ବୈପାରିଗୁଡା,୧୯/୭ (ସନ୍ଧାନ ନିୟୁଜ) ବିପଦସଂକୁଳ ପରିବେଶରେ ଚାଲିଛି ଶିକ୍ଷାଦାନ ବିପଦ ସଂକୁଳ ଅବସ୍ଥାରେ ଚାଲିଛି ପାଠ ପଢା । ସ୍କୁଲରେ ଆବଶ୍ୟକୀୟ ଶ୍ରେଣୀ ଗୃହ ନାହିଁ । ଯେତିକି ଅଛି ସେଥିରେ ବଡ ବଡ ଫାଟ ଦେଖାଦେଲାଣି । ଣ୍ରେଣୀ ଗୃହ ନଥିବାରୁ ବାରଣ୍ଡାରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ ।କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଶିକ୍ଷା ବିଭାଗ ଅଧୀନରେ ଥିବା ନୂତନ ସରକାରୀ ଉଚ୍ଚବିଦ୍ୟାଳୟ କେ.ଭାଲୁଗୁଡ଼ାରେ ଏବେ ପାଠପଢିବାକୁ ଭୟ କରୁଛନ୍ତି ଛାତ୍ରଛାତ୍ରୀ ।ଶିକ୍ଷାର ମାନବୃଦ୍ଧି ପାଇଁ କେନ୍ଦ୍ର ଠାରୁ ରାଜ୍ୟସରକାରଙ୍କ ପର୍ଯ୍ୟନ୍ତ କୋଟିକୋଟି ଟଙ୍କାର ବ୍ୟୟ ବରାଦ କରୁଛନ୍ତି ।ଏଥିମଧ୍ୟରେ ସୁରକ୍ଷିତ ପରିବେଶରେ ଶିକ୍ଷାଦାନ ପାଇଁ ବିଶେଷ ଗୁରତ୍ୱ ଦିଆଯାଉଛି । ତଥାପି ଗ୍ରାମାଞ୍ଚଳରେ ଏବେବି ଅନେକ ବିଦ୍ୟାଳୟ ରହିଛି ଯେଉଁଠାରେ ବିପଦସଂକୁଳ ପରିବେଶରେ ଶିକ୍ଷାଦାନ ଚାଲିଛି । ଏପରିକି ପ୍ରତିଟି ମୁହୂର୍ତ୍ତରେ ମୃତ୍ୟୁ ଅପେକ୍ଷା କରିଛି କୋମଳମତି ପିଲାମାନଙ୍କୁ ।ଏପରି ଏକ ବିଦ୍ୟାଳୟ ହେଉଛି କୋରାପୁଟ ଜିଲ୍ଲା ଅଧିନ ବୈପାରିଗୁଡା ବ୍ଲକ ଅନ୍ତର୍ଗତ କେ.ଭାଲୁଗୁଡ଼ା ସ୍ଥିତ ନୂତନ ସରକାରୀ ଉଚ୍ଚବିଦ୍ୟାଳୟ କେ.ଭାଲୁଗୁଡ଼ା ଯେଉଁଠାରେ କି ଗତବର୍ଷ ବିଦ୍ୟାଳୟ ର ଛାତ ପଡିଯିବା ଦ୍ୱାରା ଅଳ୍ପ କେ ବର୍ତ୍ତୀଯାଇଥିଲେ ବିଦ୍ୟାଳୟ ର ଛତ୍ର ଛାତ୍ରୀ କିନ୍ତୁ ଆଜକୁ ୧ବର୍ଷ ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ବିଦ୍ୟାଳୟ ର ଗୃହ ନିର୍ମାଣ ହୋଇପାରିଲା ନାହିଁ ଯାହା ଦ୍ୱାରା କି ଆଉ ଅନ୍ୟ ୨ଟି ଗୃହ ରହିଛି ସେଥିରେ ୧ମ ରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛତ୍ର ଛାତ୍ରୀଙ୍କୁ ଶିକ୍ଷା ଦାନ ଦିଆଯାଉଥିବା ଦେଖିବାକୁ ମିଳିଛି ।ସେହି ୨ଟି ଗୃହ ମଧ୍ୟ ଫଟା କାନ୍ଥ, ବିପଦ ସଂକୁଳ ଅବସ୍ଥାରେ ଥିବା ଶ୍ରେଣୀଗୃହ ଯୋଗୁଁ ବାରଣ୍ଡାରେ ଚାଲିଛି ପାଠପଢ଼ା ।ସ୍କୁଲରେ ୧ମ ରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ୧୪୫ ଜଣ ଛାଚ୍ରଛାତ୍ରୀ ପାଠ ପଢୁଛନ୍ତି ।କିନ୍ତୁ ଆବଶ୍ୟକୀୟ ଶ୍ରେଣୀଗୃହ ନଥିବାରୁ ବାରଣ୍ଡାରେ ପାଠପଢୁଛନ୍ତି ପିଲା । ସ୍କୁଲ ଘରର କାନ୍ଥ ମଧ୍ୟ ଫାଟିଯାଇଛି ।କେତେବେଳେ ଭୁଶୁଡିପଡିବାର ମଧ୍ୟ ଆଶଙ୍କା ରହିଛି ।ବିପଦସଂକୂଳ ଭାବେ ଛାତ୍ରଛାତ୍ରୀ ଯାତାୟାତ କରୁଥିବା ବେଳେ ଏଠାରେ ପାଠପଢିବାକୁ ଭୟ କରୁଛନ୍ତି ।ବିଦ୍ୟାଳୟଟି ଏବେ ବିପଦ ସଂକୁଳ ଅବସ୍ଥାରେ ରହିଛି ।ଗତ ୧ ବର୍ଷ ଧରି ଏବିଷୟରେ ଶିକ୍ଷାବିଭାଗର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଫଳ ଶୁନ ।ବିପଜ୍ଜନକଭାବେ ଶ୍ରେଣୀ ଗୃହରେ ଶିକ୍ଷାଦାନ ଚାଲିଛି ।ପିଲାଙ୍କ ଜୀବନ ସହିତ ଖେଳନଖେଳିି ଶିକ୍ଷାବିଭାଗ ତୁରନ୍ତ ଏହାର ସ୍ଥାୟୀ ସମାଧାନ କରିବା ପାଇଁ ସାଧାରଣରେ ଦାବୀ ହେଉଛି ।
ରିପୋର୍ଟ – ସରୋଜ କୁମାର ଲେଙ୍କା ।



