ସୁନ୍ଦରଗଡ଼ ତା:୨୫-0୯-୨0୨୫ରିଖ (ସନ୍ଧାନ ନ୍ୟୁଜ /ଦୁର୍ଯ୍ୟୋଧନ ଗରଡ଼ିଆ )ଦେଓଭୁବନ ପୁର (ରଷ୍ଟି )ଛକ ରୁ ଶିକାଜୋର ଯିବା ରାସ୍ତା ରେ ଏକ ନଦୀ ପ୍ରବାହିତ ହେଉଥିବା ବେଳେ ଏଠାରେ ଏକ ପୋଲ ନିର୍ମାଣ ହେଉଥିବା ଦେଖିବାକୁ ମିଳିଛି l ଉକ୍ତ ପୋଲ ଟି ପୁରା ନିର୍ମାଣ ନ ହୋଇ ଅଧ ପନ୍ତରିଆ ହିସାବ ରେ ରହିଛି l ଏହି ରାସ୍ତା ରେ ପ୍ରତିଦିନ ଶହ ଶହ ବ୍ୟକ୍ତି ଯା ଆସ କରୁଥିବା ବେଳେ ପ୍ରବାହିତ ହେଉଥିବା ନଦୀ ରେ ବର୍ଷା ଦିନେ ବହୁତ ଅସୁବିଧା ର ସମ୍ବୁକ୍ଷୀନ ହେଉଥିବା ଦେଖିବାକୁ ମିଳିଛି l କେବେ ଏହି ପୋଲ ନିର୍ମାଣ ହେବ ବୋଲି ଜନ ସାଧାରଣ ରେ ପ୍ରକାଶ ପାଉଥିବା ଜଣା ପଡିଛି l ଅତି ଶୀଘ୍ର ଏହି ପୋଲ ନିର୍ମାଣ କରିବା ପାଇଁ ପ୍ରଶାସନ କୁ ଜନ ସାଧାରଣ ଦାବି ଜଣାଇଛନ୍ତି l
କେବେ ତିଆରି ହେବ ପୋଲ ଜନ ସାଧାରଣ ହେଉଛନ୍ତି ହଇରାଣ
|
September 25, 2025 |



