କୋଭିଡ୍-୧୯ ଉପସମ ପାଇଁ ହେବ ୪ଟି ଆୟୁଷ ଔଷଧ ପରୀକ୍ଷା
ନୂଆଦିଲ୍ଲୀ, ୧୪/୦୫ (ସନ୍ଧାନ ନିଉଜ) : ମହାମାରୀ କରୋନାକୁ ରୋକିବା ପାଇଁ ଆୟୁଷ ମନ୍ତ୍ରାଳୟ ଓ କାଉନ୍ସିଲ୍ ଅଫ୍ ସାଇଣ୍ଟିଫିକ୍ ଆଣ୍ଡ୍ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ (ସିଏସ୍ଆଇଆର୍) ମିଳିତ ହୋଇ ୪ ପ୍ରକାର ଆୟୁଷ ଔଷଧ ଫର୍ମ୍ୟୁଲେସନ୍ ବା ମିଶ୍ରଣ ଉପରେ କାମ କରୁଛନ୍ତି। ସପ୍ତାହକ ମଧ୍ୟରେ ଏହି ଔଷଧଗୁଡ଼ିକର ପରୀକ୍ଷା ଆରମ୍ଭ ହେବ। କେନ୍ଦ୍ରମନ୍ତ୍ରୀ ଶ୍ରୀପଦ ୱାଇ ନାଇକ୍ ଆଜି ଏହି ସୂଚନା ଦେଇଛନ୍ତି।
ଗୁରୁବାର କେନ୍ଦ୍ରମନ୍ତ୍ରୀ ଶ୍ରୀପଦ ୱାଇ ନାଇକ୍ ଟୁଇଟ୍ ରେ ଲେଖିଛନ୍ତି କୋଭିଡ୍-୧୯ ମହାମାରୀ ଉପସମ ପାଇଁ ଚାରିଟି ଆୟୁଷ ଔଷଧ ମିଶ୍ରଣର ବୈଧ୍ୟତା ଉପରେ ଆୟୁଷ ମନ୍ତ୍ରାଳୟ ଓ ସିଏସ୍ଆଇଆର୍ ଏକତ୍ର କାର୍ଯ୍ୟକରୁଛନ୍ତି। ଏକ ସପ୍ତାହ ମଧ୍ୟରେ ପରୀକ୍ଷଣ ଆରମ୍ଭ ହେବ।
Related Posts
About The Author