ବାରିପଦା, ୨୦/୯ (ସନ୍ଧାନ ନ୍ୟୁଜ୍/ଲିଙ୍ଗରାଜ ପଣ୍ଡା)-ଶାମାଖୁଣ୍ଟା କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ମୟୂରଭଞ୍ଜ-୧ କୃଷି ବିଜ୍ଞାନ କେନ୍ଦ୍ର ଆନୁକୂଲ୍ୟରେ ‘ପୋଷଣ ଅଭିଯାନ-୨୦୨୦ ଏବଂ କୃଷକ ଗୋଷ୍ଠୀ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କେନ୍ଦ୍ରର ମୁଖ୍ୟ ତଥା ବରିଷ୍ଠ ବୈଜ୍ଞାନିକ ଡ.ସଂଘମିତ୍ରା ପଟ୍ଟନାୟକଙ୍କ ପୌରୋହିତ୍ୟରେ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ବିଷୟବସ୍ତୁ ବିଶେଷଜ୍ଞ ଝୁନିତା ଭୂୟାଁ ଅଙ୍ଗନବାଡି କର୍ମୀ ତଥା ମହିଳା ଚାଷୀମାନଙ୍କୁ କାର୍ଯ୍ୟକ୍ରମର ତାତ୍ପର୍ଯ୍ୟ ନେଇ ଆଲୋକପାତ କରିବା ସହିତ ସୁଷମ ଖାଦ୍ୟ, ଖାଦ୍ୟ ନିରାପତ୍ତା ଏବଂ ପାକଶାଳା ପ୍ରସ୍ତୁତ ଆଦି ସଂପର୍କରେ ପୁଙ୍ଖାନୁପୁଙ୍ଖ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଇଫକୋ ଅଧିକାରୀ ଶୁଭଜିତ ସାହୁ ସ୍ଵାଗତ ଜଣାଇଥିଲେ। ଏହି ଅବସରରେ ପାକଶାଳା ବଗିଚା (କିଚେନ ଗାଡେନ) କରିବା ନିମନ୍ତେ ପନିପରିବା ମଞ୍ଜି ସହ ଚାରା ଏବଂ ମାସ୍କ ଓ ସାନିଟାଇଜର ଆଦି ବିତରଣ କରାଯାଇଥିଲା । ଏଥିରେ ୫୦ ଜଣ ଅଙ୍ଗନବାଡି କର୍ମୀ ଏବଂ ୨୦ ଜଣ ମହିଳା ଚାଷୀ ଅଂଶ ଗ୍ରହଣ କରିଥିଲେ । ଶେଷରେ କେନ୍ଦ୍ରର ବିଷୟବସ୍ତୁ ବିଶେଷଜ୍ଞ ଦେବାଶିଷ ଜୟପୁରିଆ ଧନ୍ୟବାଦ ଦେଇଥିଲେ।
କେବିକେରେ “ପୋଷଣଟିଯାନ”-୨୦ ୨୦ ଏବଂ କୃଷକ ଗୋଷ୍ଠୀ କାର୍ଯ୍ୟକ୍ରମ
|
September 20, 2020 |