ଚାନ୍ଦବାଲି: 25/02/2021 (ସନ୍ଧାନ ନ୍ୟୁଜ୍ / ପ୍ରଶାନ୍ତ ବାରିକ୍) ଭଦ୍ରକ ରେ ଦିନ କୁ ଦିନ ବଢ଼ିବାରେ ଲାଗିଛି କୋଇଲା ମାଫିଆ ଙ୍କ ଗୁଣ୍ଡାରାଜ୍। କେତେବେଳେ ପୋଲିସ୍ ଗାଡ଼ି ପୋଡୁଛନ୍ତି ତ କେତେବେଳେ ପୋଲିସ୍ ଅଧିକାରୀ ଙ୍କୁ ମରଣାତ୍ମକ ଆକ୍ରମଣ ଉଦ୍ୟମ କରୁଛନ୍ତି।ଚୋରା କୋଇଲା ଜବତ କରିବାକୁ ଆସି ଆକ୍ରମଣର ଶିକାର ହେଲେ ଆରପିଏଫ୍ କର୍ମଚାରୀ। ଏପରି ଘଟଣା ଘଟିଛି ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ନାଲଗୁଣ୍ଡା ଅଞ୍ଚଳ ରେ ପଲାଶପୁର ଠାରେ। କୋଇଲା ଚୋରା ଚାଲାଣ ରୋକିବାକୁ ଯାଇଥିବା ଆରପିଏଫ୍ ଟିମ ଉପରକୁ ସଂଘବଦ୍ଧ ଭାବେ ଆକ୍ରମଣ ହୋଇଥିବା ସୂଚନା ମିଳିଛି। କୋଇଲା ମାଫିଆଙ୍କ ଆକ୍ରମଣରେ ୨ ଜଣ ଆର୍ପିଏଫ୍ କର୍ମଚାରୀ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତ କର୍ମଚାରୀ ଦ୍ବୟ ଙ୍କୁ ପ୍ରଥମେ ତିହିଡି ପରେ ସେମାନଙ୍କୁ ଭଦ୍ରକ ଡାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇଛି। ଅନ୍ୟପଟେ ଆରପିଏଫର କାର୍ଯ୍ୟାନୁଷ୍ଠାନରେ ଜଣେ ସାଧାରଣଲୋକ ଆହତ ହୋଇଥିବା ଅଭିଯୋଗ ହୋଇଛି।ପ୍ରତ୍ୟେକ ଦିନ ଧାମରାରୁ ବାହାର ରାଜ୍ୟକୁ ଚୋରା କୋଇଲା ଚାଲାଣ ହେଇଆସୁଛି ।ହେଲେ ଆଜି ପର୍ଯ୍ୟନ୍ତ ଜିଲ୍ଲା ପୋଲିସ ସହ ସ୍ଥାନୀୟ ପୋଲିସର ଚଢ଼ାଉ ପରେ ମଧ୍ୟ ଚୋରା କୋଇଲା ଚାଲାଣ ବନ୍ଦ ହେଇପାରୁନି। ଏହି ଚୋରା ଚାଲାଣ କରୁଛନ୍ତି କୋଇଲା ମାଫିଆ ମାନେ । ଏଥିରେ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହାନି କରୁଛନ୍ତି ଅସାଧୁ ବ୍ୟବସାୟୀ ମାନେ।
କୋଇଲା ରେ ବୋଳା ଭଦ୍ରକ
|
February 25, 2021 |