କୋଇଡ଼ା, ୮/୧୨ (ସନ୍ଧାନ ନିୟୁଜ) ବଣେଇ ନିର୍ବାଚନ ମଣ୍ଡଳୀର କୋଇଡା ଠାରେ ବିଜେପି ନେତା ଅନୀଲ ବାର୍ଲା ଙ୍କ ନେତୃତ୍ବରେ ଭାରତୀୟ ଜନତା ପାର୍ଟିର ଜନ ପରାମର୍ଶ ପଦଯାତ୍ରା ଶେଷ ହୋଇଚି। କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନାକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ସେ ସଦା ସର୍ବଦା ପ୍ରସ୍ତୁତ ଅଛନ୍ତି ବୋଲି ଶ୍ରୀ ବାର୍ଲା କହିଛନ୍ତି । ଏହି ପଦଯାତ୍ରା କୋଇଡାର ବାବା ଲଙ୍ଗଳେଶ୍ଵର ପୀଠରୁ ପୂଜା ଅର୍ଚ୍ଚନା ସରିଲା ପରେ ବାବାଙ୍କ ପିଠରୁ ବାହାରି ଥାନାଛକ, ବ୍ଲକଛକ, ବସଷ୍ଟାଣ୍ଡ , ପରିଭ୍ରମଣ କରି ଶେଷରେ ଧୁବଲାବେଡା ପହଁଚିଥିଲା। ଏହି ପଦଯାତ୍ରାରେ ବଣେଇ ନିର୍ବାଚନ ମଣ୍ଡଳୀର ବିଜେପି ନେତା ଅନୀଲ ବାର୍ଲା , କୋଇଡା ମଣ୍ଡଳୀର ବିଜେପି ସଭାପତି ମେଲେରି ବାରିକ,ଉପସଭାପତି ଯଶୋବନ୍ତ ବାରିକ ଉପସ୍ଥିତ ରହି । କେନ୍ଦ୍ର ସରକାରଙ୍କ ଯୋଜନା ବିଷୟରେ ଘର ଘର ଯାଇ ବୁଝାଇବା ସହିତ କେନ୍ଦ୍ର ସରକାରଙ୍କ ବହୁମୁଖୀ ଯୋଜନା ବିଷୟରେ ଅବଗତ କରିଥିଲେ । ଏହି ପଦଯାତ୍ରାରେ କୋଇଡା ଏବଂ ଆଖ ପାଖ ଅଞ୍ଚଳରୁ ବୋହୁ ବିଜେପି କର୍ମୀ ଯୋଗ ଦେଇଥିଲେ ।
କୋଇଡ଼ାରେ ଶେଷ ହେଲା ଜନ ପରାମର୍ଶ ପଦଯାତ୍ରା
|
December 8, 2018 |