ସୁନ୍ଦରଗଡ଼ ତା:୧୯/୧/୨୦୨୪( ସନ୍ଧାନ ନିଉଜ/ ରାଜୁ ପଟେଲ)”ଶିକ୍ଷା କ୍ଷେତ୍ର ରେ ବିକାଶ ହେଲେ ହିଁ ଅଞ୍ଚଳ ରେ ବିକାଶ ସମ୍ଭବ ହୋଇପାରିବ ଏଵଂ ଏଥିପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ
ନରେନ୍ଦ୍ର ମୋଦି ଜୀଙ୍କ ସରକାର ପ୍ରତିବଧ” । ଏହି କ୍ରମରେ ଆଜି ସୁନ୍ଦରଗଡ଼ ଜିଲ୍ଲାର ବାଲିଶଙ୍କରା ଠାରେ ନୂତନ ଏକଲବ୍ୟ ମଡେଲ ରେସିଡେଣ୍ଟିଆଲ ସ୍କୁଲର ଶିଳାନ୍ୟାସ ମାନ୍ୟବର କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ବିଶେଶ୍ୱର ଟୁଡୁ ଜୀ ଏବଂ ଆମ ପ୍ରିୟ ସାଂସଦ ଶ୍ରୀ ଜୁଏଲ ଓରାମଜୀ ଙ୍କ ସହ ସୁଖାମହାଦେବ ମନ୍ଦିର ପାର୍ଶ୍ଵରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ନରେନ୍ଦ୍ର ମୋଦିଙ୍କ କଲ୍ୟାଣକାରୀ ଯୋଜନା ବିଷୟରେ ଶ୍ରୀଯୁକ୍ତ ବିଶେଶ୍ୱର ଟୁଡୁ ଅବଗତ କରାଇବା ସହିତ ଶିକ୍ଷା କ୍ଷେତ୍ରରର ସୁନ୍ଦରଗଡ଼ ଜିଲ୍ଲା କୁ ଶୀର୍ଷରେ ପହଂଚାଇବା ପାଇଁ ଆହ୍ବାନ ଦେଇଥିଲେ । ସୁନ୍ଦରଗଡ଼ର ବିକାଶ ଧାରାକୁ ଆଗେଇନେବାରେ ଶ୍ରୀଯୁକ୍ତ ଜୁଏଲ ଓରାମ ଙ୍କ ବିଶେଷ ଭୂମିକା ରହିଥିବା ସେ କହିଥିଲେ । ” ମୋଦି ଥିଲେ ସବୁ ସମ୍ଭବ” ନାରା ଦେଇ ଶ୍ରୀଯୁକ୍ତ ଜୁଏଲ ଓରାମ ଲୋକଙ୍କୁ ଯୋଜନା ମାଧ୍ୟମରେ କିପରି ସୁନ୍ଦରଗଡ଼ ବାସୀ ଉପକୃତ ହେଉଛନ୍ତି ସେ ଦିଗରେ ଆଲୋକପାତ କରିଥିଲେ । ଏହି ସଭାରେ ଅଂଚଳର ସମସ୍ତ ବିଜେପି କର୍ମୀ ଉପସ୍ଥିତ ରହିବା ସହିତ ଅଂଚଳର ଆବାଳବୃଦ୍ଧବନିତା ଅଂଶଗ୍ରହଣ କରିଥିଲେ ।
କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀଯୁକ୍ତ ବିଶେଶ୍ୱର ଟୁଡୁଙ୍କ ଦ୍ୱାରା ବାଲିସଙ୍କରା ବ୍ଲକରେ ଏକଲବ୍ୟ ମଡେଲ ରେସିଡେଣ୍ଟିଆଲ ସ୍କୁଲର ଶିଳାନ୍ୟାସ
|
January 20, 2024 |