କେବେ ମିଳିବ ସାମାନ୍ୟ ସରକାରୀ ସାହାଯ୍ୟ, ଜୀବନର ଶେଷ ପାହାଚରେ ବୃଦ୍ଧା ସରୋଜିନୀ
କେବେ ମିଳିବ ସାମାନ୍ୟ ସରକାରୀ ସାହାଯ୍ୟ, ଜୀବନର ଶେଷ ପାହାଚରେ ବୃଦ୍ଧା ସରୋଜିନୀ
Manas Kumar Rout |
May 26, 2019 |
ଯାଜପୁର, ୨୬/୫ (ସନ୍ଧାନ ନିୟୁଜ)କେବେ ମିଳିବ ସାମାନ୍ୟ ସରକାରୀ ସାହାଯ୍ୟ, ଜୀବନର ଶେଷ ପାହାଚରେ ବୃଦ୍ଧା ସାରାଜିନୀ | ସରକାରଙ୍କ ଅନୁକମ୍ପା ପାଇବା ଆଶାରେ, ବୃଦ୍ଧା ଆଜି ଜୀବନର ଅପରାହ୍ନରେ ! ଏ ହେଉଛନ୍ତି 85 ବର୍ଷିଆ ସରୋଜିନୀ ବେହେରା ଯାଜପୁର ଜିଲ୍ଲା ବଡଚଣା ବ୍ଲକ ,ଚଣ୍ଡିଖୋଲର କୁମ୍ଭାର ସାହିରେ ଘର ସ୍ୱାମୀ ବାବାଜୀ ବେହେରା ଅନେକ ବର୍ଷ ତଳୁ ଗଲେଣି।ବୟସ ଥିଲାବେଳେ ମାଟି ଦୀପ ମାଟି ହାଣ୍ଡି କୁଣ୍ଡିଆ କଳସି ମାଠିଆ ତିଆରି କରି ବିକୁଥିଲେ ଏବେ ସବୁ ବନ୍ଦ।ପୁଅ ନାତି ସମସ୍ତେ ଶ୍ରମିକ ସରୋଜିନୀ ବାର୍ଦ୍ଧକ୍ୟ ଜନିତ ସେବା ଦେବାକୁ ଅକ୍ଷମ ।ମଧୁବାବୁ ପେନସନ ଯୋଜନା ପାଇଁ ବଡଚଣା ବ୍ଲକରେ 10ବର୍ଷରେ 10 ଥର ଦରଖାସ୍ତ କଲେଣି କେବେ ହଜୀ ଯାଉଛି ଦରଖାସ୍ତ ତ ,କେବେ ଫାଇଲ ତଳେ ରହି ଯାଉଛି। ଆବେଦନ କେବେ ଦାଇତ୍ୱରେ ଥିବା ବାବୁ ମାନେ କହୁଛନ୍ତି ହଁ ମିଳିବ।ସରୋଜିନୀ ଏବେ ମୄତୁ ଶଯ୍ୟା ରେ ଆଉ ଅପେଖ୍ୟ କରିଛି 85 ବର୍ଷ ର ପାରମ୍ପରିକ ମାଟି କାରିଗର ଙ୍କୁ କେବେ ନ୍ୟାୟ ମିଳୁଛି। ତେବେ ଯୋଜନା ସବୁ କାହା ହିତରେ ଲାଗୁ ହୋଇଛି ??ବଡ଼ଚଣା ବ୍ଲକ ପ୍ରଶାସନଙ୍କୁ ନିବେଦନ, ଦୟାକରି ଏହି ଗରିବ ମାନଙ୍କ ଉପରେ କୃପାଦୃଷ୍ଟି ଦିଅନ୍ତୁ

Report- Anita Behera
Related Posts
About The Author