ବାରିପଦା ୨୭/୯ (ସନ୍ଧାନ ନ୍ୟୁଜ/ ଲିଙ୍ଗରାଜ ପଣ୍ଡା): କେନ୍ଦ୍ର ସରକାରଙ୍କ କୃଷି ବିଲ- ୨୦୨୦କୁ କୃଷକ ବିରୋଧୀ ବୋଲି ଅଭିହିତ କରି ଶୁକ୍ରବାର ଦେଶ ବ୍ୟାପି ବନ୍ଦ, ପ୍ରତି ବାଦ, ବିକ୍ଷୋଭ ଚାଲିଥିବା ଦେଖ୍ବାକୁ ମିଳିଥିଲା । ଏଥିରେ ଅଲ୍ଇଣ୍ଡିଆ କିଷାନ ସଂଘର୍ଷ କୋଡ଼ିନେସନ କମିଟି ର ଆହ୍ବାନ କ୍ରମେ ବାମପନ୍ତି ଦଳ, କଂଗ୍ରେସ ଓ କେନ୍ଦ୍ରୀୟ ଶ୍ରମିକ ସଂଗଠନର ସମର୍ଥନକୁ ପାଥେୟ କରି ସର୍ବ ଭାରତୀୟ ପ୍ରତିବାଦର ଅଂଶ ବିଶେଷ ଭାବେ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଖିଳ ଭାରତୀୟ କିଶାନ ସଭା, ସି ପି ଆଇ, ଏଆଇଟିୟୁସି, ସିପିଆଇ(ଏମ), ସିଆଇଟିୟୁ, ଏସ୍ୟୁସିଆଇ(କ) ଏବଂ ଜାତୀୟ କଂଗ୍ରେସ ପକ୍ଷରୁ ବିକ୍ଷୋଭ ଅନୁଷ୍ଠିତ ହୋଇ ଯାଇଛି । ସିପିଆଇର ଜିଲ୍ଲା ସମ୍ପାଦକ ଜଗବନ୍ଧୁ ମିଶ୍ର, ରାଜ୍ୟ ସହ ସମ୍ପାଦକ ପ୍ରଶାନ୍ତ ମିଶ୍ର , ସିପିଆଇ(ଏମ୍)ର ରବି ଗୋସ୍ବାମୀ, ଅମଲ୍ ଦେ, ଏସୟୁ ସି ଆଇ(କ)ର ପୀତାମ୍ବର ନାଏକ, ଜାତୀୟ କଂଗ୍ରେସର ଜିଲ୍ଲା ସଭାପତି ହେମନ୍ତ ଦାସ, ପୂର୍ବତନ ମନ୍ତ୍ରୀ ସରସ୍ୱତୀ ହେମ୍ରମ, ଜିଲ୍ଲା କିଶାନ କଂଗ୍ରେସ ସଭାପତି ଦଶରଥ ସିଂ, ଜିଲ୍ଲା କଂଗ୍ରେସ କୋଭିଡ ସଂଯୋଜକ ଶାନ୍ତନୁ ପାଲ, ଜିଲ୍ଲା ଆଇସେଲ୍ ସଭାପତି ଜ୍ୟୋତି ପ୍ରକାଶ ରଥ, ମହିଳା ସଭାନେତ୍ରୀ ସୁସ୍ମିତା ଘୋଷାଲ ପ୍ରମୁଖ ବହୁ ନେତା ନିଜ ନିଜ ବକ୍ତବ୍ୟରେ କେନ୍ଦ୍ର ସରକାର ପୁଞ୍ଜି ପତି ତଥା ଶିଳ୍ପପତି ମାନଙ୍କ ପାଇଁ ଜାତିର ମେରୁଦଣ୍ଡ କୁହାଯାଉଥିବା କୃଷକ ମାନଙ୍କୁ ବଳି ପକାଇ ଯେଉଁ କୃଷି ବିଲ୍ ଆଣିଛନ୍ତି ତାହା ବାସ୍ତବରେ ଦୁର୍ଭାଗ୍ୟର ବିଷୟ । ତେଣୁ ସରକାର ଏହି ବିଲକୁ ପ୍ରତ୍ୟାହାର ନକରି ବା ପର୍ଯ୍ୟନ୍ତ ଆନ୍ଦୋଳନ ବ୍ୟାପକ ଭାବରେ ଚାଲୁ ରହିବ ବୋଲି କହିଛନ୍ତି । ସେହିପରି ସାରା ଭାରତର ୨୫୦ଟି କୃଷକ ସଂଗଠନ ପକ୍ଷରୁ ଗଠିତ ମିଳିତ କମିଟି ଏଆଇକେଏସିସି ର ହୋଇଥିବା ଡ଼ାକରାରେ ରାଇରଙ୍ଗପୁର ଓ ଯଶିପୁରରେ ପ୍ରତିବାଦ କରାଯାଇଥିବା ଦେଖୁବାକୁ ମିଳିଥିଲା। ଏହି ଅବସରରେ ଯଶିପୁର ଠାରେ ଅଲଇଣ୍ଡିଆକୃଷକ କ୍ଷେତ ମଜଦୁର ସଂଗଠନ, ମୟୁରଭଞ୍ଜ ଜିଲ୍ଲା କମିଟି ପକ୍ଷରୁ ଆନ୍ଦୋଳନକାରୀ ମାନେ ଏସିଆଇ (କମ୍ୟୁନିଷ୍ଟ) ପାର୍ଟି ଅଫିସରୁ କୃଷକ କର୍ମୀମାନେ ଶୋଭାଯାତ୍ରାରେ ଯାଇ ଯଶିପୁର ମୁଖ୍ୟ ବଜାର ଠାରେ ଜାତୀୟ ରାଜପଥ ଅବରୋଧ କରିଥିଲେ । ସଂଗଠନର ମୟୁରଭଞ୍ଜ ଜିଲ୍ଲା କମିଟି ସମ୍ପାଦକ ପ୍ରକାଶ ମଢେଇଙ୍କ ସଭାପତିତ୍ବରେ ମୁଖ୍ୟବକ୍ତା ଭାବେ ପୂର୍ବତନ ବିଧାୟକ ଶମ୍ଭୁନାଥ ନାଏକ, କେନ୍ଦ୍ର ସରକାରଙ୍କ କୃଷକ ମାରଣ ନୀତିଗୁଡିକର ଦୃଢ ସମାଲୋଚନା କରିଥିଲେ । ଉଭୟ ସଂସଦରେ ସଂଖ୍ୟା ଗରିଷ୍ଠତାର ସୁଯୋଗ ନେଇ ଯେପରି ଭାବେ ଏକତରଫା ବିଲ ପାସ କରାଇନେଇ ସରକାର ଯେଉଁ ଆଇନ ଲାଗୁ କଲେ ତାର ନିନ୍ଦା କରିଥିଲେ । କେକେଏମ୍ଏସ୍ ରାଜ୍ୟ ଉପ ସଭାପତି ସଦାଶିବ ଦାସ ତାଙ୍କ ବକ୍ତବ୍ୟରେ ସରକାରଙ୍କ ଜନ ବିରୋଧୀ କଳା ଆଇନ୍ ଜରିଆରେ ଜନସାଧାରଣଙ୍କ ପାଇଁ ଆଛେ ଦିନ୍ ବଦଳରେ କିପରି ବୁରେ ଦିନ୍ ଆସୁଛି କହି ଗଭୀର କ୍ଷୋଭ ପ୍ରକାଶ କରିଥିଲେ । ସେହିପରି କୃଷକ ନେତା ଦୁଖବନ୍ଧୁ ମହାନ୍ତ ଓ ମନୋଜ ମହାନ୍ତ ମଧ୍ୟ ତାଙ୍କ ବକ୍ତବ୍ୟ ରଖୁଥିଲେ । ସଂଗଠନର ବରିଷ୍ଠ ସଂଗଠକ ପ୍ରମୋଦ ମହାନ୍ତ, ଶୁଭେନ୍ଦୁ ମୃଗରାଜ, ଲଳିତ ମହାନ୍ତ, ଅର୍ଜୁନ ମହାନ୍ତ, ନୀଳାମ୍ବର ନାଏକ, ଲୋକନାଥ ମହାନ୍ତ, ତରୁଣ ପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଗଳନା କରିଥିଲେ।
କେନ୍ଦ୍ର ସରକାରଙ୍କ କୃଷି ବିଲ୍ ବିରୁଦ୍ଧରେ ପ୍ରତିବାଦ
|
September 27, 2020 |