କେନ୍ଦ୍ର ଦେଉଥିବା ଚାଉଳ ଥଳିରେ ପୂରେଇ ଓଡ଼ିଶା ଲୋକଙ୍କୁ ଭୂଆଁ ବୁଲାଉଛନ୍ତି ନବୀନ: ଅମିତ ଶାହ

Spread the love

ସୋରଡ଼ା/ସନ୍ଧାନ ନ୍ୟୁଜ: ଗଞ୍ଜାମ ଜିଲ୍ଲା ସୋରଡ଼ାରୁ ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସ୍ବରାଷ୍ଟ୍ର ମନ୍ତ୍ରୀ ଅଭିତ ଶାହଙ୍କ କଡ଼ ସମାଲୋଚନା । କହିଲେ- କେନ୍ଦ୍ରରେ ଚାଉଳ ବାଲା ସରକାର ଚାଲିଥିବା ବେଳେ ଏଠି (ଓଡ଼ିଶା)ରେ ଥୈଲାବାଲା ସରକାର ଚାଲିଛି । ନରେନ୍ଦ୍ର ମୋଦି ସରକାର ଗରିବଙ୍କ ପାଇଁ କେନ୍ଦ୍ରରୁ ଚାଉଳ ପଠାଉଛନ୍ତି । ଏଠି ସେ ଚାଉଳକୁ ଥଳିରେ ପୂରାଇ ନିଜର ଫଟୋ ଲଗାଇ ଦେଉଛନ୍ତି ନବୀନ । ଆଉ ଚାଉଳ ସେ ଦେଉଥିବା କହି ଓଡ଼ିଶା ଲୋକଙ୍କୁ ଭୂଆଁ ବୁଳାଉଛନ୍ତି ।ସେ କହିଛନ୍ତି, ଓଡ଼ିଶାର ଗରିବଙ୍କୁ ମୋଦିଜୀଙ୍କ ସରକାର ପ୍ରତି ମାସରେ ପ୍ରତି ବ୍ୟକ୍ତିକୁ ୫ କେଜି ଲେଖାଏଁ ଚାଉଳ ଦେଉଛନ୍ତି । ହେଲେ ନବୀନ ବାବୁ ସେହି ଚାଉଳକୁ ଥଳିରେ ପୂରାଇ ନିଜର ଫଟୋ ଲଗାଇ ଦେଉଛନ୍ତି । ଆଉ କହୁଛନ୍ତି, ଏହି ଚାଉଳ ମୁଁ ଦେଉଛି । ଆରେ ନବୀନ ବାବୁ ଯଦି ଚାଉଳ ଦେବାର ଅଛି, ତାହା ହେଲେ ସେହି ଥଳିରେ ଆଉ ଅଢ଼େଇ କିଲୋ ଚାଉଳ ପୂରାଇ ଦେଇଥିଲେ ଗରିବଙ୍କ ଭଲ ହୋଇଥାଆନ୍ତା । ଏଥିରୁ ଜଣାପଡ଼ୁଛି କେନ୍ଦ୍ରରେ ଚାଉଳ ବାଲା ସରକାର ଚାଲିଥିବା ବେଳେ ନବୀନ ବାବୁ ‘ଥୈଲାବାଲା’(ଥଳି) ସରକାର ଚଳାଉଛନ୍ତି । ଏଥର କିନ୍ତୁ ନବୀନ ବାବୁ ଆସିବାର ନାହିଁ । ଓଡ଼ିଆ ଲୋକ ତାଙ୍କୁ ଟାଟା, ବାଏ ବାଏ କରିଦେଲେଣି । ନବୀନ ବାବୁଙ୍କର ଆଉ ଆବଶ୍ୟକତା ନାହିଁ । ଏଠି ବିଜେପିର ମୁଖ୍ୟମନ୍ତ୍ରୀ ଆସିବାକୁ ଯାଉଛି ।

Related Posts

About The Author

Add Comment