କୋଭିଡ କେୟାର ସେଣ୍ଟରର ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ 

Spread the love
ରାଉରକେଲା, ୦୭/୦୮/୨୦ (ସନ୍ଧାନ ନିଉଜ) : ରାଉରକେଲା ହାଇଟେକ ମେଡିକାଲ କଲେଜ ଏବଂ ହସପିଟାଲରେ ଥିବା କୋଭିଡ ହସ୍ପିଟାଲ ଏବଂ ବିପିୟୁଟିରେ ଥିବା କୋଭିଡ କେୟାର ସେଣ୍ଟରର ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ କରିବା ଲାଗି ରାଉରକେଲା ଅଗ୍ନିଶ୍ରମ ସେବା ପକ୍ଷରୁ 2 ଟି ଟିମ ନିୟୋଜିତ କରାଯାଇଛି ।ସହକାରୀ ଫାୟାର ଅଫିସରଙ୍କ ଉପସ୍ଥିତିରେ ଏହି ଟିମ ଅଗ୍ନି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଥିଲେ । ରାଉରକେଲାରେ କୋଭିଡ ହସ୍ପିଟାଲ ଏବଂ କୋଭିଡ କେୟାର ସେଣ୍ଟର ର ବେଡ଼ ସଂଖ୍ୟା 2000 କୁ ବୃଦ୍ଧି କରାଯାଉଥିବା ବେଳେ ରାଜ୍ୟ ଫାୟାର ଡିଜିଙ୍କ ନିର୍ଦେଶ କ୍ରମେ ଏହି ଯାଞ୍ଚ କରାଯାଉଛି । ଅହମ୍ମଦାବାଦ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡରେ 8 ଜଣ ରୋଗୀଙ୍କ ମୃତ୍ୟୁ ପରେ ଫାୟାର ବିଭାଗ ପକ୍ଷରୁ ଫାୟାର ସେଫଟି ଯାଞ୍ଚ ଆରମ୍ଭ ହୋଇଛି ।

Related Posts

About The Author

Add Comment