେ ପୋଲିସ ସିଲ୍ କରିଥିବା ବେଳେ ବିଳମ୍ବିତ ରାତିରେ ବେତନଟୀ ଥାନା ତୁଳସୀ ଚଉରା ଠାରେ ଥିବା ବିଷ୍ଣୁ ଢ଼ାବାକୁ ସିଲ୍ କରିଥିବା ଜଣାଯାଇଛି । ଏହି ଢାବା ସିଲ୍ ସମୟରେ ତହସିଲଦାର ଉପସ୍ଥିତ ଥିଲେ । ଉକ୍ତ ଢ଼ାବା ମାଲିକ ନାମରେ ଅନେକ ମାମଲା ରୁଜୁ ହୋଇଥିଲେ ମଧ୍ୟ ସେ କୋଭିଡ ନିୟମକୁ ଉଲଘଂନ କରିବା ସହିତ ଅବାଧରେ ମନ୍ଦ ବ୍ୟବସାୟ ଚଳାଇ ଆସୁଥିଲା । ଫଳରେ ବେତନଟୀ ଥାନାଧିକାରୀ ଅଶୋକ କୁମାର ନାୟକ ଏହି ଢାବାକୁ ସିଲ୍ କରିଛନ୍ତି । ସୂଚନାଥାଉକି ,୧୮ ନଂ ଜାତୀୟ ରାଜପଥ ବୈଶିଙ୍ଗା ଥାନା ଇଲାକାରେ ରାସ୍ତା କଡ଼ରେ ଥିବା ଢ଼ାବା ମାନଙ୍କରେ ଅବାଧରେ ମଦ ବିକ୍ରି ହେଉଥିବାବେଳେ ଅବକାରୀ କିମ୍ବା ପୋଲିସର ନଜର ସେମାନଙ୍କ ଉପରେ ନଥିବାରୁ ଆଗତାଲା ପଛ ଖୋଲା ନିତିରେ ମଦ ବ୍ୟବସାୟ ଆରାମରେ ଚାଲିଛି । କେବଳ ବେତନଟୀ ଅଞ୍ଚଳ ନୁହେଁ ପଡୋଶୀ ବାଲେଶ୍ଵର ଜିଲ୍ଲାରୁ ମଧ୍ୟ ମଦ୍ୟପି ଯୁବକ ବୈଶିଙ୍ଗା ଥାନା ଅଞ୍ଚଳକୁ ନିରାପଦା ମନେକରି ଦୈନିକ ମଦ୍ୟପାନ କରିବାକୁ ଆସୁଥିବା ସାଧାରଣରେ ଆଲୋଚିତ ହେଉଥିବା ବେଳେ ବିଭାଗୀୟ ଅଧିକାରୀ ଚୁପଚାପ୍ ରହି ନିରବ ଦ୍ରଷ୍ଟା ସାଜିଛନ୍ତି ।ବୈଶିଙ୍ଗାଥାନା ଅଧୀନ ନଖରା ବଳଙ୍ଗପୋଲ ନିକଟରେ ଏକ ଢାବାରେ ଦିନରାତି ସମାନ ଭାବେ ଖୋଲାଖୋଲି ମଦ କାରବାର ହେଉଥିବା ଯୋଗୁଁ ଅଞ୍ଚଳବାସୀ ଉକ୍ତ ରାସ୍ତାରେ ନିରାପଦ ମଣୁନାହାଁନ୍ତି । ଫଳରେ ମହିଳାମାନେ ଉକ୍ତ ରାସ୍ତାରେ ଯିବାଆସିବା କରିବାକୁ ନିରାପଦ ମଣୁନାହାଁନ୍ତି । ଜାତୀୟ ରାଜପଥ ହାତୀଝୁରୀ ନିକଟରେ ଏକ ଢ଼ାବାରେ ବହୁଳ ପରିମାଣରେ ମଦ କାରବାର ହେଉଥିଲେ ମଧ୍ୟ ଢାବାମାଲିକ ଚତୁରତାର ସହିତ ଏହି କାରବାର କରୁଥିବାରୁ ଚଢ଼ାଉ ସମୟରେ ଧରା ପଡୁନାହାଁନ୍ତି ବୋଲି ସାଧାରଣରେ ଆଲୋଚନା ହେଉଛି । ସେଥି ନିମନ୍ତେ ପ୍ରଶାସନ ସତର୍କ ଦୃଷ୍ଟି ଦେବା ନିମନ୍ତେ ବିଭିନ୍ନ ମହଲରେ ଦାବି ହେଉଛି ।
କୋଭିଡ ନିୟମ ଉଲଘଂନ ଅଭିଯୋଗରେ ପୁଣି ଏକ ଢାବାସିଲ
|
July 21, 2020 |



