କୋରାପୁଟ, ୨୭/୫ (ସନ୍ଧାନ ନିୟୁଜ) ପୁଣି ଫୁଟିଲା ଗୁଳି କୋରାପୁଟ ଜିଲ୍ଲା ଜଣେ ଯୁବକଙ୍କୁ ଗୁଳି ମାଡ । ଗୋଟେ ପଟେ ମାଓ ବାଦୀଙ୍କ ଗୁଳି ଓ ଅନ୍ୟପଟେ ସାଧାରଣ ଲୋକଙ୍କ ଗୁଳି ପୁଲିସର ନିଷ୍କ୍ରୟତା ଯୋଗୁ ସାଧାରଣ ଲୋକ ବି ଏବେ ପଛଉନାହାନ୍ତି ଏଭଳି ଦଃସାହାସ ଅପରାଧ କରିବାକୁ । ଘଟଣା ଘଟିଛି ଜିଲ୍ଲା କୋଟପାଡ ବ୍ଲକ ଘଟର୍ଲା ଗ୍ରାମରେ । ଗାତକାଲି ରାତି ୧୧ ଟା ୩୦ ମିନଟରେ କୋଟପାଡ ବ୍ଲକ ଘଟର୍ଲା ଗାଁରେ ଜଣେ ଯୁବକ ଙ୍କୁ କେହି ଗୁଳି ମାଡ କରିଥିବା ଜଣାପଡିଛି । ପୂର୍ବ ଶତ୍ରୁତା କୁ କେନ୍ଦ୍ରକରି ଗୁଳିମାଡ ହୋଇଥିବା ଅନୁମାନ କରାଯାଇଛି । ଗୁରୁତର ଅବସ୍ଥାରେ ଯୁବକଙ୍କୁ ପ୍ରଥମେ କୋଟପାଡ ମେଡିକାଲ ଏବଂ ଜଗଦଲପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଘଟନା ସ୍ଥଳରେ ପୋଲିସ ଟିମ ପଂହଚି ତଦନ୍ତ ଆରମ୍ଭ କରିଛି ।ତେବେ ଗୁଳିମାଡ କାହିକି ଓ କେଉଁ କାରଣରୁ କଲା ତାହା ଏଯାଏଁ ଅସ୍ପଷ୍ଟ । ଅଭିଯୁକ୍ତ ଫେରାର ।
ରିପୋର୍ଟ – ସରୋଜ କୁମାର ଲେଙ୍କା ।
।



